ବଢୁଛି ଟାଟା ପାଓ୍ବାରର ମନମାନି : ଜୋରଜବରଦସ୍ତି ଘରେ ୭ହଜାରରୁ ଅଧିକ ଟଙ୍କାର ଡିଜିଟାଲ ମିଟର ଲଗାଉଥିବା ଲୋକଙ୍କ ଅଭିଯୋଗ

Advertisment

ଜୋର ଜବରଦସ୍ତ ୭ ହଜାରରୁ ଅଧିକ ଟଙ୍କାର ଡିଜିଟାଲ ମିଟର ଲଗାଇବାକୁ ଲୋକଙ୍କ ବିରୋଧ । ପୁରୁଣା ଭିଜନ ଟେକ ଡିଜିଟାଲ ମିଟରକୁ ତ୍ରୁଟି ଦର୍ଶାଇ ନୂତନ ଡିଜିଟାଲ ମିଟର ଲଗାଇବାକୁ ବିରୋଧ କରି ଟାଟା ପାୱାରର ସାଲେପୁର ବିଦ୍ୟୁତ ଡିଭିଜନ ଅଫିସରେ ପ୍ରତିବାଦ ।

ଜୋର ଜବରଦସ୍ତ ୭ ହଜାରରୁ ଅଧିକ ଟଙ୍କାର ଡିଜିଟାଲ ମିଟର ଲଗାଇବାକୁ ଲୋକଙ୍କ ବିରୋଧ । ପୁରୁଣା ଭିଜନ ଟେକ ଡିଜିଟାଲ ମିଟରକୁ ତ୍ରୁଟି ଦର୍ଶାଇ ନୂତନ ଡିଜିଟାଲ ମିଟର ଲଗାଇବାକୁ ବିରୋଧ କରି ଟାଟା ପାୱାରର ସାଲେପୁର ବିଦ୍ୟୁତ ଡିଭିଜନ ଅଫିସରେ ପ୍ରତିବାଦ ।

train 5

train 5 Photograph: (train 5)

କନକବ୍ୟୁରୋ : ପୁଣି ଟାଟା ପାୱାରର ମନମାନି  ।  ଜୋର ଜବରଦସ୍ତ ୭ ହଜାରରୁ ଅଧିକ ଟଙ୍କାର ଡିଜିଟାଲ ମିଟର ଲଗାଇବାକୁ ଲୋକଙ୍କ ବିରୋଧ। ପୁରୁଣା ଭିଜନ ଟେକ ଡିଜିଟାଲ ମିଟରକୁ ତ୍ରୁଟି ଦର୍ଶାଇ ନୂତନ ଡିଜିଟାଲ ମିଟର ଲଗାଇବାକୁ ବିରୋଧ କରି ଟାଟା ପାୱାରର ସାଲେପୁର ବିଦ୍ୟୁତ ଡିଭିଜନ ଅଫିସରେ ପ୍ରତିବାଦ ।    କାର୍ଯ୍ୟବନ୍ଦ କରାଇବା ସହ ମୁଖ୍ୟ ଫାଟକ ଆଗରେ ବହୁ ସମୟ ନିଆଁ ଜାଳି ଏହାର ବିରୋଧ ପ୍ରଦର୍ଶନ କରି ବିକ୍ଷୋଭ କରିଥିଲେ ।   ସାଲେପୁର ସହରରେ ଏକା ସାଙ୍ଗରେ ୭ହଜାରରୁ ଉର୍ଦ୍ଧ ମିଟରକୁ ଖରାପ ଦର୍ଶାଇ ଏହା ଜାଗାରେ ପୁଣି ନୂତନ ମିଟର ଲଗାଇବା କମ୍ପାନୀର ଏକ ଚକ୍ରାନ୍ତ ବୋଲି ଅଭିଯୋଗ ହୋଇଛି  ।

ନୂତନ ମିଟରରେ ୩ଗୁଣା ଅଧିକ  ବିଲ ଉଠୁଥିବା ଅଭିଯୋଗ କରିଛନ୍ତି ଗ୍ରାହକ। ତେବେ ଏତେ ସଂଖ୍ୟାରେ ମିଟର ଗୋଟିଏ ସିରିଜର ହୋଇଥିବା ବିଦ୍ୟୁତ ଉପଖଣ୍ଡ ଅଧିକାରୀ କହିଛନ୍ତି। ତେବେ ଏତେ ସଂଖ୍ୟାରେ କିଭଳି ତାହା ଖରାପ ହେଲା ତାର ଉତ୍ତର ରଖିପାରିନାହାନ୍ତି ସେ । ସାଧାରାଣ ଲୋକଙ୍କ ସମସ୍ୟା ବିଷୟରେ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି। ଖୁବ ଶୀଘ୍ର ସମାଧାନର ବାଟ ବାହାରିବ ବୋଲି ସେ କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe