କନକ ବ୍ୟୁରୋ : ଅତିତରେ ଏମିତି ଅନେକ ଭବିଷ୍ୟବାଣୀ ସତ ହୋଇଛି । ବାବା ଭେଙ୍ଗାଙ୍କ ସମେତ କିଛି ଭବିଷ୍ୟବକ୍ତା ନିକଟରେ ସମୟ ପୂର୍ବରୁ ଭବିଷ୍ୟ ଦେଖିବାର ଶକ୍ତି ଥିଲା । ଏବେ ଜାପାନୀ ମନସ୍ତତ୍ତ୍ୱବିତ୍ ରିଓ ତାତସୁକିଙ୍କ ଏକ ଭବିଷ୍ୟବାଣୀ ସାରା ବିଶ୍ୱରେ ଆଲୋଚନାର ବିଷୟ ପାଲଟିଛି। ସେ ୨୦୨୫ ମସିହାରେ ଜାପାନରେ ଏକ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଘଟିବ ବୋଲି ଭବିଷ୍ୟବାଣୀ କରିଛନ୍ତି । ଯାହାକୁ ନେଇ ପୂରା ଭୟଭୀତ ଲୋକେ । ଏହା ପୂର୍ବରୁ ମଧ୍ୟ ରିଓ ତାତ୍ସୁକିଙ୍କ ଭବିଷ୍ୟବାଣୀ ସତ ହୋଇସାରିଛି । ରିଓଙ୍କୁ ବାବା ଭେଙ୍ଗା ବୋଲି ଅନେକ କହୁଛନ୍ତି ।
ତେବେ ରିଓ ତାତ୍ସୁକି ୨୦୨୫ କୁ ନେଇ ଯେଉଁ ସାଙ୍ଘାତିକ ଭବିଷ୍ୟବାଣୀ କରିଛନ୍ତି ତାହା ସମସ୍ତଙ୍କୁ ଭୟଭୀତ କରିଛି । ଭବିଷ୍ୟବାଣୀ ଅନୁସାରେ ୨୦୨୫ରେ ଜାପାନରେ ଭୀଷଣ ସୁନାମି ଆସିବ । ଏହି ଭିବଷ୍ୟବାଣୀ ସାମ୍ନାକୁ ଆସିବା ପରେ ସୃଷ୍ଟି ହୋଇଛି ଲୋକଙ୍କ ମଧ୍ୟରେ ଆତଙ୍କ । ଏମିତି କି ଲୋକମାନେ ଟିକଟ କ୍ୟାନ୍ସଲ କରିବାରେ ଲାଗିପଡିଛନ୍ତି । ଜୁନ୍ ଏବଂ ଜୁଲାଇ ମାସରେ ହଙ୍କ୍କଙ୍ଗରୁ ଜାପାନ ଯିବାକୁ ଥିବା ୮୦ ପ୍ରତିଶତ ଫ୍ଲାଇଟ୍ ଟିକଟ ବୁକିଙ୍ଗ ବାତିଲ ହୋଇଛି ।
ଚେତାବନୀ ଦିଆଯାଇଛି ଯେ, ଜାପାନକୁ ଏକ ବଡ଼ ଧରଣର ବିପଦ ମାଡ଼ି ଆସୁଛି । ଏହି ଭବିଷ୍ୟବାଣୀ ପରେ ଯାତ୍ରୀମାନଙ୍କ ବ୍ୟତିତ ଏୟାରଲାଇନ୍ସ କମ୍ପାନୀ ମଧ୍ୟ ଚିନ୍ତାରେ । ହଙ୍ଗକଙ୍ଗ ଏୟାରଲାଇନ୍ସ ଦକ୍ଷୀଣ ଜାପାନର ସହିତ କାଗୋଶିମା ଏବଂ କୁମାମୋଟୋ ଯିବାକୁ ଥିବା ଫ୍ଲାଇଟ୍ସକୁ ଜୁଲାଇ ଏବଂ ଅଗଷ୍ଟ ଯାଏ କ୍ୟାନ୍ସଲ କରିଦିଆଯାଇଛି । ଏୟାରଲାଇନ୍ ଅଧିକାରୀ ମଧ୍ୟ ଏହାରି ପଛରେ ଥିବା କାରଣ ତାତ୍ସୁକି ର ମଙ୍ଗା ଭବିଷ୍ୟବାଣୀ କଥା କହିଛନ୍ତି । ସୁନାମୀ ଏବଂ ଭୁକମ୍ପର ଆଶଙ୍କା ଦୃଷ୍ଟିରୁ ଫ୍ଲାଇଟ୍ ବାତିଲ କରାଯାଇଛି ।
୫ ଜୁଲାଇକୁ ନେଇ କଣ ରହିଛି ତାତ୍ସୁକି ଭବିଷ୍ୟବାଣୀ
ତାତସୁକିର ଚେତାବନୀ ଅନୁସାରେ ୫ ଜୁଲାଇ ୨୦୨୫ରେ ଜାପାନ ଏବଂ ଫିଲିପାଇନ୍ସ ସମୁଦ୍ରର ନିମ୍ନରେ ବଡ଼ ସୁନାମୀ ଆସିବ । ଏହା ୨୦୧୧ ତୋହୋକୁ ଭୁକମ୍ପ ଠାରୁ ବହୁ ବଡ଼ ଧରଣର ହେବ । ଆଉ ତିନି ଗୁଣା ଅଧିକ ବଡ଼ ଲହରୀ ଉଠି ଆସିବ । ତାତ୍ସୁକି ପୂର୍ବରୁ କରିଥିବା ଭବିଷ୍ୟବାଣୀ ଯେହେତୁ ସତ ହୋଇସାରିଛି ତେଣୁ ଏହି ଭବିଷ୍ୟବାଣୀ ନେଇ ଖୁବ୍ ଆତଙ୍କିତ ହୋଇପଡିଛନ୍ତି ଲୋକେ । ବହୁସଂଖ୍ୟାରେ ପର୍ଯ୍ୟଟକମାନେ ଏହି ଭବିଷ୍ୟବାଣୀକୁ ଅତି ଗୁରତ୍ବର ସହ ନେଉଛନ୍ତି । ତେବେ ତାତ୍ସୁକିଙ୍କ ଦାବି ଯେ ତାଙ୍କୁ ସ୍ବପ୍ନ ଯାହା ଆସେ ସେ ସେଇକଥା ହି ଭବିଷ୍ୟବାଣୀ ଭାବେ କହିଥାନ୍ତି । ୨୦୧୧ରେ ତୋହୋତୁ ଭୁକମ୍ପ, ଏବଂ ସୁନାମୀ, ଡାଏନାଙ୍କ ମୃତ୍ୟୃ, କରୋନା ଭାଇରସ୍ ଭଳି ଅନେକ ଭବିଷ୍ୟବାଣୀ ସତ ହୋଇସାରିଛି ।