ରାଜଧାନୀରେ ଟ୍ୟାକ୍ସି ଡ୍ରାଇଭରଙ୍କ ମୃତଦେହ ମିଳିବା ଘଟଣା, ସାମ୍ନାକୁ ଆସିଲା କୋଟି କୋଟି ଟଙ୍କା ଠକେଇ ମାମଲା, ମାଷ୍ଟରମାଇଣ୍ଡ ମହିଳା ଗିରଫ

ଅପହରଣକାରୀ ମାନେ ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧରଙ୍କୁ ତାଙ୍କ ଘରେ ବନ୍ଧକ ରଖିଥିଲେ । ଆଉ ଘର ଭିତରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଅଭିଯୁକ୍ତମାନେ ଯାଜପୁରରୁ ମୃତଦେହକୁ ଆଣି ଚନ୍ଦକାରେ ଫୋପାଡି ଦେଇଥିଲେ । ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ବେଳେ, ଫେରାର ଅପହରଣକାରୀଙ୍କୁ ଖୋଜା ଚାଲିଛି । 

19

କନକ ବ୍ୟୁରୋ : ଭୁବନେଶ୍ବର ଚନ୍ଦକା ନିକଟରୁ ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁଙ୍କ ମୃତଦେହ ମିଳିବା ମାମଲାରେ ଟ୍ବିଷ୍ଟ । ମୃତ୍ୟୁ ପଛରେ ରହିଛନ୍ତି ୪୨୦ ମ୍ୟାଡାମ୍‌ । ଅପହରଣ ପଛରେ ଥିଲା ଚାକିରି ନାଁରେ ଟଙ୍କା ଠକେଇ ଘଟଣା । ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସଂସ୍ଥାରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ମ୍ୟାଡାମ୍‌ ପ୍ରାୟ ୫ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରିଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ବରମୁଣ୍ଡା ଅଞ୍ଚଳରେ କନସଲଟାନ୍ସି ଫାର୍ମ କରିଥିଲେ ଅଭିଯୁକ୍ତ ମ୍ୟାଡାମ୍ । ଆଉ ତାଙ୍କ ପାଖେ ରହି କାମ କରୁଥିଲେ ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର। ଚାକିରି ନାଁରେ ଠକେଇ ପରେ, ଟଙ୍କା ଫେରି ନପାଇବାରୁ ଆଶାୟୀ ପ୍ରାର୍ଥୀମାନେ ମିଶି ଟ୍ୟାକ୍ସି ଡ୍ରାଇଭରଙ୍କୁ କରିଥିଲେ ଅପହରଣ। ଘଟଣାକୁ ହାଲୁକା ଭାବରେ ପୁଲିସ ନେଇଥିଲା, ଯେଉଁଥିପାଇଁ ପୁଅ ହରାଇଲୁ ବୋଲି କହିଛନ୍ତି ମୃତକଙ୍କ ବାପା । 

ଅପହରଣକାରୀ ମାନେ ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧରଙ୍କୁ ତାଙ୍କ ଘରେ ବନ୍ଧକ ରଖିଥିଲେ । ଆଉ ଘର ଭିତରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଅଭିଯୁକ୍ତମାନେ ଯାଜପୁରରୁ ମୃତଦେହକୁ ଆଣି ଚନ୍ଦକାରେ ଫୋପାଡି ଦେଇଥିଲେ । ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ବେଳେ, ଫେରାର ଅପହରଣକାରୀଙ୍କୁ ଖୋଜା ଚାଲିଛି । 

 ରାଜଧାନୀରେ ଛତୁ ଫୁଟିଲା ଭଳି କନସଲଟାନ୍ସି ଫାର୍ମ ଦେଖିବାକୁ ମିଳୁଛି । ଚାକିରି ଦେବାର ପ୍ରଲୋଭନ ଦେଖାଇ କିଛି ଠକ ଟଙ୍କା ଖାଇ ଚମ୍ପଟ ମାରୁଛନ୍ତି । ଆଉ ବିଦ୍ୟାଧରଙ୍କ ଭଳି ନିରୀହ ଡ୍ରାଇଭର ବଳି ପଡୁଛନ୍ତି ।  ଫେରାର ୪୨୦ ମ୍ୟାଡମଙ୍କୁ ଧରିବା ପରେ, ହତ୍ୟାକାଣ୍ଡ ପଛରେ ଥିବା ଚାକିରି କେଳେଙ୍କାରୀ ସାମନାକୁ ଆସିବ ବୋଲି କୁହାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe