ପଛୁଆ ଅଞ୍ଚଳର ଆଗୁଆ ଶିକ୍ଷକ ; ଜାତୀୟ ଶିକ୍ଷକ ସମ୍ମାନ ପାଇବେ ମାଲକାନଗିରିରୁ ଓ କୋରାପୁଟ ଶିକ୍ଷକ

ଉପାନ୍ତ ଅଞ୍ଚଳର ଆଗୁଆ ଶିକ୍ଷକ । ଜାତୀୟ ଶିକ୍ଷକ ସମ୍ମାନରେ ସମ୍ମାନିତ ହେବେ ମାଲକାନଗିରି ଓ କୋରାପୁଟର ଶିକ୍ଷକ । ସମାଜରୁ କୁପ୍ରଥୀ ଦୂର କରିବା ଓ ପିଲାଙ୍କୁ ବିଦ୍ୟାଳୟମୁହାଁ କରାଇଥିବାରୁ ପ୍ରଶଂସିତ 

20

କନକ ବ୍ୟୁରୋ:  ଶିକ୍ଷକ ବୃତ୍ତିକୁ ସେବା ଭାବେ ଗ୍ରହଣ କରିଛନ୍ତି ଦୁଇ ଶିକ୍ଷକ । ସେଥିପାଇଁ ଜାତୀୟ ଶିକ୍ଷକ ସମ୍ମାନରେ ସମ୍ମାନିତ ହେବେ ଉପାନ୍ତ ଅଞ୍ଚଳର ଦୁଇ ଶିକ୍ଷକ । ମାଲାକନଗିରିର ଶିକ୍ଷକ ବସନ୍ତ ରଣା ଓ କୋରାପୁଟର ଶିକ୍ଷକ ତରୁଣ କୁମାର ଦାଶ ଚଳିତ ବର୍ଷର ଜାତୀୟ ଶିକ୍ଷକ ସମ୍ମାନ ପାଇବେ । ସାରା ଦେଶରୁ ୪୫ ଜଣ ଶିକ୍ଷକ ଜାତୀୟ ଶିକ୍ଷକ ସମ୍ମାନ ପାଇବେ। ଏହି ତାଲିକାରେ ଅଛନ୍ତି ଓଡ଼ିଶାରୁ ଦୁଇ ଜଣ ।

ଶିକ୍ଷକ ବୃତ୍ତିକୁ ସେବା ଭାବେ ଗ୍ରହଣ କରିଛନ୍ତି ୨ ଶିକ୍ଷକ । ସେଥିପାଇଁ ଜାତୀୟ ଶିକ୍ଷକ ସମ୍ମାନରେ ସମ୍ମାନିତ ହେବେ ଉପାନ୍ତ ଅଞ୍ଚଳର ୨ ଶିକ୍ଷକ । ମାଲାକନଗିରିର ଶିକ୍ଷକ ବସନ୍ତ ରଣା ଓ କୋରାପୁଟର ଶିକ୍ଷକ ତରୁଣ କୁମାର ଦାଶ ଚଳିତ ବର୍ଷର ଜାତୀୟ ଶିକ୍ଷକ ସମ୍ମାନ ପାଇବେ । ସାରା ଦେଶରୁ ୪୫ ଜଣ ଶିକ୍ଷକ ଜାତୀୟ ଶିକ୍ଷକ ସମ୍ମାନ ପାଇବେ। ଏହି ତାଲିକାରେ ଅଛନ୍ତି ଓଡ଼ିଶାରୁ ୨ ଜଣ । 

ଶିକ୍ଷକତାକୁ ବ୍ରତ ଭାବେ ଗ୍ରହଣ କରିଛନ୍ତି ଶିକ୍ଷକ । ନାଚ ଗୀତ ଓ ଗପ ମାଧ୍ୟମରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି । ପିଲାଙ୍କୁ ବିଦ୍ୟାଳୟମୁହାଁ କରିବାକୁ ପ୍ରୟାସ ଜାରି ରଖିଥିବା ଶିକ୍ଷକଙ୍କୁ ସମ୍ମାନିତ କରିବେ କେନ୍ଦ୍ର ସରକାର ।  ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସ୍ଥିତ କୋଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ରଣା । ଶକ୍ଷକତା ଜୀବନର ୩୦ ବର୍ଷରେ ୭ଟି ବିଦ୍ୟାଳୟରେ ଅଭିନବ ଉପାୟରେ ଶିକ୍ଷାଦାନ କରି ଚର୍ଚ୍ଚାକୁ ଆସିଛନ୍ତି ରଣା ସାର । 

ଛାତ୍ରଛାତ୍ରୀଙ୍କୁ ଇଂରାଜି ପାଠ ପଢ଼ାନ୍ତି ତରୁଣ ସାର୍‌ । ନିଜକୁ ଶିକ୍ଷାଦାନରେ ସୀମିତ ନରଖି କୋରାପୁଟରେ ବାଳିକା ଶିକ୍ଷାକୁ ନେଇ ରହିଥିବା ମାନସିକତା ଓ ସାମାଜିକ କୁପ୍ରଥା ଦୂର କରିବାକୁ ଉଦ୍ୟମ କରନ୍ତି । ପିଲାଙ୍କୁ ନେଇ ବିଭିନ୍ନ ପ୍ରସଙ୍ଗରେ କ୍ଷୁଦ୍ର ଚଳଚିତ୍ର ପ୍ରସ୍ତୁତ କରି ସଚେତନ କରାଇଥାନ୍ତି । ତାଙ୍କୁର ଏହି ଉଦ୍ୟମ ପାଇଁ ଚଳିତ ବର୍ଷର ଶିକ୍ଷକ ସମ୍ମାନ ଲାଗି ଚୟନ ହୋଇଛନ୍ତି ତରୁଣ ସାର୍ । ଜାତୀୟ ଶିକ୍ଷକ ସମ୍ମାନ- ୨୦୨୫ ଲାଗି ଦେଶର ୪୫ଜଣ ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ ହୋଇଛି । ଆସନ୍ତା ସପ୍ଟେମ୍ବର ୫ ଅର୍ଥାତ୍‌ ଗୁରୁ ଦିବସରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ସମସ୍ତ ଗୁରୁଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି । ଓଡ଼ିଶାର ଉପାନ୍ତ ଅଞ୍ଚଳର ଦୁଇ ଶିକ୍ଷକଙ୍କୁ ନେଇ ସାରା ରାଜ୍ୟରୁ ଛୁଟିଛି ପ୍ରଶଂସାର ସୁଅ  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe