୨୫ ସୁଦ୍ଧା ଧାନ ନଉଠିଲେ ଅଖଚକ ବନ୍ଦ... ତାରାଙ୍କ ଚେତାବନୀ

ଜୟପୁରରେ ଡିସେମ୍ବର ୧୧ ତାରିଖରୁ ମଣ୍ଡି ଖୋଲିଲାଣି । ହେଲେ ୧୧ ମୁଠା ଧାନ କିଣା ହୋଇପାରିଲାନି । ଆସନ୍ତା ୨୫ ତାରିଖ  ସୁଦ୍ଧା ଯଦି ମଣ୍ଡିରୁ ଧାନନଉଠେ ତାହେଲେ ୨୬ରୁ ଜୟପୁରରେ ଅଖଚକ ବନ୍ଦ ହେବ ।

01j

କନକ ବ୍ୟୁରୋ: ସତ୍ତାକୁ ଆସିଲେ ଚାଷୀଙ୍କ ଦୁଃଖ ବୁଝିବେ । ବୋନସ୍ ଦେବେ । ଏନେଇ ସରକାର ନିଷ୍ପତ୍ତି ନେଲେ । ଗୃହରେ ମନ୍ତ୍ରୀ ଉତ୍ତର ରଖିଲେ । ଏଥର ଧାନ ମଣ୍ଡି ଠିକ ସମୟରେ ଖୋଲିବ , ଠିକ ସମୟରେ ଧାନ କିଣାହେବ । ଏଥର କିନ୍ତୁ ଧାନ ଦରରେ କଟନିଛଟନି ହେବନି । କି ଦଲାଲ ବି ରହିବେନି। ଯେଉଁ ମଣ୍ଡିରୁ ଏସବୁ ସମସ୍ୟା ନେଇ ଅଭିଯୋଗ ଆସେ ତାହାଲେ ସମ୍ପକ୍ତ ଅଞ୍ଚଳର ଅଧିକାରୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ହେଲେ ଦୁଃଖର ବିଷୟ ଏସବୁ କଥା ପାଣିର ଗାର ହୋଇଗଲା । ଜୟପୁରରେ ଡିସେମ୍ବର ୧୧ ତାରିଖରୁ ମଣ୍ଡି ଖୋଲିଲାଣି । ହେଲେ ୧୧ ମୁଠା ଧାନ କିଣା ହୋଇପାରିଲାନି । ଏତେ କଷ୍ଟରେ ଧାନ ଅମଳ କରି ନେଇ ମଣ୍ଡିରେ ଚାଷୀ ଧାନ ରଖିଛନ୍ତି ହେଲେ ମଣ୍ଡିରେ କାହାରି ଦେଖାନାହିଁ । ଆସନ୍ତା ୨୫ ତାରିଖ  ସୁଦ୍ଧା ଯଦି ମଣ୍ଡିରୁ ଧାନନଉଠେ ତାହେଲେ ୨୬ରୁ ଜୟପୁରରେ ଅଖଚକ ବନ୍ଦ ହେବ । ଏଥିପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ଜୟପୁର ବିଧାୟକ ତାରା ବାହିନୀପତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe