କନକବ୍ୟୁରୋ : ଆଜି ଭୁବନେଶ୍ୱରରେ ଗର୍ଜିବେ ୪୮୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘ । ଚାକିରୀ ସର୍ତ୍ତାବଳୀ ଓ ପେନସନ ଦାବିରେ କରିବେ ଆନ୍ଦୋଳନ । ଭୁବନେଶ୍ୱର ଲୋୟର ପିଏମଜିରେ ଆୟୋଜିତ ହେବାକୁ ଥିବା ଆନ୍ଦୋଳନରେ ହଜାର ହଜାର ଶିକ୍ଷକ ଓ କର୍ମଚାରୀ ସାମିଲ ହେବେ ବୋଲି ସଂଘ କହିଛି । ୪୮୮ ବର୍ଗ ମହାବିଦ୍ୟାଳୟ ମାନଙ୍କରେ କାର୍ଯ୍ୟରତ ୨୦୦୯ ଗ୍ରାଣ୍ଟ ଇନ ଏଡ ନିୟମରେ ଅନୁଦାନ ପାଇଥିବା ଅଧ୍ୟାପକ ଓ କର୍ମଚାରୀମାନେ ୨୫ରୁ ୩୦ ବର୍ଷ କାର୍ଯ୍ୟ କଲାପରେ ମଧ୍ୟ ଚାକିରି ସର୍ତ୍ତାବଳୀ ଓ ପେନସନ ବ୍ୟବସ୍ଥା ହୋଇନଥିବା ସଂଘ କହିଛି ।
ବର୍ତ୍ତମାନର ବିଜେପି ସରକାର ପୂର୍ବରୁ ୪୮୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘ ସମର୍ଥନରେ ବିଧାନସଭାରେ ଶାସକ ଦଳକୁ ଘେରିଥିଲା। କିନ୍ତୁ ଏବେ ସରକାର ଗଢିବା ପରେ ମଧ୍ୟ ସଂଘର ଦାବି ପୂରଣ ପାଇଁ କୌଣସି ବ୍ୟବସ୍ଥା କରିନଥିବା ସଂଘ କହିଛି । ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ସମେତ ଅନେକ ନେତାଙ୍କୁ ଭେଟିଲେ ବି ସମାଧାନ ବାହାରି ପାରୁନଥିବାରୁ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସଂଘ ସଭାପତି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/26/MEhimIlpHaIC2PMiRokY.jpg)