କାନ୍ଦି ପକାଇଲେ ତାରା ବାହିନୀପତି ; କହିଲେ ଆଉ ରାଜନୀତି କରିବାକୁ ଇଚ୍ଛା ନାହିଁ

ଅଧ ରାତିରେ ସୁରକ୍ଷା କର୍ମୀ ଓ ପୋଲିସ କଂଗ୍ରେସ ବିଧାୟକଙ୍କୁ ମାଡ଼ ମାରି ରାସ୍ତାରେ ଛାଡିଦେଇଥିବା ଅଭିଯୋଗ କଲେ କଂଗ୍ରେସ ବିଧାୟକ । ରାତି ଅଧରେ କଂଗ୍ରେସ ବିଧାୟକଙ୍କୁ ପୋଲିସ ଉଠାଇଆଣି ରାସ୍ତା ରେ ଛାଡିବା ପରେ, ଭାବବିହ୍ବଳ ହୋଇ କାନ୍ଦିପକାଇଛନ୍ତି ବିଧାୟକ ତାରା ବାହିନୀପତି । କହିଲେ ଏଭଳି କଥା...

ଅଦ୍ୟତନ ହୋଇଛି
tara bahinipati

tara bahinipati Photograph: (kanakNews)

କନକ ବ୍ୟୁରୋ : ବିଧାୟକଙ୍କୁ ନିଲମ୍ବନ ପ୍ରତିବାଦରେ ବିଧାନସଭା ବାହାରେ ରାତିସାରା ଧାରଣା ଦେଇଥିଲେ କଂଗ୍ରେସ ବିଧାୟକ ।  ବିଧାନସଭା ପରିସରରୁ ସେମାନଙ୍କୁ ପୋଲିସ କାଢି ଦେବାରୁ ଶେଷରେ ରାସ୍ତା ଉପରେ ଶୋଇଲେ କଂଗ୍ରେସ ବିଧାୟକ । ସାରା ରାତି ଧାରଣା ପରେ ଅସୁସ୍ଥ ହୋଇପଡିଛନ୍ତି କଂଗ୍ରେସ ବିଧାୟକ । ବରିଷ୍ଠ ବିଧାୟକ ତାରା ବାହୀନିପତି ଅସୁସ୍ଥ ହୋଇପଡିବାରୁ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ସରକାର ତଥା ପୋଲିସର ଏଭଳି ବ୍ୟବହାରରେ କାନ୍ଦି ପକାଇଲେ ତାରା । ସେ ଲୋକଙ୍କ ସ୍ବାର୍ଥ ପାଇଁ ସ୍ବର ଉଠାଇଛନ୍ତି, ହେଲେ ତାଙ୍କୁ ସରକାର ଯେଉଁଭଳି ଭାବେ ଖରାପ ବ୍ୟବହାର କରିଛନ୍ତି ସେଥିରେ ସେ ମର୍ମାହତ, ଆଉ  ରାଜନୀତି କରିବାକୁ ତାଙ୍କର ଆଉ ଇଚ୍ଛା ନାହିଁ ବୋଲି କହିଛନ୍ତି ତାରା ।

ଅଧ ରାତିରେ ସୁରକ୍ଷା କର୍ମୀ ଓ ପୋଲିସ କଂଗ୍ରେସ ବିଧାୟକଙ୍କୁ ମାଡ଼ ମାରି ରାସ୍ତାରେ ଛାଡିଦେଇଥିବା ଅଭିଯୋଗ କଲେ କଂଗ୍ରେସ ବିଧାୟକ । ରାତି ଅଧରେ କଂଗ୍ରେସ ବିଧାୟକଙ୍କୁ ପୋଲିସ ଉଠାଇଆଣି ରାସ୍ତାରେ ଛାଡିବା ପରେ, ବିଧାୟକମାନେ ରାସ୍ତାରେ ଧାରଣା ଦେବା ସହ ଶୋଇଥିଲେ । ଏହାରି ଭିତରେ ଭାବବିହ୍ବଳ ହୋଇ କାନ୍ଦିପକାଇଛନ୍ତି ବିଧାୟକ ତାରା ବାହିନୀପତି । ଓଡିଶା ଇତିହାସରେ ଏହା ପ୍ରଥମ ଥର ଘଟିଛି । ତେବେ ସାରା ରାତି ଧାରଣା ପରେ ଅସୁସ୍ଥ ହୋଇପଡିଛନ୍ତି କଂଗ୍ରେସ ବିଧାୟକ । ବରିଷ୍ଠ ବିଧାୟକ ତାରା ବାହୀନୀପତି ଅସୁସ୍ଥ ହୋଇପଡିବାରୁ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe