ମେକ୍ସିକୋ ରାସ୍ତାରେ ଟ୍ୟାଙ୍କର ବିସ୍ଫୋରଣ, ୩ ମୃତ, ୭୦ ଆହତ, ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା

ଆହତଙ୍କ ମଧ୍ୟରୁ ୧୯ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ବିସ୍ଫୋରଣଟି ମେକ୍ସିକୋ ସିଟିର ଇଜତାପାଲାପା, ଚାଲ୍କୋ ଓ ଇଗ୍ନାସିଓ ଜାରାଗୋଜାରେ ଥିବା ଜାତୀୟ ରାଜପଥ ନିକଟରେ ଘଟିଛି ।

fgfgfff

କନକ ବ୍ୟୁରୋ :  ମେକ୍ସିକୋ ସିଟିରେ ଭୟଙ୍କର ଗ୍ୟାସ୍ ଟ୍ୟାଙ୍କ ବିସ୍ଫୋରଣ ହୋଇଛି । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ ଜଣ ଆହତ ହୋଇଛନ୍ତି । ଗତକାଲି ଏହି ଘଟଣା ଘଟିଥିଲା । ଆହତଙ୍କ ମଧ୍ୟରୁ ୧୯ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ବିସ୍ଫୋରଣଟି ମେକ୍ସିକୋ ସିଟିର ଇଜତାପାଲାପା, ଚାଲ୍କୋ ଓ ଇଗ୍ନାସିଓ ଜାରାଗୋଜାରେ ଥିବା ଜାତୀୟ ରାଜପଥ ନିକଟରେ ଘଟିଛି । ଏହି ଦୁର୍ଘଟଣା ଗତ ଏକ ସପ୍ତାହରେ ମେକ୍ସିକୋ ଜାତୀୟ ରାଜପଥରେ ଘଟିଥିବା ଦ୍ୱିତୀୟ ବଡ଼ ଦୁର୍ଘଟଣା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଟ୍ୟାଙ୍କରଟି ଏଲପିଜି ଗ୍ୟାସରେ ଭର୍ତ୍ତି ହୋଇଥିଲା । ଏହି ଭୟଙ୍କର ବିସ୍ଫୋରଣ ଫଳରେ ୧୮ଟି ଯାନରେ ନିଆଁ ଲାଗିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe