କନକ ବ୍ୟୁରୋ: ଏଣିକି ସମସ୍ତ ଶିକ୍ଷକଙ୍କ ପାଇଁ ଏଲିଜିବିଲିଟି ଟେଷ୍ଟ ବାଧ୍ୟତାମୂଳକ । ୨୦୧୦ ପୂର୍ବରୁ ଶିକ୍ଷକ ଚାକିରି କରିଥିଲେ ବି ଓଟିଇଟି ଏବଂ ଏସ୍ଟିଇଟି ପରୀକ୍ଷା ଦେବାକୁ ପଡ଼ିବ । ଗୁରୁ ଦିବସ ପୂର୍ବରୁ ଏପରି ଏକ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ମହାରାଷ୍ଟ୍ରର ଏକ ମାମଲାର ଶୁଣାଣି କରି ଏପରି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ୨ ବର୍ଷ ଭିତରେ ଓଟିଇଟି ପାସ୍ ନକଲେ ଚାକିରି ହରାଇବାକୁ ପଡ଼ିବ । ଏହା ସହ ଅବସର ପାଇଁ ୫ ବର୍ଷରୁ କମ୍ ସମୟ ଥିଲେ ଓଟିଇଟି ପରୀକ୍ଷା ଦେବାକୁ ପଡ଼ିବ ନାହିଁ । କୋର୍ଟ କହିଛନ୍ତି, ୨୦ ବର୍ଷ ହେବ ଅନେକ ଶିକ୍ଷକ ଓଟିଇଟି ପାସ୍ ନକରି ପାଠ ପଢାଉଛନ୍ତି । ସେମାନଙ୍କ ବିରୋଧରେ ଅନେକ ଅଭିଯୋଗ ଆସୁଛି ।
ଶିକ୍ଷକଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ୨୦୧୨ ପୂର୍ବରୁ ଚାକିରି କରୁଥିଲେ ବି ଦେବାକୁ ଟିଚର୍ସ ଏଲିଜିବିଲିଟି ଟେଷ୍ଟ
ଗୁରୁ ଦିବସ ପୂର୍ବରୁ ଏପରି ଏକ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ମହାରାଷ୍ଟ୍ରର ଏକ ମାମଲାର ଶୁଣାଣି କରି ଏପରି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ୨ ବର୍ଷ ଭିତରେ ଓଟିଇଟି ପାସ୍ ନକଲେ ଚାକିରି ହରାଇବାକୁ ପଡ଼ିବ ।
/kanak/media/media_files/2025/09/01/20-2025-09-01-21-34-03.jpg)