ଗୁଗନାନୀ ଅଟୋ କାରରେ ଟାଟା ମୋଟର୍ସର ନୂଆ ହାରିୟର ଇଭି

ଟାଟା ମୋଟର୍ସ ପକ୍ଷରୁ ବହୁ ପ୍ରତିକ୍ଷିତ ନୂତନ ଇଲେକ୍ଟ୍ରୋନିକ ହାରିୟର ଇଭି ଏହାର କଟକପ୍ରତାପନଗରୀସ୍ଥିତ ଡିଲରସିପ୍ ଗୁଗନାନୀ ଅଟୋ କାରରେ ଶୁଭ ଉନ୍ମୋଚନ କରାଯାଇଛି । ଏହି କାରକୁ ଗୁଗନାନୀ ଅଟୋ କାରର ରାଜନ ଗୁଗନାନୀୟସନୀତ ଗୁଗନାନୀଭାରତୀୟ ଷ୍ଟେଟ୍ ବ୍ୟାଙ୍କର କ୍ଷେତ୍ରୀୟପ୍ରବନ୍ଧକ ଅସ୍ମିନ୍ ପ୍ରହରାଜଟାଟା ମୋଟର୍ସର ଏରିଆ ମ୍ୟାନେଜର ଅଭିଷେକ ଚକ୍ରବର୍ତ୍ତୀ ଏବଂ ଆଇଡିବିଆଇବ୍ୟାଙ୍କର ମହାପ୍ରବନ୍ଧକ ମନୋଜ କୁମାର ସେନାପତି ମିଳିତ ଭାବେ ଉନ୍ମୋଚନ କରିଥିଲେ

car

car Photograph: (kanak news)

କନକ ବ୍ୟୁରୋ: ଟାଟା ମୋଟର୍ସ ପକ୍ଷରୁ ବହୁ ପ୍ରତିକ୍ଷିତ ନୂତନ ଇଲେକ୍ଟ୍ରୋନିକ ହାରିୟର ଇଭି ଏହାର କଟକପ୍ରତାପନଗରୀସ୍ଥିତ ଡିଲରସିପ୍ ଗୁଗନାନୀ ଅଟୋ କାରରେ ଶୁଭ ଉନ୍ମୋଚନ କରାଯାଇଛି । ଏହି କାରକୁ ଗୁଗନାନୀ ଅଟୋ କାରର ରାଜନ ଗୁଗନାନୀୟସନୀତ ଗୁଗନାନୀଭାରତୀୟ ଷ୍ଟେଟ୍ ବ୍ୟାଙ୍କର କ୍ଷେତ୍ରୀୟପ୍ରବନ୍ଧକ ଅସ୍ମିନ୍ ପ୍ରହରାଜଟାଟା ମୋଟର୍ସର ଏରିଆ ମ୍ୟାନେଜର ଅଭିଷେକ ଚକ୍ରବର୍ତ୍ତୀ ଏବଂ ଆଇଡିବିଆଇବ୍ୟାଙ୍କର ମହାପ୍ରବନ୍ଧକ ମନୋଜ କୁମାର ସେନାପତି ମିଳିତ ଭାବେ ଉନ୍ମୋଚନ କରିଥିଲେ । ଏହି ନୂତନକାରର ଅନେକଗୁଡିଏ ବୈଶିଷ୍ଟ୍ୟତା ରହିଛି ଯାହା ଅଟୋ ମୋବାଇଲ ଇଣ୍ଡଷ୍ଟ୍ରିରେ ପ୍ରଥମ ଥର ପାଇଁଦେଖିବାକୁ ମିଳିଛି । ଏଥିରେ ସୁପର କାର ଗିୟରର ଅନୁଭୁତି ସହିହ ଡୁଆଲ ମୋଟର ପାୱାରଟ୍ରେନ୍୨୩୮ ପିଏସ ଉପଲବ୍ଧ ରହିଛି । ମାତ୍ର ୬.୩ ସେକେଣ୍ଡରେ ୦ ରୁ ୧୦୦ କିଲୋମିଟର ପ୍ରତି ଘଣ୍ଟା ଏହାଗତି କରିଥାଏ । ଏଥିରେ ୭୫ କିଲୋ ୱାଟ୍ ବ୍ୟାଟେରି ରହିଛି ଯାହା ମାତ୍ର ୧୫ ମିନିଟ୍ ଚାର୍ଜରେ୨୫୦ କିମିର ଯାତ୍ରା ଅନୂଭୁତ କରାଇଥାଏ । ଏହା ସିଟି ଡ୍ରାଇଭ ସହ ଅପ-ଲୋଡିଂରେ ମଧ୍ୟ ଉତ୍ତମ ।ଏଥିରେ ସୁବିଧା ଏବଂ ଆରାମଦାୟକ ଯାତ୍ରା ପାଇଁ ଫ୍ରିକ୍ୟେୁନ୍ସି ଡିପେଡେଣ୍ଟ ଡ୍ୟାପିଂ ସସ୍ପେନସନ୍ ସହିତ୫୦୪ ଏନ୍ଏମ ଟର୍କ ଏବଂ ଏକ୍ସଡବ୍ଲ୍ୟଡି ଡୁଆଲ ମୋଟର ଉପଲବ୍ଧ ଯାହା ସବୁ ପ୍ରକାରର ରାସ୍ତା ପାଇଁସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି । ଏଥିରେ ଚାରୋଟି ଆକର୍ଷଣୀୟ ରଙ୍ଗ ଏବଂ ଗ୍ରାଉଣ୍ଡ କ୍ଲିୟରାନ୍ସମଧ୍ୟ ଉପଲବ୍ଧ । ଏଥି ସହିତ ଟାଟା ମୋଟର୍ସର ଗ୍ରାହକ ସନ୍ତୁଷ୍ଟିର ପ୍ରତିବଦ୍ଧତା ପାଇଁ ଏଥିରେ ଲାଇଫ୍ଟାଇମ୍ୱାରେଣ୍ଟି ମଧ୍ୟ ପ୍ରଦାନ କରାଯାଉଛି । ଏହି ଗାଡ଼ିକୁ କିଣିବା ପାଇଁ କଟକ ପ୍ରତାପନଗରୀସ୍ଥିତ ଗୁଗନାନୀଟାଟା ସୋରୁମରେ ଅଗ୍ରୀମ ବୁକିଂ ଉପଲବ୍ଧ । ଏହି ଗାଡି ଗ୍ରାହକମାନଙ୍କୁ ଆକୃଷ୍ଟ କରିପାରିବ ବୋଲି ଆଶାକରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe