ଚାକିରି ନାଁରେ ଠକିନେଲେ ଶିକ୍ଷକ ; ଆଇଏଏସ୍ ପରିଚୟ ଦେଇ ଠକୁଥିଲେ

ଚାକିରି କରାଇ ଦେବାକୁ କହି ଠକେଇ ଅଭିଯୋଗ । ଜଣେ ସରକାରୀ ଶିକ୍ଷକଙ୍କ ସମେତ ୩ ଜଣଙ୍କୁ ବାନ୍ଧିଲା ମୟୂରଭଞ୍ଜ ଖୁଣ୍ଟା ପୋଲିସ । ପ୍ରଶାସନିକ ଅଧିକାରୀଙ୍କ ନାଁ କହି କରୁଥିଲେ ଠକେଇ ।

teacher arrest

teacher arrest Photograph: (KanakNews)

କନକ ବ୍ୟୁରୋ: ଆଇଏଏସ ଅଫିସରଙ୍କ ନାମ କହି ଠକୁଥିଲେ। ସରକାରୀ ଚାକିରି କରାଇଦେବା ନାଁରେ ଲୁଟୁଥିଲେ ମୋଟା ଅଙ୍କର ଟଙ୍କା। ମାଡି ବସିଲା ମୟୂରଭଞ୍ଜ ଖୁଣ୍ଟା ପୋଲିସ । ଏଭଳି ଅଭିଯୋଗ ଆସିଛି ବୈରାଟପୁର ବିଦ୍ୟାଳୟ ସହକାରୀ ଶିକ୍ଷକ ମନୋଜ ଆଚାର୍ୟ୍ୟଙ୍କ ବିରୋଧରେ । ଚାକିରି ନାଁରେ ଠକେଇ ଅଭିଯୋଗରେ ସହକାରୀ ଶିକ୍ଷକ ମନୋଜ ଆଚାର୍ୟ୍ୟଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ଖୁଣ୍ଟା ପୋଲିସ । ଗିରଫ ଅନ୍ୟ ଦୁଇ ଜଣ ହେଲେ ଉଦଳା ଅଞ୍ଚଳର ଇଞ୍ଜିନିୟର ଦିଲ୍ଲୀପ ଜେନା ଏବଂ ବାରିପଦା କାଳିକାପୁରର ଲୋହିତ ଜେନା । ସରକାରୀ ଚାକିରି କରାଇଦେବା ନାଁରେ ଏମାନେ ଉଦଳା, ଖୁଣ୍ଟା, ବାରିପଦା ଏବଂ ଝାରପୋଖରିଆ ଅଞ୍ଚଳରେ ଅନେକ ଯୁବକଙ୍କୁ ଲୁଟିଛନ୍ତି । ଖୁଣ୍ଟା ଏବିଇଓ ବୃନ୍ଦାବନ ମାରାଣ୍ଡିଙ୍କ ଅଭିଯୋଗ ପରେ ଘଟଣା ସାମ୍ନାକୁ ଆସିଛି । 

 ଶିକ୍ଷକ ବୃତ୍ତିକୁ ଏକ ସମ୍ମାନଜନକ ବୃତ୍ତି ଭାବେ ଗ୍ରହଣ କରାଯାଏ । କିନ୍ତୁ ଜଣେ ଶିକ୍ଷକ ନିଜକୁ ଅଧିକାରୀଙ୍କ ପରିଚୟ ଦେଇ ଚାକିରି କରାଇଦେବାକୁ କହି ଯୁବକଙ୍କୁ ଠକିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି  ଏବଂ ସମ୍ପୃକ୍ତ ଶିକ୍ଷକଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଉପଯୁକ୍ତ ଶାସ୍ତି ଦେବାକୁ ଦାବି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe