ଶିକ୍ଷୟିତ୍ରୀଙ୍କ ନାଁରେ ଠକେଇ ଅଭିଯୋଗ ; ଜମି ଦେବାକୁ କହି ଠକିନେଲେ ୨କୋଟି ୮୩ଲକ୍ଷ ଟଙ୍କା

Advertisment

ଶିକ୍ଷୟତ୍ରୀଙ୍କ କଳା କାରନାମା,ଜମି କିଣାବିକାକୁ ନେଇ ୨ କୋଟି ୮୩ ଲକ୍ଷ ଠକେଇ ଅଭିଯୋଗ । ରାଉରକେଲା ଝିରପାଣି ଥାନା କୋଏଲ ନଗରରେ ରହୁଥିବା ଜଣେ ଶିକ୍ଷୟତ୍ରୀ ଏଭଳି ଠକେଇ କରିଥିବା ଅଭିଯୋଗ ହୋଇଛି । କୋଏଲ ନଗରର ବିଭୁ ଭୂଷଣ ନନ୍ଦ ନାମକ ଏକ ବିଲଡରଙ୍କୁ କେରଳରେ ଜମୀ ଦେବାକୁ କହି ଠକେଇ କରିଥିବା ଅଭଯୋଗ ହୋଇଛି ।

46g hm

Photograph: (kanaknews)

କନକ ବ୍ୟୁରୋ :ଶିକ୍ଷୟିତ୍ରୀଙ୍କ କଳା କାରନାମା,ଜମି କିଣାବିକାକୁ ନେଇ ୨ କୋଟି ୮୩ ଲକ୍ଷ ଠକେଇ ଅଭିଯୋଗ । ରାଉରକେଲା ଝିରପାଣି ଥାନା କୋଏଲ ନଗରରେ ରହୁଥିବା ଜଣେ ଶିକ୍ଷୟିତ୍ରୀ ଏଭଳି ଠକେଇ କରିଥିବା ଅଭିଯୋଗ ହୋଇଛି । କୋଏଲ ନଗରର ବିଭୁ ଭୂଷଣ ନନ୍ଦ ନାମକ ଏକ ବିଲଡରଙ୍କୁ କେରଳରେ ଜମୀ ଦେବାକୁ କହି ଠକେଇ କରିଥିବା ଅଭଯୋଗ ହୋଇଛି । ଏହି ଘଟଣାରେ ଶିକ୍ଷୟିତ୍ରୀ ଏବଂ ତାଙ୍କ ସ୍ବାମୀଙ୍କ ସହ ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଶିକ୍ଷୟିତ୍ରୀ ଜଣଙ୍କ ଏକ ଘରୋଇ ସ୍କୁଲରେ ଶିକ୍ଷକତା କରନ୍ତି ।

ଶିକ୍ଷୟିତ୍ରୀ ସିନ୍ଧୁ.ଏସ୍ କେରଳର ମୂଳନିବାସୀ । ଗତବର୍ଷ କେରଳରେ ଜମି ଦେବାକୁ କହି ଶିକ୍ଷୟିତ୍ରୀ ଓ ତାଙ୍କ ସ୍ଵାମୀ ମହମ୍ମଦ କ୍ୟୁମାର ଖାଁ ଓ ଜଣେ ମଧ୍ୟସ୍ଥି ପ୍ରଦୀପ୍ତ ପଟ୍ଟନାୟକ ବିଲଡରଙ୍କୁ କହିଥିଲେ । ପରେ ବିଲଡର ବିଭୁ ଭୂଷଣ ନନ୍ଦ ୨ କୋଟି ୮୩ ଲକ୍ଷ ଟଙ୍କା ଦେଇଥିଲେ । ଟଙ୍କା ପାଇବା ପରେ ସେ ଆଉ ତାଙ୍କୁ ଧରାଛୁଆଁ ଦେଇନଥିଲେ । ଗତ ଡିସେମ୍ବର ମାସରେ ଏନେଇ ବିଲଡର ବିଭୁ ଭୂଷଣ ନନ୍ଦ ଝିରପାଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ସମସ୍ତଙ୍କ ଡାକ୍ତରୀ ମାଇନା କରିବା ପରେ କୋର୍ଟ ଚାଲାଣ କରିଛି ପୁଲିସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe