କନକ ବ୍ୟୁରୋ: ଆଜି ବି ବିଧାନସଭାରେ ସେହି ସମାନ ଚିତ୍ର । ବିରୋଧୀଙ୍କ ହୋ ହାଲ୍ଲା ଭିତରେ ଚାଲୁଛି ପ୍ରଶ୍ନକାଳ । ମଙ୍ଗଳବାର ବିଧାନସଭା ପ୍ରଶ୍ନକାଳ ଆରମ୍ଭ ସହିତ, ଆରମ୍ଭ ହୋଇଯାଇଛି ବିରୋଧୀଙ୍କ ନାରାବାଜି । ତେବେ ଆଜି କଂଗ୍ରେସ ବିଧାୟକମାନେ ଗୃହ ବାହାରେ ପ୍ରଥମେ ପ୍ଲାକାର୍ଡ ଦେଖାଇ ବସିବା ସହିତ, ଗୃହ ଆରମ୍ଭ ହେବା ମାତ୍ରେ ଗୃହରେ ନାରାବାଜି କରିଥିଲେ । ଏମିତି କି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ ଆଉ ତାଙ୍କୁ ସାଥ୍ ଦେଇଥିଲେ ବିଜେଡି ବିଧାୟକ । ତେବେ ପ୍ରଶ୍ନକାଳ ଆରମ୍ଭରୁ ପ୍ଲାକାର୍ଡ ଦେଖାଇ ନାରାବାଜି କରିଥିଲେ କଂଗ୍ରେସ ଓ ବିଜେଡି ବିଧାୟକ । ଆଉ ତାହାରି ଭିତରେ ହିଁ ଗୃହକୁ ମୁଲତବୀ ନକରି, ଗୃହରେ ପ୍ରଶ୍ନକାଳ ଚଳାଇଥିଲେ ବାଚସ୍ପତି ।
ଆଜି ବି ଗୃହରେ ବିରୋଧୀଙ୍କ ହୋହାଲ୍ଲା: ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଲେ ତାରା
ଆଜି ବି ବିଧାନସଭାରେ ସେହି ସମାନ ଚିତ୍ର । ବିରୋଧୀଙ୍କ ହୋ ହାଲ୍ଲା ଭିତରେ ଚାଲୁଛି ପ୍ରଶ୍ନକାଳ । ମଙ୍ଗଳବାର ବିଧାନସଭା ପ୍ରଶ୍ନକାଳ ଆରମ୍ଭ ସହିତ, ଆରମ୍ଭ ହୋଇଯାଇଛି ବିରୋଧୀଙ୍କ ନାରାବାଜି ।
/kanak/media/media_files/2025/03/11/KKqT60Wmp1lOi9GZjGRA.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)