ଗୁରୁ-ଶିଷ୍ୟ ପରମ୍ପରାରେ ପୁଣି କଳଙ୍କ ; ବିଜ୍ଞାନ ଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ

ଗୁରୁଙ୍କ ନାଁରେ ପୁଣି ଅଭିଯୋଗ  । କେନ୍ଦ୍ରାପଡା ରାଜନଗରର ଏକ ସ୍କୁଲରେ ଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ । ଅଭିଯୁକ୍ତ  ବିଜ୍ଞାନ ଶିକ୍ଷକଙ୍କୁ ଉଠାଇନେଲା ପୁଲିସ 

6

କନକ ବ୍ୟୁରୋ: ଗୁରୁଙ୍କ ନାଁରେ ପୁଣି ଅଭିଯୋଗ । କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ଏକ ସ୍କୁଲରୁ ଆସିଲା ଶିକ୍ଷକଙ୍କ ନାଁରେ ଅଭିଯୋଗ । ଅଭିଯୋଗ ପାଇ ସମ୍ପୃକ୍ତ ବିଜ୍ଞାନ ଶିକ୍ଷକଙ୍କୁ ଉଠାଇ ନେଇଛି ପୁଲିସ । ଏନେଇ ଅଧିକ ପଚରାଉଚରା ଜାରି ରଖିଛି । 

ସ୍କୁଲର ୧୫ ଜଣ ପିଲା ବିଜ୍ଞାନ ଶିକ୍ଷକ ଅମର ପ୍ରସାଦ ମଲିକଙ୍କ ନାଁରେ ଆଣିଥିଲେ ଅସଦାଚରଣର ଅଭିଯୋଗ । ସ୍କୁଲର ପିଲାମାନେ ପ୍ରଥମେ ପ୍ରଧାନ ଶିକ୍ଷକଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ । ଆଜି ସ୍କୁଲ କମିଟି ଓ ଅଭିଭାବକ ମଧ୍ୟରେ ମିଟିଂ ବସିଥିଲା । ମିଟିଂରୁ କୌଣସି ନିଷ୍କର୍ଷ ବାହାରିପାରିନି । ତେବେ ପ୍ରଧାନ ଶିକ୍ଷକ ଜଣକ ତାଳଚୁଆ ପୁଲିସକୁ ଖବର ଦେଇଥିବା ବେଳେ ତଦନ୍ତ ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe