କନକ ବ୍ୟୁରୋ : ରାଜା ଚକ୍ର ଓକିଲଙ୍କ ମନ୍ତବ୍ୟ ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ଏହାରି ଭିତରେ ଦେଖିବାକୁ ମିଳିଛି ବିଜେପି ବିରୋଧରେ ତାରା ବାହିନୀପତିଙ୍କ ଅଭିଯୋଗ । ସେ କହିଛନ୍ତି,ରାଜା ଚକ୍ରଠାରୁ ୧ କୋଟି ୩୩ ଲକ୍ଷ ଟଙ୍କା ନେଇଛି ବିଜେପି । ପ୍ରଭାକରନଙ୍କଠାରୁ କେତେ ନେଲା ବିଜେପି ? ଲୋକଙ୍କୁ ଜବାବ ଦେବାକୁ ପଡିବ,ସିବିଆଇ ତଦନ୍ତ ହେଉ । ପ୍ରଭାକରନ ପୂର୍ବରୁ ବିଜେଡିର ଡାହାଣ ହାତ ସାଜିଥିଲେ କିନ୍ତୁ ଏବେ ସେ ବିଜେପିର ଡାହାଣ ହାତ ହୋଇଛନ୍ତି । ଏପରି କହି ବିଜେପିକୁ ଟାର୍ଗେଟ କରିଛନ୍ତି ତାରା ବାହିନୀପତି ।
ଅନ୍ୟପଟେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଛନ୍ତି,ଆମ ଜୀବନ ଖୋଲା ବହି । ଆମ ଦଳର ନେତା ମାନଙ୍କ ଜୀବନ ବି ଖୋଲା । ଆକାଉଣ୍ଟ ନମ୍ବର ନିଅନ୍ତୁ ନେଇ ଚେକ୍ କରନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/04/04/kic44pVu8et0J8nttXQa.jpg)