ସରକାରଙ୍କ ମାଗଣା ମିଟର ଉପରେ ଭଡ଼ା ନେଉଛି ଟାଟା ପାୱାର, ଆଦାୟ କରିଛି ୧୮ କୋଟିରୁ ଅଧିକ ଟଙ୍କା

Advertisment

ସରକାର ଦେଲେ ମିଟର, ଭଡା ଆଦାୟ କଲା ଟାଟା ପାଓ୍ବାର । ଟାଟା ପାଓ୍ବାରର ଅଜବ ଗୋଲକଧନ୍ଦା ଏବେ ସାମ୍ନାକୁ ଆସିଛି। ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପରିବାର ପାଇଁ ରାଜ୍ୟ ସରକାର ମାଗଣା ବିଦ୍ୟୁତ ସଂଯୋଗର ବ୍ୟବସ୍ଥା କରିଥିଲେ। ସୌଭାଗ୍ୟ ଯୋଜନା ଭଳି ବିଭିନ୍ନ ସରକାରୀ ଯୋଜନାରେ ଲକ୍ଷାଧିକ ଲୋକଙ୍କ ଘରେ ବିଦ୍ୟୁତ ସଂଯୋଗ ହୋଇଥିଲା। ସରକାର ମାଗଣାରେ ବିଦ୍ୟୁତ ସଂଯୋଗ କରିଦେଲେ । ଘରେ ଘରେ ଲାଗିଲା ମିଟର ।  ଯିଏ ଯେତେ ବ୍ୟବହାର କଲା ସେ ଅନୁଯାୟୀ ବିଦ୍ୟୁତ ବିଲ ବି ପୈଠ କଲା ।

ସରକାର ଦେଲେ ମିଟର, ଭଡା ଆଦାୟ କଲା ଟାଟା ପାଓ୍ବାର । ଟାଟା ପାଓ୍ବାରର ଅଜବ ଗୋଲକଧନ୍ଦା ଏବେ ସାମ୍ନାକୁ ଆସିଛି। ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପରିବାର ପାଇଁ ରାଜ୍ୟ ସରକାର ମାଗଣା ବିଦ୍ୟୁତ ସଂଯୋଗର ବ୍ୟବସ୍ଥା କରିଥିଲେ। ସୌଭାଗ୍ୟ ଯୋଜନା ଭଳି ବିଭିନ୍ନ ସରକାରୀ ଯୋଜନାରେ ଲକ୍ଷାଧିକ ଲୋକଙ୍କ ଘରେ ବିଦ୍ୟୁତ ସଂଯୋଗ ହୋଇଥିଲା। ସରକାର ମାଗଣାରେ ବିଦ୍ୟୁତ ସଂଯୋଗ କରିଦେଲେ । ଘରେ ଘରେ ଲାଗିଲା ମିଟର ।  ଯିଏ ଯେତେ ବ୍ୟବହାର କଲା ସେ ଅନୁଯାୟୀ ବିଦ୍ୟୁତ ବିଲ ବି ପୈଠ କଲା ।

tata

କନକ ବ୍ୟୁରୋ : ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପରିବାର ପାଇଁ ରାଜ୍ୟ ସରକାର ମାଗଣା ବିଦ୍ୟୁତ ସଂଯୋଗର ବ୍ୟବସ୍ଥା କରିଥିଲେ । ଲକ୍ଷାଧିକ ଲୋକଙ୍କ ଘରେ ବିଜୁଳି ଆସିଲା । କିନ୍ତୁ ଦୁର୍ଭାଗ୍ୟର କଥା ସରକାର ଯୋଗାଇଥିବା ମିଟରରୁ ଭଡା ନେଉଥିଲା ଟାଟା ପାଓ୍ବାର । ଏହି କଥା ସ୍ବୀକାର କରିଛି ଟାଟା ପାଓ୍ବାର । 

ସରକାର ଦେଲେ ମିଟର, ଭଡା ଆଦାୟ କଲା ଟାଟା ପାଓ୍ବାର । ଟାଟା ପାଓ୍ବାରର ଅଜବ ଗୋଲକଧନ୍ଦା ଏବେ ସାମ୍ନାକୁ ଆସିଛି। ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପରିବାର ପାଇଁ ରାଜ୍ୟ ସରକାର ମାଗଣା ବିଦ୍ୟୁତ ସଂଯୋଗର ବ୍ୟବସ୍ଥା କରିଥିଲେ। ସୌଭାଗ୍ୟ ଯୋଜନା ଭଳି ବିଭିନ୍ନ ସରକାରୀ ଯୋଜନାରେ ଲକ୍ଷାଧିକ ଲୋକଙ୍କ ଘରେ ବିଦ୍ୟୁତ ସଂଯୋଗ ହୋଇଥିଲା। ସରକାର ମାଗଣାରେ ବିଦ୍ୟୁତ ସଂଯୋଗ କରିଦେଲେ । ଘରେ ଘରେ ଲାଗିଲା ମିଟର ।  ଯିଏ ଯେତେ ବ୍ୟବହାର କଲା ସେ ଅନୁଯାୟୀ ବିଦ୍ୟୁତ ବିଲ ବି ପୈଠ କଲା । କିନ୍ତୁ ଏହାରି ଭିତରେ ଟାଟା ପାଓ୍ବାର ବିଛାଇସାରିଥିଲା ଟଙ୍କା ଲୁଟର ଜାଲ। ସରକାରୀ ମିଟରରୁ ମାସକୁ ୪୦ଟଙ୍କା ଲେଖାଏଁ ଆଦାୟ କଲା ଟାଟା ପାଓ୍ବାର । ଏନେଇ ଜଣେ ଉପଭୋକ୍ତା ଓଇଆରସି, ଟାଟା ପାଓ୍ବାର ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ । ମିଟର ଭଡ଼ା ବାବଦକୁ ଟଙ୍କା ଆଦାୟ ହୋଇନଥିବା ଟାଟା ପାଓ୍ବାର ଲିଖିତ ଭାବେ ଜଣାଇଥିଲା । କିନ୍ତୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ସଂଗ୍ରହ ବେଳେ ସବୁ ସତ ସାମ୍ନାକୁ ଆସିଲା। ଆଇପିଡିଏସ ଓ ସୌଭାଗ୍ୟ ଯୋଜନାର ଉପଭୋକ୍ତାଙ୍କଠାରୁ ଟିପିସିଓଡିଏଲ୍‌ ମିଟର ଭଡ଼ା ବାବଦକୁ ୧୮ କୋଟି ୬୮ ଲକ୍ଷ ଟଙ୍କା ନେଇଯାଇଛି ।

ଅଧିକ ପଢ଼ନ୍ତୁ :  ବଢୁଛି ଟାଟା ପାଓ୍ବାରର ମନମାନି : ଜୋରଜବରଦସ୍ତି ଘରେ ୭ହଜାରରୁ ଅଧିକ ଟଙ୍କାର ଡିଜିଟାଲ ମିଟର ଲଗାଉଥିବା ଲୋକଙ୍କ ଅଭିଯୋଗ

କନକ ନ୍ୟୁଜ ହାତରେ ମିଳିଥିବା ତଥ୍ୟ ଟାଟା ପାଓ୍ବାରର ଚକ୍ରାନ୍ତର ପର୍ଦାଫାସ କରିଥିବାବେଳେ କନକ ନ୍ୟୁଜ କ୍ୟାମେରା ଆଗରେ ବି ନିଜର ଦୁଖ ବଖାଣିଛନ୍ତି କିଛି ଉପଭୋକ୍ତା । ଭୁବନେଶ୍ବର ଉପକଣ୍ଠରେ ଥିବା ବାଲିଅନ୍ତା ବ୍ଲକର କିଛି ଉପଭୋକ୍ତାଙ୍କଠାରୁ ଟିପିସିଓଡିଏଲ ମଧ୍ୟ ମିଟର ଭଡା ନେଉଥିବା କହିଛନ୍ତି । ସରକାର ମାଗଣାରେ ବିଦ୍ୟୁତ୍‌ ସଂଯୋଗ କରାଇଲେ, କିନ୍ତୁ ଟାଟା ପାଓ୍ବାର କାହିଁକି ଭଡ଼ା ନେଲା?  ବୋଲି ପଚାରିଛନ୍ତି ଉପଭୋକ୍ତା।  ମିଟର ଭଡା ବାବଦକୁ ଟାଟା ପାଓ୍ବାର କୋଟି କୋଟି ଟଙ୍କା ନେବା ପରେ ପୁଣି ଫେରସ୍ତ କରିଥିବା ଦର୍ଶାଇଛି । କିନ୍ତୁ ଏସମ୍ପର୍କରେ ଅବଗତ ନାହାନ୍ତି ଉପଭୋକ୍ତା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe