କନକ ବ୍ୟୁରୋ: ବାଂଲାଦେଶର ରାଜନୀତି ଯଦି ଏବେ କାହା ପାଇଁ ଖୁବ୍ ଚର୍ଚ୍ଚାରେ ଅଛି ତ ସେ ହେଉଛନ୍ତି ତାରିକ୍ ରହମାନ । ଦୀର୍ଘ ୧୭ ବର୍ଷ ଲଣ୍ଡନରେ ନିର୍ବାସନରେ ରହି ବାଂଲାଦେଶ ଫେରିଲେ , ଆଉ ମାତ୍ର ଦୁଇ ମାସରେ ନିର୍ବାଚନ ଲଢ଼ି ଜିତିଗଲେ । ଏବେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାର ଦ୍ବାରଦେଶରେ । ତେବେ ତାରିକଙ୍କ ଜୀବନୀ କୌଣସି ଫିଲ୍ମର କାହାଣୀଠାରୁ କିଛି କମ୍ ନୁହେଁ ,ଯେଉଁଥିରେ ଅଛି ଆରୋପ ପ୍ରତ୍ୟାରୋପ, ନିର୍ବାସନ ଶାସ୍ତି ଆଉ ଏବେ ସମ୍ମାନ ଏବଂ ସତ୍ତା ।
୧୯୬୫ ନଭେମ୍ବର ୨୦ ରେ ତାରିକ୍ ରେହମାନଙ୍କ ଜନ୍ମ । ସେ ପୂର୍ବ ରାଷ୍ଟ୍ରପତି ଜୟାଉର ରହମାନ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିୟାଙ୍କ ବଡ଼ ପୁଅ । ଜିୟାଉର ରହମାନ ବାଂଲାଦେଶର ସ୍ୱାଧୀନତା ସଂଗ୍ରାମର ଜଣେ ପ୍ରମୁଖ ପୁରୋଧା ଥିଲେ ଏବଂ ପରେ ୧୯୭୭ ରୁ ୧୯୮୧ ପର୍ଯ୍ୟନ୍ତ ଦେଶକୁ ନେତୃତ୍ୱ ଦେଇଥିଲେ, ଯେତେବେଳେ ତାଙ୍କୁ ହତ୍ୟା କରାଯାଇଥିଲା । ତାରିକ୍ ଢାକା ବିଶ୍ୱବିଦ୍ୟାଳୟରେ International Relation ଅଧ୍ୟୟନ ଆରମ୍ଭ କରିଥିଲେ କିନ୍ତୁ ତାଙ୍କର ଡିଗ୍ରୀ ସମାପ୍ତ କରି ନଥିଲେ। ପରେ ସେ ବ୍ୟବସାୟରେ ପ୍ରବେଶ କରିଥିଲେ । ତଥାପି, ତାଙ୍କର ପ୍ରକୃତ ପରିଚୟ ରାଜନୀତି ଯୋଗୁଁ ହୋଇଥିଲା ।
୨୦୦୧ରୁ ୨୦୦୬ଯାଏଁ ତାରିକଙ୍କ ମା’ ଖାଲିଦା ଜିୟା ଯେତେବେଳେ ପ୍ରଧାନମନ୍ତ୍ରୀ ଥିଲେ ସେତେବେଳେ ତାରକଙ୍କୁ ଡାର୍କ ପ୍ରିନ୍ସ ଏବଂ ସ୍ୟାଡୋ ପିଏମ୍ ବୋଲି କୁହାଯାଉଥିଲା। ଅଭିଯୋଗ ଉଠୁଥିଲା, ପରଦା ପଛରେ ରହି ତାରିକ୍ ସତ୍ତା ଚଳାଉଛନ୍ତି । ହୱା ମହଲରେ ରହି ଦେଶ ପାଇଁ ନିଷ୍ପତ୍ତି ନେଉଥିଲେ । ଯଦିଓ ନା ତାଙ୍କର କୌଣସି ଔପଚାରିକ ପଦ ଥିଲା ନା ସେ ଲୋକଲୋଚନକୁ ଆସୁଥିଲେ । ବରଂ ଏଭଳି ଅଭିଯୋଗକୁ ସେ ସବୁବେଳେ ପ୍ରତ୍ୟାକ୍ଷାନ କରିଥିଲେ ।
୨୦୦୬ରେ ବାଂଲାଦେଶରେ ରାଜନୈତିକ ହଇଚଇ ଦେଖାଦେଇଥିଲା, ଯେବେ ଦେଶରେ ସେନା ସମର୍ଥିତ ସରକାର ଆସିଲା ।। ସେହି ସମୟରେ ମନି ଲଣ୍ଡ୍ରିଙ୍ଗ ଓ ଭ୍ରଷ୍ଟାଚାର ଅଭିଯୋଗରେ ଗିରଫ ହେଲେ ତାରିକ୍ । ୨୦୦୮ରେ ଜେଲରୁ ମୁକ୍ତ ହେବା ପରେ ଚିକିତ୍ସା ବାହାନାରେ ଲଣ୍ଡନ ପଳାଇଲେ । ସେଠାରେ ବର୍ଷେ କି ଦି ବର୍ଷ ନୂହେଁ ପାଖାପାଖି ୧୭ ବର୍ଷ ରହିଲେ । ଏହି ସମୟରେ ସେ ଗଢ଼ିଥିବା ବିଏନପି ପାର୍ଟି ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଲା, ବରିଷ୍ଠ ନେତା ଜେଲ୍ କଲେ, ନିର୍ବାଚନରେ ତାଙ୍କ ଦଳ ବି ହାରିଗଲା ।
୨୦୦୪ ଅଗଷ୍ଟ ୨୧ ତାରିଖରେ ଢାକାରେ ଚାଲିଥିଲା ଶେଖ୍ ହସିନାଙ୍କଙ୍କ ରାଲି, ଏହି ସମୟରେ ରାଲି ଉପରେ ହେଲା ଗ୍ରେନେଡ୍ ଆକ୍ରମଣ , ଯେଉଥିରେ ୨୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହେଲା ଅନେକ ଗୁରୁତର ହୋଇଥିଲେ। ଏଥିର୍ପା ତାରିଖ୍ ରେହମାନଙ୍କୁ ଦାୟି କରିଥିଲେ ଅୱାମୀ ଲିଗ୍ ସରକାର । ଏଥିପାର୍ଇ ୨୦୧୮ରେ ତାଙ୍କୁ ଦୋଷୀ ପ୍ରମାଣିତ କରିବା ସହ ଆଜୀବନ କାରାଦଣ୍ଡ ଦେଲେ ସ୍ବତନ୍ତ୍ର କୋର୍ଟ । କିନ୍ତୁ ୨୦୨୪ରେ ଶେଖ୍ ହସିନାଙ୍କ ସରକାରହଟିବା ପରେ ମାମଲା ପୂରା ପାଲଟିଗଲା । ତାରିକ୍ ରେହମାନଙ୍କ ସହ ଦୋଷୀ ସାବ୍ୟସ୍ତ ହୋଇଥିବା ସମସ୍ତେ ଦୋଷମୁକ୍ତ ହୋଇଗଲେ ।
ଅଧିକ ପଢ଼ନ୍ତୁ : ଶେଖ ହସିନା-ସୀମାରେ ହତ୍ୟା-ଗଙ୍ଗା ଜଳ ଚୁକ୍ତିନାମା: ବିଏନ୍ପି ସରକାରଙ୍କ ସମ୍ମୁଖରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ
ଗତ କ୍ରିସମାସରେ ଯେବେ ତାରିକ୍ ଲଣ୍ଡନରୁ ବାଂଲାଦେଶ ଫେରିଲେ ତାଙ୍କୁ ଦେଶବାସୀ ସ୍ବାଗତ କଲେ । ,ଥର ତାଙ୍କ ଅନ୍ଦାଜ ପୂରା ବଦଳିଯାଇଥିଲା। ଯେଉଁଠି ସଭା ସମତି କଲେ ଆକ୍ରମଣାତ୍ମକ ଢଙ୍ଗରେ ଦେଶରେ ସ୍ଥିରତା ଓ ଗଣତନ୍ତ୍ରର କଥା କହୁଥିଲେ ।ଲୋକଙ୍କ ମନରେ ଭରସା ଜିତିବାକୁ ଚାହୁଥିଲେ । ଦେଶ ପ୍ରଧାନମନ୍ତ୍ରୀଙ୍କ ପାଇଁ ଦୁଇଟି ସମୟସୀମା ନିର୍ଦ୍ଧାରଣ କଥା କହିଲେ, ଯାହାଦ୍ବାରା ଦେଶରେ ଶାସନକର କେନ୍ଦୀକରଣ ହୋଇପାରିବ ନାହିଁ ।
ଦେଶର ଲୋକଙ୍କ ପାଇଁ ଆଶାର କଥା କହୁଥିଲେ । ଦେଶକୁ ଆତ୍ମନିର୍ଭରଶୀଳ କରିବା ସହ ଯୁବ ସମାଜକୁ ଆର୍ଥିକ ସହାୟତାର ଭରସା ଦେଇଛନ୍ତି ତାରିକ୍ । ଏସବୁକୁ ନେଇ ଲୋକଙ୍କ ଭରସା ଜିତିବା ପରେ ଏବେ ଭାରତ ସହ ବାଲାଂଦେଶ ସହ ଭାରତର ସମ୍ପର୍କ କିପରି ହେବ ଦେଖିବାକୁ ଅପେକ୍ଷା ।
Follow Us