କନକ ବ୍ୟୁରୋ :ଶିକ୍ଷୟିତ୍ରୀଙ୍କ କଳା କାରନାମା,ଜମି କିଣାବିକାକୁ ନେଇ ୨ କୋଟି ୮୩ ଲକ୍ଷ ଠକେଇ ଅଭିଯୋଗ । ରାଉରକେଲା ଝିରପାଣି ଥାନା କୋଏଲ ନଗରରେ ରହୁଥିବା ଜଣେ ଶିକ୍ଷୟିତ୍ରୀ ଏଭଳି ଠକେଇ କରିଥିବା ଅଭିଯୋଗ ହୋଇଛି । କୋଏଲ ନଗରର ବିଭୁ ଭୂଷଣ ନନ୍ଦ ନାମକ ଏକ ବିଲଡରଙ୍କୁ କେରଳରେ ଜମୀ ଦେବାକୁ କହି ଠକେଇ କରିଥିବା ଅଭଯୋଗ ହୋଇଛି । ଏହି ଘଟଣାରେ ଶିକ୍ଷୟିତ୍ରୀ ଏବଂ ତାଙ୍କ ସ୍ବାମୀଙ୍କ ସହ ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଶିକ୍ଷୟିତ୍ରୀ ଜଣଙ୍କ ଏକ ଘରୋଇ ସ୍କୁଲରେ ଶିକ୍ଷକତା କରନ୍ତି ।
ଶିକ୍ଷୟିତ୍ରୀ ସିନ୍ଧୁ.ଏସ୍ କେରଳର ମୂଳନିବାସୀ । ଗତବର୍ଷ କେରଳରେ ଜମି ଦେବାକୁ କହି ଶିକ୍ଷୟିତ୍ରୀ ଓ ତାଙ୍କ ସ୍ଵାମୀ ମହମ୍ମଦ କ୍ୟୁମାର ଖାଁ ଓ ଜଣେ ମଧ୍ୟସ୍ଥି ପ୍ରଦୀପ୍ତ ପଟ୍ଟନାୟକ ବିଲଡରଙ୍କୁ କହିଥିଲେ । ପରେ ବିଲଡର ବିଭୁ ଭୂଷଣ ନନ୍ଦ ୨ କୋଟି ୮୩ ଲକ୍ଷ ଟଙ୍କା ଦେଇଥିଲେ । ଟଙ୍କା ପାଇବା ପରେ ସେ ଆଉ ତାଙ୍କୁ ଧରାଛୁଆଁ ଦେଇନଥିଲେ । ଗତ ଡିସେମ୍ବର ମାସରେ ଏନେଇ ବିଲଡର ବିଭୁ ଭୂଷଣ ନନ୍ଦ ଝିରପାଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ସମସ୍ତଙ୍କ ଡାକ୍ତରୀ ମାଇନା କରିବା ପରେ କୋର୍ଟ ଚାଲାଣ କରିଛି ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/05/03/QJB8HVaJhyvf7kWgQyge.jpg)