କନକ ବ୍ୟୁରୋ:  ଯାଜପୁରରେ ଟାଟା କମ୍ପାନି ନିବେଶ କରିବ ୬୩ ହଜାର କୋଟି ଟଙ୍କା । ସୃଷ୍ଟି ହେବ ୩୪ହଜାର ନିଯୁକ୍ତି । ଏନେଇ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ । ତେବେ ଚଳିତ ମାସ ୨୨ ତାରିଖରେ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ ଓ ଉଦଘାଟନ କରାଯିବ । ଯାଜପୁର ଜିଲ୍ଲାରେ ୧୨ ପ୍ରକଳ୍ପର ଶିଳାନ୍ୟାସ ଓ ୪ ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । କେବଳ ଟାଟାର ୬୩ ହଜାର କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କରାଯିବ । ଏହାଦ୍ବାରା ୩୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ତେବେ ଜେଏସ୍‌ଡବ୍ଲୁ ଓ ବେଦାନ୍ତ ବି ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଆଗକୁ ଗ୍ରାଉଣ୍ଡିଂ ହେବା ନେଇ ଶିଳ୍ପ ମନ୍ତ୍ରୀ ସୂଚନା ଦେଇଛନ୍ତି ।