କନକ ବ୍ୟୁରୋ : ନିଜ ଉପରୁ ଦୋଷ ଛଡ଼ାଇଲା ଟାଟା ପାୱାର । ଆଡିସନାଲ ସିକ୍ୟୁରିଟି ଡିପୋଜିଟ କିଛି ନୂଆ କଥା ନୁହେଁ, ଏହା ପୂର୍ବରୁ ମଧ୍ୟ ଥିଲା, ଇଲେକଟ୍ରିସିଟି ଆକ୍ଟ ୨୦୦୩ ନିୟମ ଅନୁସାରେ ସବୁ କାମ କରାଯାଉଥିବା କହିଛି ଟାଟା ପାୱାର । ଏହା ଏକ ରେଗୁଲେଟେଡ ବିଜନେସ , ବିଦ୍ୟୁତ ବିଲ୍, କନେକ୍ସନ୍, ଚାର୍ଜେସ ସବୁ ରେଗୁଲେଟେଡ । ଯେଉଁ ସିକ୍ୟୁରିଟି ଡିପୋଜିଟ ନିଆ ଯାଉଛି ତାହା ଉପରେ କ୍ରେଡିଟ ଇଣ୍ଟରେଷ୍ଟ ମଧ୍ୟ ଦିଆ ଯାଉଛି । ଆଡ଼ିସନାଲ ସିକ୍ୟୁରିଟି ଡିପୋଜିଟ ବାବଦରେ ଗଣମାଧ୍ୟମରେ ବିଜ୍ଞାପନ ଦିଆଯାଉଛି । ସ୍ମାର୍ଟ ମିଟର ସମ୍ପୂର୍ଣ ସଠିକ ରିଡିଙ୍ଗ ନେଉଛି, ଯାହା ପୁରୁଣା ମିଟର ରିଡିଙ୍ଗ ନେଉଥିଲା ସ୍ମାର୍ଟ ମିଟର ସମାନ ଢଙ୍ଗରେ କାମ କରୁଥିବା କହିଛି ଟାଟା ପାୱାର । ଅଧିକ ଟଙ୍କା ଆସିବା ଏକ ଭ୍ରମ, ସେମିତି କୌଣସି ସ୍ଥାନରେ ହେଉନାହିଁ ବୋଲି ସଫେଇ ରଖିଛି ଟାଟା ପାୱାର । ପୁରୁଣା ମିଟର ଓ ସ୍ମାର୍ଟ ମିଟର ଉଭୟକୁ ବ୍ୟବହାର କରାଯାଉଥିବା କହିଛି ଟାଟା ପାୱାର ।
ଅନ୍ୟପଟେ ଟିପିସିଓଡିଏଲ୍ର ମନମାନିକୁ ବିରୋଧ କରି ବିଜେଡି ପ୍ରତିବାଦ କରିଛି । ଭୁବନେଶ୍ବର ଟିପିସିଓଡିଏଲ୍ କାର୍ଯ୍ୟାଳୟ ଆଗରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବଡ଼ ବିକ୍ଷୋଭ କରିଛି । ଟାଟାପାୱାରର ଅତିରିକ୍ତ ସୁରକ୍ଷା ଜମା ନୋଟିସ୍ ପ୍ରତ୍ୟାହାର ଏବଂ ସ୍ମାର୍ଟ ମିଟର ପ୍ରତ୍ୟାହାର ଦାବିରେ ପ୍ରତିବାଦ କରିଛି ଦଳ । ବିକ୍ଷୋଭ ସମାବେଶରେ ଯୁବ ବିଜେଡ଼ି ସଭାପତି ଚିନ୍ମୟ ସାହୁ ଓ ଛାତ୍ର ବିଜେଡ଼ି ସଭାନେତ୍ରୀ ଇପସିତା ସାହୁ, ବରିଷ୍ଠ ବିଜେଡି ନେତାଙ୍କ ସମେତ ଶତାଧିକ କର୍ମୀ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/18/tpcodl-2025-12-18-15-39-09.jpg)