କନକ ବ୍ୟୁରୋ: ଟାଟା ମୋଟର୍ସ ପକ୍ଷରୁ ବହୁ ପ୍ରତିକ୍ଷିତ ନୂତନ ଇଲେକ୍ଟ୍ରୋନିକ ହାରିୟର ଇଭି ଏହାର କଟକପ୍ରତାପନଗରୀସ୍ଥିତ ଡିଲରସିପ୍ ଗୁଗନାନୀ ଅଟୋ କାରରେ ଶୁଭ ଉନ୍ମୋଚନ କରାଯାଇଛି । ଏହି କାରକୁ ଗୁଗନାନୀ ଅଟୋ କାରର ରାଜନ ଗୁଗନାନୀୟସନୀତ ଗୁଗନାନୀଭାରତୀୟ ଷ୍ଟେଟ୍ ବ୍ୟାଙ୍କର କ୍ଷେତ୍ରୀୟପ୍ରବନ୍ଧକ ଅସ୍ମିନ୍ ପ୍ରହରାଜଟାଟା ମୋଟର୍ସର ଏରିଆ ମ୍ୟାନେଜର ଅଭିଷେକ ଚକ୍ରବର୍ତ୍ତୀ ଏବଂ ଆଇଡିବିଆଇବ୍ୟାଙ୍କର ମହାପ୍ରବନ୍ଧକ ମନୋଜ କୁମାର ସେନାପତି ମିଳିତ ଭାବେ ଉନ୍ମୋଚନ କରିଥିଲେ । ଏହି ନୂତନକାରର ଅନେକଗୁଡିଏ ବୈଶିଷ୍ଟ୍ୟତା ରହିଛି ଯାହା ଅଟୋ ମୋବାଇଲ ଇଣ୍ଡଷ୍ଟ୍ରିରେ ପ୍ରଥମ ଥର ପାଇଁଦେଖିବାକୁ ମିଳିଛି । ଏଥିରେ ସୁପର କାର ଗିୟରର ଅନୁଭୁତି ସହିହ ଡୁଆଲ ମୋଟର ପାୱାରଟ୍ରେନ୍୨୩୮ ପିଏସ ଉପଲବ୍ଧ ରହିଛି । ମାତ୍ର ୬.୩ ସେକେଣ୍ଡରେ ୦ ରୁ ୧୦୦ କିଲୋମିଟର ପ୍ରତି ଘଣ୍ଟା ଏହାଗତି କରିଥାଏ । ଏଥିରେ ୭୫ କିଲୋ ୱାଟ୍ ବ୍ୟାଟେରି ରହିଛି ଯାହା ମାତ୍ର ୧୫ ମିନିଟ୍ ଚାର୍ଜରେ୨୫୦ କିମିର ଯାତ୍ରା ଅନୂଭୁତ କରାଇଥାଏ । ଏହା ସିଟି ଡ୍ରାଇଭ ସହ ଅପ-ଲୋଡିଂରେ ମଧ୍ୟ ଉତ୍ତମ ।ଏଥିରେ ସୁବିଧା ଏବଂ ଆରାମଦାୟକ ଯାତ୍ରା ପାଇଁ ଫ୍ରିକ୍ୟେୁନ୍ସି ଡିପେଡେଣ୍ଟ ଡ୍ୟାପିଂ ସସ୍ପେନସନ୍ ସହିତ୫୦୪ ଏନ୍ଏମ ଟର୍କ ଏବଂ ଏକ୍ସଡବ୍ଲ୍ୟଡି ଡୁଆଲ ମୋଟର ଉପଲବ୍ଧ ଯାହା ସବୁ ପ୍ରକାରର ରାସ୍ତା ପାଇଁସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି । ଏଥିରେ ଚାରୋଟି ଆକର୍ଷଣୀୟ ରଙ୍ଗ ଏବଂ ଗ୍ରାଉଣ୍ଡ କ୍ଲିୟରାନ୍ସମଧ୍ୟ ଉପଲବ୍ଧ । ଏଥି ସହିତ ଟାଟା ମୋଟର୍ସର ଗ୍ରାହକ ସନ୍ତୁଷ୍ଟିର ପ୍ରତିବଦ୍ଧତା ପାଇଁ ଏଥିରେ ଲାଇଫ୍ଟାଇମ୍ୱାରେଣ୍ଟି ମଧ୍ୟ ପ୍ରଦାନ କରାଯାଉଛି । ଏହି ଗାଡ଼ିକୁ କିଣିବା ପାଇଁ କଟକ ପ୍ରତାପନଗରୀସ୍ଥିତ ଗୁଗନାନୀଟାଟା ସୋରୁମରେ ଅଗ୍ରୀମ ବୁକିଂ ଉପଲବ୍ଧ । ଏହି ଗାଡି ଗ୍ରାହକମାନଙ୍କୁ ଆକୃଷ୍ଟ କରିପାରିବ ବୋଲି ଆଶାକରାଯାଉଛି ।