ତାନ୍ତ୍ରିକ ମୋବାଇଲରେ ମହିଳାଙ୍କ ଆପତ୍ତିଜନକ ଫଟୋ ପ୍ରସଙ୍ଗ, ତଦନ୍ତ ଆରମ୍ଭ କଲା ପୁଲିସ

ମୟୂରଭଞ୍ଜରେ ତାନ୍ତ୍ରିକ ମୋବାଇଲରେ ମହିଳାଙ୍କ ଆପତ୍ତିଜନକ ଫଟୋ, ଭିଡିଓ ଘଟଣା । ବନବିଭାଗର ସୂଚନା ପରେ ସ୍ଥାନୀୟ ପୁଲିସର ତଦନ୍ତ । ବାରିପଦା ଏସିଏଫଙ୍କ ସୂଚନା, ଜବତ ମୋବାଇଲ୍‌ରେ ଫଟୋ ଭିଡିଓ ଅଛି କି ନାହିଁ ଜଣାନାହିଁ ।  

28-MBJ

କନକ ବ୍ୟୁରୋ: ମୟୂରଭଞ୍ଜରୁ ତାନ୍ତ୍ରିକ ଗିରଫ ପ୍ରସଙ୍ଗ । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ପାଉଁଶିଆ ଗାଁ ତନ୍ତ୍ରସାଧନା ଆଳରେ ମହିଳାଙ୍କ ଆପତ୍ତିଜନକ ଭିଡିଓ ଉତ୍ତୋଳନ ମାମଲା । ଘଟଣା ସମ୍ପର୍କରେ ବଡ଼ସାହି ଥାନା ଆଇଆଇସିଙ୍କୁ ଅବଗତ କଲା ଫରେଷ୍ଟ ଡିପାର୍ଟମେଣ୍ଟ । ଘଟଣା ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ । ଦୁଇ ଦିନ ତଳେ ବାଘଛାଲ ରାକେଟ୍‌ର ଠାବ କରିଥିଲା ବନବିଭାଗ । ଏଥିରେ ଗିରଫ ହୋଇଥିବା ମୁଖ୍ୟ କାର୍ପଟ୍‌ଦାର ଶିକ୍ଷକ ଓ ତାନ୍ତ୍ରିକ ମୋବାଇଲରୁ ମିଳିଛି ଚମକାଇ ଦେବା ଭଳି ତଥ୍ୟ । ଉଭୟ ବଶୀକରଣ ଆଳରେ ଶତାଧିକ ମହିଳାଙ୍କ ଶୋଷଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିଲା । 

ଅଭିଯୁକ୍ତ ତାନ୍ତ୍ରିକର ମୋବାଇଲ୍‌ରୁ ମହିଳାମାନଙ୍କ ଶତାଧିକ ଆପତ୍ତିଜନକ ଫଟୋ ଓ ଭିଡିଓ ମିଳିବା ପରେ ଘଟଣାଟି ନୂଆ ମୋଡ଼ ନେଇଛି । ମଙ୍ଗଳବାର ଦିନ ୩ଟି କଲରାପତରିଆ ବାଘଛାଲ ଜବତ କରିଥିଲା ବନ ବିଭାଗ । ଏହି ମାମଲାରେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ପାଉଁଶିଆ ଗ୍ରାମର ତାନ୍ତ୍ରିକ ଗୁରୁପ୍ରସାଦ ପାତ୍ର, କାଣିମହୁଲି ଗାଁର ଶିକ୍ଷକ ମନୋରଞ୍ଜନ ଟିପିରିଆଙ୍କ ସମେତ ବାଲେଶ୍ୱର ଓ ମୟୂରଭଞ୍ଜର ୭ ଜଣ ଅଭିଯୁକ୍ତ ଧରାପଡ଼ିଥିଲେ । ଅଭିଯୁକ୍ତଙ୍କ ପାଖରୁ ୭ଟି ମୋବାଇଲ୍‌ ଜବତ ହୋଇଥିଲା । ତେବେ ତାନ୍ତ୍ରିକ ଗୁରୁପ୍ରସାଦର ମୋବାଇଲ୍‌ ଖୋଲିବା ପରେ ତଦନ୍ତକାରୀ ଟିମ୍‌ ତାଜୁବ୍‌ ହୋଇଯାଇଛି । ସେଥିରେ ୪୮୦ରୁ ଅଧିକ ଭିଡିଓ ରହିଥିବା ବେଳେ ମହିଳାଙ୍କର ଶତାଧିକ ଆପତ୍ତିଜନକ ଭିଡିଓ ସହ ଫଟୋ ମଧ୍ୟ ରହିଛି । ତନ୍ତ୍ରସାଧନା ବେଳେ କୌଶଳକ୍ରମେ ଏସବୁ ଭିଡିଓ ଉତ୍ତୋଳନ ହୋଇଥିବା ଜଣାପଡ଼ିଛି । ଏବେ ଘଟଣାର ତଦନ୍ତ ସ୍ଥାନୀୟ ପୁଲିସ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe