କନକ ବ୍ୟୁରୋ: ଟାଟା ଷ୍ଟିଲ୍ ପକ୍ଷରୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ଆଥଲେଟିକ୍ ଆସୋସିଏସନ୍ର ମିଳିତ ସହଯୋଗରେ ଶନିବାର ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍ର ତୃତୀୟ ସଂସ୍କରଣ କପିଳାସ ପାହାଡ଼ ପାଦଦେଶରେ ଅନୁଷ୍ଠିତ ହୋଇଯାଇଛି । ‘ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଦୌଡ଼’ ବାର୍ତ୍ତାଦେଇ ଏହି ମାରାଥନ୍ରେ ଦେଶର ୧୪ଟି ରାଜ୍ୟର ୫,୫୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । କାର୍ଯ୍ୟକ୍ରମକୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବଂ କ୍ରୀଡ଼ା ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ପର୍ଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଓ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକIର, ବନଖଣ୍ଡ ଅଧିକାରୀ ସୁମିତ କୁମାର କର, ଟାଟା ଷ୍ଟିଲ୍ କର୍ପୋରେଟ୍ ସର୍ଭିସେସ୍ର ଉପାଧ୍ୟକ୍ଷ ଡିବି. ସୁନ୍ଦର ରାମମ୍, ଟାଟା ଷ୍ଟିଲ୍ ମେରାମଣ୍ଡଳୀର ଅପରେସନ୍ସ ଉପାଧ୍ୟକ୍ଷ ସୁଧୀର କୁମାର ମେହେତା ଓ ଟାଟା ଷ୍ଟିଲ୍ ଟେକ୍ନିକାଲ୍ ସର୍ଭିସେସ୍ ଲିମିଟେଡ୍ର ସିଇଓ ସନ୍ଦୀପ ଧୀର ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଦୌଡ଼ରେ ପ୍ରଥମ ଥରପାଇଁ ସେଣ୍ଟ ପିଟର୍ସବର୍ଗର ରୁଷୀୟ ମହିଳା ଏଲିନା ଟରସୋଭା ଭାଗ ନେଇଥିଲେ । ଟାଟା ଷ୍ଟିଲ୍ କର୍ପୋରେଟ୍ ସର୍ଭିସେସ୍ ଉପାଧ୍ୟକ୍ଷ ଶ୍ରୀ ରାମମ୍ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇ ବନ୍ୟଜନ୍ତୁ ସୁରକ୍ଷା ପରବର୍ତ୍ତୀ ପିଢ଼ିପାଇଁ ଆମର ଏକ ଦାୟିତ୍ୱ ବୋଲି କହିଥିଲେ। ଏହି ଦୌଡ଼ର ୨୧ କିଲୋମିଟର ପୁରୁଷ ବର୍ଗରେ ପଶ୍ଚିମବଙ୍ଗର ପଞ୍ଚାନନ ବେରା ଓ ମହିଳା ବର୍ଗରେ ହରିଆନାର ଭାରତୀ ନୈନ୍ ବିଜେତା ହୋଇ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଗ୍ରହଣ କରିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/01/10/tata-steel-sports-2026-01-10-22-04-55.jpg)