କନକ ବ୍ୟୁରୋ : ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ଯାଜପୁର ବରୀରୁ ସାମ୍ନାକୁ ଆସିଛି ଏପରି ଲଜ୍ଜାଜନକ ଘଟଣା । ବରୀ ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟରେ ଅର୍ଥନୀତି ବିଭାଗର ଅଧ୍ୟାପକ, ଜଣେ ଛାତ୍ରୀଙ୍କୁ ପରୀକ୍ଷା ଖାତା ଦେଖାଇବା ଆଳରେ ଅସଦାଚରଣ କରିଛନ୍ତି  ।

Advertisment

ଏନେଇ ବରୀ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଛାତ୍ରୀଙ୍କ ପରିବାର ଲୋକ । ଅଭିଯୋଗ ଆଧାରରେ ବରୀ ପୋଲିସ କଲେଜକୁ ଯାଇ ତଦନ୍ତ ଆରମ୍ଭ କରିଛି। ଯଦି ଝିଅକୁ ନ୍ୟାୟ ନମିଳେ ତେବେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ଛାତ୍ରୀଙ୍କ ମାଆ । ଅଧ୍ୟାପକ ଜଣକ ଦୋଷ କରିଥିଲେ ତାଙ୍କୁ ଦଣ୍ଡ ମିଳିବା ଦରକାର ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷ ।