କନକ ବ୍ୟୁରୋ : ସ୍ୱାଭିମାନ ଅଞ୍ଚଳର ପାପରମେଟଲା ପଞ୍ଚାୟତବାସୀ। ଖରା ଗରମ ସାଙ୍ଗକୁ ବିଦ୍ୟୁତ୍ ବିଚ୍ଛିନ୍ନ ଲୋକଙ୍କୁ ନାକେଦମ୍ କଲାଣି। ସ୍କୁଲରେ ଆଉଟପାଉଟ ହେଉଛନ୍ତି ଛାତ୍ରଛାତ୍ରୀ। ଆବାସିକ ବିଦ୍ୟାଳୟରେ ପାଠପଢ଼ା ସହ ପାଣି ପାଇଁ ବହୁ ଅସୁବିଧା ଭୋଗୁଛନ୍ତି। ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ଟାଟା ପାୱାରର ଜୁଲମ୍ ବିରୋଧରେ ଗ୍ରାମବାସୀ ମେଳି ବାନ୍ଧୁଛନ୍ତି।
ମାସକୁ ମାସ ବିଲ୍ ଦେଉନଥିବା ସଂସ୍ଥା ଏକାଥରେ ଧରେଇ ଦେଇଛି ୨୦ ହଜାର ଟଙ୍କାର ବିଦ୍ୟୁତ୍ ବିଲ୍। ଗରିବ ଶ୍ରମିକ ଶ୍ରେଣୀର ଲୋକମାନେ ଏକା ଥରକେ ଏତେ ଟଙ୍କା ଦେଇପାରୁନାହାନ୍ତି। ମାସକୁ କିଏ ହଜାରେ, କିଏ ୨ରୁ ୩ ହଜାର ଟଙ୍କା ଜମା କରୁଛନ୍ତି। ତଥାପି ସଂପୃକ୍ତ ସଂସ୍ଥା ବିଜୁଳି ବିଚ୍ଛିନ୍ନ କରିଦେଇଥିବା ଅଭିଯୋଗ ହୋଇଛି। ପାପରମେଟଲା ପଞ୍ଚାୟତର ରୁମା, ଡୋଳିଆମ୍ବା, ଗନ୍ଧିଗୁଡ଼ାର ଗ୍ରାମବାସୀ ବିଦ୍ୟୁତ ସେବା ନପାଇ ହନ୍ତସନ୍ତ ହେଉଛନ୍ତି।
ତେବେ ପ୍ରଶାସନ ସ୍ୱାଭିମାନ ଅଞ୍ଚଳର ନିରୀହ ଆଦିବାସୀଙ୍କ କଥା ଶୁଣି ସମାଧାନର ବାଟ ବାହାର କରୁ। ଏବଂ ଟାଟା ପାୱାର ତୁରନ୍ତ ବିଦ୍ୟୁତ ସଂଯୋଗ କରିବାକୁ ଦାବି ହୋଇଛି।
Follow Us