କନକ ବ୍ୟୁରୋ: ଝୁଲନ୍ତା ଅବସ୍ଥାରେ ଶିକ୍ଷୟୟିତ୍ରୀଙ୍କ ମୃତଦେହ ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଲାଇଙ୍ଗ ସ୍ଥିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ପରିସରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଫଙ୍ଖାରେ ଝୁଲନ୍ତା ଅବସ୍ଥାରେ ଶିକ୍ଷୟିତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ସେପଟେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ଶିକ୍ଷୟିତ୍ରୀଙ୍କ ବାପଘର ଲୋକେ । ପୋଲିସ ମୃତଦେହକୁ ଜବତ କରି ଲାଇଂ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ଜଣାପଡିଛି । ମୃତ ଶିକ୍ଷୟିତ୍ରୀ ଜଣକ ୩୬ ବର୍ଷୀୟା ସାଗରିକା ପଣ୍ଡା ବୋଲି ଜଣା ପଡ଼ିଛି । ମୃତ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ଜ୍ଞାନରଞ୍ଜନ ତ୍ରିପାଠୀ ମଧ୍ୟ ଉକ୍ତ ବିଦ୍ୟାଳୟରେ ଶିକ୍ଷକ ଭାବରେ କାର୍ୟ୍ୟରତ ଥିବା ଜଣାପଡିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏ ବାବଦରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।