ତାରାତାରିଣୀ ମନ୍ଦିରରୁ ଚୋରି ଘଟଣାରେ ୬ଗିରଫ । ଅଭିଯୁକ୍ତଙ୍କ ମଧ୍ୟରେ ୪ ସେବାୟତ ଓ ୨ ଜଗୁଆଳି ସାମିଲ ।

Advertisment

୩୯ହଜାର ଟଙ୍କା ସହ କଟର ମେସିନ, ୩ଟି ବାଇକ ଜବତ । ଗତ ୬ ତାରିଖରେ ତାରାତାରିଣୀ ମନ୍ଦିରରୁ ଚୋରି ନେଇ ହୋଇଥିଲା ଅଭିଯୋଗ । ଚୋରି ହୋଇଥିବା ଦୁଇଟି ରୁପା ମୁଖା ଓ ଗୋଟିଏ ରୁପା ଛତ୍ରୀ ଏପର୍ଯ୍ୟନ୍ତ ମିଳିପାରିନାହିଁ ।

Updated On

୩୯ହଜାର ଟଙ୍କା ସହ କଟର ମେସିନ, ୩ଟି ବାଇକ ଜବତ । ଗତ ୬ ତାରିଖରେ ତାରାତାରିଣୀ ମନ୍ଦିରରୁ ଚୋରି ନେଇ ହୋଇଥିଲା ଅଭିଯୋଗ । ଚୋରି ହୋଇଥିବା ଦୁଇଟି ରୁପା ମୁଖା ଓ ଗୋଟିଏ ରୁପା ଛତ୍ରୀ ଏପର୍ଯ୍ୟନ୍ତ ମିଳିପାରିନାହିଁ ।

ଅଦ୍ୟତନ ହୋଇଛି
38୍୍୍୍୍

କନକ ବ୍ୟୁରୋ: ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀ ମନ୍ଦିରରୁ ଚୋରି ଘଟଣାର ପର୍ଦ୍ଦାଫାଶ । ଚୋରି ଘଟଣାରେ ୬ଜଣଙ୍କୁ ଗିରଫ କରିଛି ପୁରୁଷୋତ୍ତମପୁର ଥାନା ପୁଲିସ । ବଡ଼ କଥା ହେଉଛି, ୬ ଜଣଙ୍କ ମଧ୍ୟରେ ୪ଜଣ ସେବାୟତ ଓ ୨ଜଣ ରାତ୍ର ଜଗୁଆଳି ଅଛନ୍ତି । ଗିରଫ ଅଭିଯୁକ୍ତ ହେଲେ ରାତ୍ର ଜଗୁଆଳୀ କାଳିଆ ଦାସ, ବଳିଆ ନାୟକ ଏବଂ ସେବାୟତ ଅମୂଲ୍ୟ ରଣା, ବିକାଶ ରଣା, ଗୈାତମ ରଣା ଓ ରବୀନ କୁମାର ରଣା । ଗିରଫ ଅଭିଯୁକ୍ତଙ୍କଠାରୁ ୩୯‌ ହଜାର ଟଙ୍କା, କଟର ମେସିନ, ଇଲେକଟ୍ରିକ ତାର, ତିନୋଟି ମୋଟର ସାଇକେଲ, ତିନୋଟି ମୋବାଇଲ ଜବତ ହୋଇଛି । ଚୋରି ହୋଇଥିବା ଦୁଇଟି ରୁପା ମୁଖା ଓ ଗୋଟିଏ ରୁପା ଛତ୍ରୀ ଏପର୍ଯ୍ୟନ୍ତ ମିଳିପାରିନାହିଁ । ଗତ ୬ ତାରିଖରେ ମା’ ତାରାତାରିଣୀଙ୍କ ମନ୍ଦିରରୁ ଚୋରି ହୋଇଥିବା ନେଇ ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe