କନକ ବ୍ୟୁରୋ: ରତନ ଟାଟାଙ୍କ ପରଲୋକ ପରେ ତାଙ୍କ ଉତ୍ତରାଧିକାରୀକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ଏନେଇ ଖୁବ ଶୀଘ୍ର ହେବ ନିଷ୍ପତ୍ତି । ଏଥିପାଇଁ ଆଜି ମୁମ୍ବାଇରେ ବସିବ ବୈଠକ । ଯେଉଁଥିରେ ରତନ ଟାଟାଙ୍କ ଉତ୍ତରାଧିକାରୀ ତଥା ଟାଟା ଟ୍ରଷ୍ଟର ଦାୟିତ୍ୱ କିଏ ନେବ ସେ ନେଇ ଚର୍ଚ୍ଚା ହେବ ।
ତେବେ ରତନ ଟାଟାଙ୍କ ପରଲୋକ ପରେ ଉତ୍ତରାଧିକାରୀ ଭାବେ ତାଙ୍କ ସାବତ ଭାଇ ନୋଏଲ ଟାଟାଙ୍କୁ ନେଇ ଖୁବ୍ ଚର୍ଚ୍ଚା ହେଉଥିବାବେଳେ ତାଙ୍କର ଦୁଇ ଝିଅ ଲିୟା ଟାଟା, ମାୟା ଟାଟା ଓ ପୁଅ ନେଭିଲ ଟାଟାଙ୍କ ନାଁ ବି ଏହି ତାଲିକାରେ ରହିଛି । ତେବେ ଆଜି ବୈଠକରେ ପ୍ରକୃତ ଉତ୍ତରାଧିକାରୀଙ୍କ ବାବଦରେ ଆଲୋଚନା ହେବ ବୋଲି ସୂଚନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)