କନକବ୍ୟୁରୋ : ବର୍ଷାରେ ପାଚେରୀ ପଡି ଜଣେ ମୃତ ।  ବାଲେଶ୍ବରରେ ଟାଟା ପାୱାର ପାଚେରୀ ଗଡି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଛି  ।   ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛ  ।  ମୃତକ ସଦାନନ୍ଦ ଟୁଡୁ ଜଣେ ରଡ ମିସ୍ତ୍ରୀ ଭାବେ କାମ କରି ପରିବାର ଚଳାନ୍ତି । 

Advertisment

ବାପାକୁ ଖୋଜିବାକୁ ଆସି ବାପାଙ୍କର ଚପଲ ପାଇଥିଲେ ଝିଅ ଝରଣା ।  ଖୋଜାଖୋଜି ପରେ ଭଙ୍ଗା ପାଚେରୀ ତଳୁ ବାପାଙ୍କର ମୃତଦେହ ମିଳିଥିଲା । ଟାଟା ପାୱାର ଷ୍ଟୋର ଫାଟକ ସାମ୍ନାରେ ମୃତଦେହ କୁ ରଖି ନ୍ୟାୟ ଦାବି କରିଛନ୍ତି ପରିବାର । ଘଟଣା ସ୍ଥଳରେ ରେମୁଣା ଓ ସଦର ବିଧାୟକ ପହଁଚି ଆଲୋଚନା କରିଛନ୍ତି ।
---