ଶିକ୍ଷକଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ୨୦୧୨ ପୂର୍ବରୁ ଚାକିରି କରୁଥିଲେ ବି ଦେବାକୁ ଟିଚର୍ସ ଏଲିଜିବିଲିଟି ଟେଷ୍ଟ

ଗୁରୁ ଦିବସ ପୂର୍ବରୁ ଏପରି ଏକ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ମହାରାଷ୍ଟ୍ରର ଏକ ମାମଲାର ଶୁଣାଣି କରି ଏପରି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ୨ ବର୍ଷ ଭିତରେ ଓଟିଇଟି ପାସ୍ ନକଲେ ଚାକିରି ହରାଇବାକୁ ପଡ଼ିବ ।

20

Photograph: (kanak news)

କନକ ବ୍ୟୁରୋ: ଏଣିକି ସମସ୍ତ ଶିକ୍ଷକଙ୍କ ପାଇଁ ଏଲିଜିବିଲିଟି ଟେଷ୍ଟ ବାଧ୍ୟତାମୂଳକ । ୨୦୧୦ ପୂର୍ବରୁ ଶିକ୍ଷକ ଚାକିରି କରିଥିଲେ ବି ଓଟିଇଟି ଏବଂ ଏସ୍‌ଟିଇଟି ପରୀକ୍ଷା ଦେବାକୁ ପଡ଼ିବ । ଗୁରୁ ଦିବସ ପୂର୍ବରୁ ଏପରି ଏକ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ମହାରାଷ୍ଟ୍ରର ଏକ ମାମଲାର ଶୁଣାଣି କରି ଏପରି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ୨ ବର୍ଷ ଭିତରେ ଓଟିଇଟି ପାସ୍ ନକଲେ ଚାକିରି ହରାଇବାକୁ ପଡ଼ିବ । ଏହା ସହ ଅବସର ପାଇଁ ୫ ବର୍ଷରୁ କମ୍ ସମୟ ଥିଲେ ଓଟିଇଟି ପରୀକ୍ଷା ଦେବାକୁ ପଡ଼ିବ ନାହିଁ । କୋର୍ଟ କହିଛନ୍ତି, ୨୦ ବର୍ଷ ହେବ ଅନେକ ଶିକ୍ଷକ ଓଟିଇଟି ପାସ୍ ନକରି ପାଠ ପଢାଉଛନ୍ତି । ସେମାନଙ୍କ ବିରୋଧରେ ଅନେକ ଅଭିଯୋଗ ଆସୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe