କନକ ବ୍ୟୁରୋ : ଚରମ ସୀମାରେ ପହଞ୍ଚିଲା ଚୀନ, ଆମେରିକାର ବାଣିଜ୍ୟ ଯୁଦ୍ଧ । ଡ୍ରାଗନ ବିରୋଧରେ ୧୦୦% ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ୍ ।  ସମସ୍ତ ଚୀନ୍ ଆମଦାନୀ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ସେ ଘୋଷଣା କରିଛନ୍ତି । ଏଥିସହିତ ସେ ଆମେରିକାରେ ନିର୍ମିତ ଗୁରୁତ୍ୱପୂର୍ଣ୍ଣ ସଫ୍ଟୱେୟାର୍ ଉପରେ ରପ୍ତାନି ନିୟନ୍ତ୍ରଣ ଘୋଷଣା ମଧ୍ୟ କରିଛନ୍ତି । ଟ୍ରମ୍ପ୍ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଚୀନ୍ ଉପରେ ବର୍ଷିଛନ୍ତି ।

Advertisment

ଚୀନ୍ ଅସାଧାରଣ ଭାବରେ ଆକ୍ରମଣାତ୍ମକ ବାଣିଜ୍ୟ ମନୋଭାବ ଗ୍ରହଣ କରିଛି, ଯାହା ସମସ୍ତ ଦେଶକୁ ପ୍ରଭାବିତ କରିବ ବୋଲି ଟ୍ରମ୍ପ କହିଛନ୍ତି । ସେ ଦାବି କରିଛନ୍ତି ଯେ ଚୀନ୍ ଏହାର ଅଧିକାଂଶ ଉତ୍ପାଦ ଉପରେ ରପ୍ତାନି କଟକଣା ଲାଗୁ କରିବାକୁ ଯୋଜନା କରୁଛି, ଯାହା ବିଶ୍ୱ ବଜାରରେ ଅସନ୍ତୁଳନ ସୃଷ୍ଟି କରୁଛି । ଜବାବରେ, ଟ୍ରମ୍ପ କହିଛନ୍ତି ଯେ ଆମେରିକା ଏବେ ସମାନ କଠୋର ପଦକ୍ଷେପ ନେବ । ନଭେମ୍ବର ଚୀନ୍ ଉପରେ ୧୦୦% ଅତିରିକ୍ତ ଶୁଳ୍କ ଲାଗୁ କରାଯିବା ନେଇ ଟ୍ରମ୍ପ ଘୋଷଣା କରିଛନ୍ତି ।