ପରବ ମଞ୍ଚରେ ପଲିଟିକ୍ସ: ସାଂସ୍କୃତିକ ସଭାରେ ବିଭିନ୍ନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କଲେ ତାରା ବାହିନୀପତି

ପରବ ମଞ୍ଚରେ ସାଂସଦ ଓ ବିଧାୟକ ମଧ୍ୟରେ କଥାକଟାକଟି। ମୁଖ୍ୟମନ୍ତ୍ରୀ କଲେ ସମାଧାନ। ପରବ ମଚଂ ପାଲଟିଲା ରାଜନୈତିକ ମଞ୍ଚ। ସାସଂଦ କହିଲେ ପରବ ଏକ ସାସ୍କୃଂତିକ ମଚଂ ଏଠାରେ କୌଣସି ରାଜନୈତିକ ବୟାନ ବାଜି ହେବା କଥା ନୁହଁ, ବିଧାୟକ କହିଲେ ଆମ ଭିତରେ କିଛି କଥା ଅବୁଝା ଥିଲା ତାହା ସମାଧାନ ହୋଇଗଲା।

ଅଦ୍ୟତନ ହୋଇଛି
vlcsnap-2024-12-15-18h26m56s279

କନକ ବ୍ୟୁରୋ: ପରବ ମଞ୍ଚରେ ସାଂସଦ ଓ ବିଧାୟକ ମଧ୍ୟରେ କଥାକଟାକଟି। ମୁଖ୍ୟମନ୍ତ୍ରୀ କଲେ ସମାଧାନ। ପରବ ମଚଂ ପାଲଟିଲା ରାଜନୈତିକ ମଞ୍ଚ। ସାସଂଦ କହିଲେ ପରବ ଏକ ସାସ୍କୃଂତିକ ମଚଂ ଏଠାରେ କୌଣସି ରାଜନୈତିକ ବୟାନ ବାଜି ହେବା କଥା ନୁହଁ, ବିଧାୟକ କହିଲେ ଆମ ଭିତରେ କିଛି କଥା ଅବୁଝା ଥିଲା ତାହା ସମାଧାନ ହୋଇଗଲା। କିନ୍ତୁ ଏ ଘଟଣା ଅନେକ କିଛି ବୟାନ କରିଦେଲା।

ଶନିବାରର ଶୀତୁଆ ସଂଧ୍ୟା। ଫିତା କାଟି, ପତାକା ଉଡ଼ାଇବା ସହ ମଶାଲ ଜାଳି ୨୭ତମ ଜାତୀୟ ମହୋତ୍ସବ ପରବର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ପରବ ମଞ୍ଚରେ ଆରମ୍ଭ ହେଲା ସାଂସ୍କୃତିକ ସଭା। ଭାଷଣ ଦେଲେ ବିଧାୟକ ତାରା ପ୍ରସାଦ ବାହିନୀପତି। ବିଭିନ୍ନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ବିଧାୟକ। ତାଙ୍କ ଭାଷଣର ଉତ୍ତର ରଖି କଟାକ୍ଷ କରିଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ। ବିଧାୟକ ଓ ସାଂସଦଙ୍କ ମଧ୍ୟରେ କିଛି ସମୟ ପାଇଁ କଥା କଟାକଟି ହୋଇଥିଲା। 

୫ଦିନ ଧରି ଚାଲିବ ଜାତୀୟ ସ୍ତରର ଏହି ଉତ୍ସବ। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ କହିଛନ୍ତି, କୋରାପୁଟ ଜିଲ୍ଳାର ପ୍ରତ୍ୟେକ ପର୍ୟ୍ୟଟନ ସ୍ଥଳର ବିକାଶ ହେବ। ପଶ୍ଚିମଓଡ଼ିଶା ଭଳି ଦକ୍ଷିଣ ଓ ଉତ୍ତର ଓଡ଼ିଶା ଗଠନ କରିବା ନେଇ ପ୍ରସ୍ତୁତି ଚାଲିଛି। ଏହାସହ ପରବ ମଞ୍ଚରେ ବିଧାୟକ ରଖିଥିବା ସମସ୍ତ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୋହନ ମାଝୀ। ମାଣ୍ଡିଆ ରାଣୀ ଡକ୍ଟର ରାଇମତି ଘିଉରିଆଙ୍କୁ ସମ୍ମାନିତ କରିବା ସହ ଦୁରୁଆ ଜନଜାତିର କାହାଣୀକୁ ବର୍ଣ୍ଣନା କରୁଥିବା ଏକ ପୁସ୍ତକ ଉନମୋଚନ କରାଯାଇଛି। 

ସବା ଶେଷରେ ଦେଖିବାକୁ ମିଳିଥିଲା ଆଉ ଏକ ରୋଚକ ଘଟଣା । ନେତାଙ୍କ ମନ ମିଶ ବା ନ ମିଶୁ, କିନ୍ତୁ ପାଦ ମିଶିଥିଲା। ମନ୍ତ୍ରୀ, ବିଧାୟକ, ସାଂସଦ ଓ ଜିଲ୍ଳା ପ୍ରଶାସନିକ ଅଧିକାରୀ ସମସ୍ତେ ମିଳିମିଶି ଦୁରୁଆ ନାଚରେ ଧୂମ ନାଚିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe