କନକ ବ୍ୟୁରୋ: ଗୁରୁଙ୍କ ନାଆଁରେ କଳଙ୍କ, ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ନ୍ୟାୟ ପାଇଁ ପୀଡ଼ିତା ଛାତ୍ରୀ ଓ ପରିବାର ଜିଲ୍ଲାପାଳ ଏବଂ ଏସ୍ପିଙ୍କ ଦ୍ଵାରସ୍ତ । ଢେଙ୍କାନାଳ ଭୁବନ ଥାନା ଅନ୍ତର୍ଗତ ଗୋଟିଏ ସ୍କୁଲର ଜଣେ ନବମ ଶ୍ରେଣୀ ଛାତ୍ରୀ ଏଭଳି ଅଭିଯୋଗ କରିଛନ୍ତି । ସ୍କୁଲର ଇଂରାଜୀ ସାହିତ୍ୟ ପଢ଼ାଉଥିବା ଶିକ୍ଷକ ମନୋଜ କୁମାର ବାରିକ ତାଙ୍କୁ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି ସେ । ସ୍କୁଲରେ ଅଭିଯୋଗ ପରେ କେହି ନଶୁଣିବାରୁ ଜିଲ୍ଲାପାଳ ଓ ଏସ୍.ପି ଙ୍କ ଦ୍ବାରସ୍ଥ ହୋଇ ଛାତ୍ରୀ ଓ ତାଙ୍କ ପରିବାର ନ୍ୟାୟ ଦାବୀ କରିଛନ୍ତି । ଅସଦାଚରଣକୁ ନେଇ ମାନସିକ ଚାପରେ ଛାତ୍ରୀ ଥିବା ବାପାଙ୍କ ଅଭିଯୋଗ ରହିଛି । ଚାପରେ ଥିବାରୁ ପାଞ୍ଚ ଦିନ ହେବ ଛାତ୍ରୀ ଜଣଙ୍କ ସ୍କୁଲ ଯାଉନଥିବା କହିଛନ୍ତି ବାପା । ସ୍କୁଲ ଯିବା ପରଠାରୁ ଦୁଇ ମାସ ହେଲାଣି ଶିକ୍ଷକ ମନୋଜ କୁମାର ବାରିକ ତାଙ୍କୁ ଅସଦାଚରଣ କରି ଆସୁଥିଲେ । ସ୍କୁଲ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ପରିବାର । ଘଟଣାକୁ ନେଇ ପୁଲିସ ନିକଟରେ ଅଭିଯୋଗ କରି ନଥିବା କହିଛନ୍ତି ଛାତ୍ରୀଙ୍କ ବାପା । ଅଭିଯୋଗ ପରେ ଘଟଣାର ତଦନ୍ତ ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ । ଅନ୍ୟପଟେ ଏସ.ପି ଅଭିନବ ସୋନକର ଘଟଣାକୁ ଗୁରୁତ୍ୱ ଦେଇ ତୁରନ୍ତ ଭୁବନ ଥାନା ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତ ଶିକ୍ଷକଙ୍କୁ ଡେଙ୍କାନାଳ ବସ ଷ୍ଟାଣ୍ଡରୁ ଗିରଫ କରିଛି । ଏହାପରେ ତାଙ୍କୁ ପଚରାଉଚରା ଚାଲିଛି ।
ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ଅଭିଯୁକ୍ତ ଶିକ୍ଷକଙ୍କୁ ବାନ୍ଧିଲା ପୁଲିସ
ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ଜିଲ୍ଲାପାଳ ଏବଂ ଏସ୍ପିଙ୍କ ଦ୍ଵାରସ୍ଥ ହେଲେ ପୀଡ଼ିତା ଓ ପରିବାର । ଢେଙ୍କାନାଳ ଭୁବନ ଥାନାଞ୍ଚଳର ସ୍କୁଲରୁ ଆସିଲା ଅଭିଯୋଗ । ଅଭିଯୁକ୍ତ ଶିକ୍ଷକଙ୍କୁ ବାନ୍ଧିଲା ପୁଲିସ୍ ।
/kanak/media/media_files/2025/08/08/student-molestation-2025-08-08-08-15-48.jpg)