ରତନ ଟାଟାଙ୍କ ପରେ କିଏ ସମ୍ଭାଳିବ ଟାଟା ଟ୍ରଷ୍ଟ? ଆଜି ମୁମ୍ବାଇରେ ହେବ ବୈଠକ, ନିଆଯିବ ନିଷ୍ପତ୍ତି

ରତନ ଟାଟାଙ୍କ ପରଲୋକ ପରେ ତାଙ୍କ ଉତ୍ତରାଧିକାରୀକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ଏନେଇ ଖୁବ ଶୀଘ୍ର ହେବ ନିଷ୍ପତ୍ତି । ଏଥିପାଇଁ ଆଜି ମୁମ୍ବାଇରେ ବସିବ ବୈଠକ ।

111)))))))))

କନକ ବ୍ୟୁରୋ: ରତନ ଟାଟାଙ୍କ ପରଲୋକ ପରେ ତାଙ୍କ ଉତ୍ତରାଧିକାରୀକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ଏନେଇ ଖୁବ ଶୀଘ୍ର ହେବ ନିଷ୍ପତ୍ତି । ଏଥିପାଇଁ ଆଜି ମୁମ୍ବାଇରେ ବସିବ ବୈଠକ । ଯେଉଁଥିରେ ରତନ ଟାଟାଙ୍କ ଉତ୍ତରାଧିକାରୀ ତଥା ଟାଟା ଟ୍ରଷ୍ଟର ଦାୟିତ୍ୱ କିଏ ନେବ ସେ ନେଇ ଚର୍ଚ୍ଚା ହେବ । 
 

ତେବେ ରତନ ଟାଟାଙ୍କ ପରଲୋକ ପରେ ଉତ୍ତରାଧିକାରୀ ଭାବେ ତାଙ୍କ ସାବତ ଭାଇ ନୋଏଲ ଟାଟାଙ୍କୁ ନେଇ ଖୁବ୍ ଚର୍ଚ୍ଚା ହେଉଥିବାବେଳେ ତାଙ୍କର ଦୁଇ ଝିଅ ଲିୟା ଟାଟା, ମାୟା ଟାଟା ଓ ପୁଅ ନେଭିଲ ଟାଟାଙ୍କ ନାଁ ବି ଏହି ତାଲିକାରେ ରହିଛି । ତେବେ ଆଜି ବୈଠକରେ ପ୍ରକୃତ ଉତ୍ତରାଧିକାରୀଙ୍କ ବାବଦରେ ଆଲୋଚନା ହେବ ବୋଲି ସୂଚନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe