agha Photograph: (Kanak news)
କନକ ବ୍ୟୁରୋ: ରବିବାରର ବହୁଚର୍ଚ୍ଚିତ ଭାରତ-ପାକିସ୍ତାନ ମ୍ୟାଚ୍ର ଦିନକ ପୂର୍ବରୁ ପାକିସ୍ତାନର ଅଧିନାୟକ ସଲମାନ ଅଲି ଆଗା କହିଛନ୍ତି ଯେ ସ୍ପିନର ଉସମାନ୍ ତାରିକ୍ ଦଳର ମୁଖ୍ୟ ଅସ୍ତ୍ର ହେବେ। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଦଳ ପାଇଁ ସବୁ ଖେଳାଳି ସମାନ, କିନ୍ତୁ ଗଣମାଧ୍ୟମ ତାରିକ୍ଙ୍କୁ ବଡ଼ କରିଦଇଛି। ଏଣୁ ସେ ଦଳର ମୁଖ୍ୟ ଅସ୍ତ୍ର ହେବେ। ଉସମାନଙ୍କ ଉପରେ ଆସୁଥିବା ‘ଚକିଂ’ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ତାଙ୍କ ବୋଲିଂ ଆକ୍ସନକୁ ଆଇସିସି ପକ୍ଷରୁ ଦୁଇ ଦୁଇ ଥର ସବୁଜ ସଂକେତ ଦିଆଯାଇଛି। ଏହା ସତ୍ତ୍ବେ କାହିଁକି ତାଙ୍କ ବୋଲିଂ ଆକ୍ସନକୁ ନେଇ ଚର୍ଚ୍ଚା ହେଉଛି ତାହା ସେ ଜାଣିପାରୁନାହାନ୍ତି।
ଆହୁରି ପଢ଼ନ୍ତୁ... ମ୍ୟାଟ୍ରିକ୍ ପରୀକ୍ଷା ଦେବେ ବୈଭବ ସୂର୍ଯ୍ୟବଂଶୀ
ବିଶ୍ବକପ୍ ପରି ଆଇସିସି ପ୍ରତିଯୋଗିତାରେ ଭାରତ ବିପକ୍ଷରେ ପାକିସ୍ତାନର ରେକର୍ଡ ଭଲ ନଥିବା ସ୍ବୀକାର କରି ଆଗା କହିଥିଲେ ଯେ ଇତିହାସକୁ ବଦଳାଇପାରିବା ନାହିଁ, କିନ୍ତୁ ଆମେ ଏହି ମ୍ୟାଚ୍ରେ ଭଲ ଖେଳିବାକୁ ଚେଷ୍ଟା କରିବୁ। ତେବେ ବାବର ଆଜମ୍ ଦଳ ପାଇଁ ଚିନ୍ତାର କାରଣ ନୁହନ୍ତି, କାରଣ ସେ ଏବେ ରନ କରୁଛନ୍ତି। ଆସନ୍ତା କାଲି ସମ୍ଭବତଃ ସେ ରନ କରିବେ ବୋଲି ଆଗା ଆଶା ପ୍ରକାଶ କରିଛନ୍ତି। ଟସ୍ର ଗୁରୁତ୍ବକୁ ଅସ୍ବୀକାର କରି ସେ କହିଛନ୍ତି ଯେ ଟସ୍ ମ୍ୟାଚ୍ର ଫଳାଫଳ ନିର୍ଦ୍ଧାରଣ କରିପାରିବ ନାହିଁ। ତୁମେ ଯଦି ଭଲ ଖେଳୁଛ ଜିତିପାରିବ। କ୍ରିକେଟ୍ ଗୁରୁତ୍ବପୂର୍ଣ୍ଣ ଟସ୍ ନୁହେଁ ବୋଲି ସେ କହିଛନ୍ତି। ରତର ବିସ୍ଫୋରକ ବ୍ୟାଟର୍ ଅଭିଷେକ ଶର୍ମା ରବିବାର ମ୍ୟାଚ୍ରେ ଖେଳିବେ ବୋଲି ସେ ଆଶା ପ୍ରକାଶ କରି କହିଛନ୍ତି ଯେ ପାକିସ୍ତାନ ଶ୍ରେଷ୍ଠ ଦଳ ସହ ଖେଳିବାକୁ ଚାହୁଁଛି। ଭାରତୀୟ ଖେଳାଳିମାନଙ୍କ ସହ ହାତ ମିଳାଇବେ କି ବୋଲି ଏକ ପ୍ରଶ୍ନର ଜବାବରେ ସେ କହିଛନ୍ତି ଯେ ତାହା ଆସନ୍ତା କାଲି ଦେଖାଯିବ। ତେବେ କ୍ରିକେଟ୍କୁ କ୍ରୀଡ଼ା ମନୋଭାବ ସହ ଖେଳିବା ଉଚିତ୍ ବୋଲି ଆଗା କହିଥିଲେ।
Follow Us