କନକ ବ୍ୟୁରୋ: ଅବସର ଥିଲା ଗୁରୁଦିବସ । ଏକ କାର୍ଯ୍ୟକ୍ରମରେ ତାମିଲନାଡୁ ଗଭର୍ଣ୍ଣର ଆରଏନ୍ ରବି ଏଭଳିି ରାଜ୍ୟର ଶିକ୍ଷା ବ୍ୟବସ୍ଥା ଉପରେ ଏଭଳି କିଛି ମନ୍ତବ୍ୟ ଦେଲେ ଯାହାକୁ ନେଇ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଥିଲା । 

ଗଭର୍ଣ୍ଣର ଆରଏନ୍ ରବି ରାଜ୍ୟର ଶିକ୍ଷା ବ୍ୟବସ୍ଥା ଉପରେ ଆକ୍ରମଣାତ୍ମକ ମନ୍ତବ୍ୟ ଦେଇଥିଲେ । କହିଥିଲେ, ଏବେ ରାଜ୍ୟର ଶିକ୍ଷାବ୍ୟବସ୍ଥା ଅତି ଖରାପ । ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ହେବାକୁ ଯାଉଛି । ଏପରି ସ୍ଥତି ହୋଇଛି ଯେ, ନବମ ଶ୍ରେଣୀ ଛାତ୍ରଙ୍କୁ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ପଚାରିଲେ ବି ସେମାନେ କହିବାକୁ ସମର୍ଥ । ଜଣେ ଦୁଇ ଜଣ ନୁହଁନ୍ତି ଏଭଳି ପାଖାପାଖି ୭୫ ପ୍ରତିଶତ ଛାତ୍ରଛାତ୍ରୀ ଶ୍ରେଣୀ ପରେ ଶ୍ରେଣୀ ଡେଇଁ ଚାଲିଥିଲେ ବି ଦୁଇ ଅଙ୍କ ବିଶଷ୍ଟ ସଂଖ୍ୟା ଚିହ୍ନିପାରୁନାହାଁନ୍ତି ।  ସେଥିରୁ ୪୦ ପ୍ରତିଶତ ପିଲା ଦ୍ୱିତୀୟ ଶ୍ରେଣୀ ବହି ପଢିପାରୁନାହାଁନ୍ତି । ରାଜ୍ୟରେ ସ୍କୁଲ ସିଲାବସ୍ ସମ୍ପୂର୍ଣ୍ଣ ଅଣ-ପ୍ରତିଯୋଗିତାମୂଳକ ଏବଂ ନିମ୍ନ ସ୍ତର ବୋଲି କହିଛନ୍ତି ରାଜ୍ୟପାଳ ଆରଏନ୍ ରବି ।

ଗୁରୁ ଦିବସରେ ରାଜଭବନରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି । ତାଙ୍କ କହିିବା ଅନୁସାରେଳ, ତାମିଲନାଡୁରେ ଶିକ୍ଷାର ମୂଳଦୂଆ ଅତି ଦୁୁର୍ବଳ । ଶିକ୍ଷାଦାନର ମାନ "ଜାତୀୟ ହାରାହାରି ଠାରୁ ଏତେ ତଳକୁ ଖସିଯାଇଛି"। ଏଠି ପିଲାଙ୍କ ଶିକ୍ଷାର କୌଣସି ମାପଦଣ୍ଡ ନାହିଁ କହିଲେ ଚଳେ । ଛାତ୍ରଛାତ୍ରୀଙ୍କୁ ଅତି ସହଜରେ ସାର୍ଟିଫିକେଟ୍ ଓ ଡିଗ୍ରୀ ମିଳିଯାଉଛି । ଫଳରେ ରାଜ୍ୟରେ ଶିକ୍ଷିତ ବେକାରୀ ସମସ୍ୟା ଦିନକୁ ଦିନ ଉକ୍ରଟ ହେବାରେ ଲାଗିଛି ।

ସବୁଠୁ ସାଂଘାତିକ କଥା ହେଉଛି, ରାଜ୍ୟର ଅଧିକାଂଶ ସ୍କୁଲ ଓ କଲେଜରେ ସିନ୍ଥେଟିକ୍ ଡ୍ରଗ୍ସ ବେପାର ହେଉଛି । ଶିକ୍ଷାନୁଷ୍ଠାନରେ ନିଶା ବେପାର କାୟା ବିସ୍ତାର କରୁଛି । ଯାହା ପୁରା ରାଜ୍ୟର ଭବିଷ୍ୟତ ପ୍ରତି ବଡ ପ୍ରଶ୍ନ ସୃଷ୍ଟି କରୁଛି । 

ରାଜ୍ୟପାଳ ଆରଏନ୍ ରବିଙ୍କର ଏଭଳି ମନ୍ତବ୍ୟ ପରେ ତାଙ୍କୁ କାଉଣ୍ଟର କରିଛନ୍ତି ମୁଖ୍ୟମନ୍ତ୍ରୀ ଡିଏମକେ ଉଦୟନିଧି ଷ୍ଟାଲିନ୍ । ସେ କହିଛନ୍ତି ଯେ, ତାମିଲନାଡୁର ଅନେକ ଛାତ୍୍ରଛାତ୍ରୀ ଦେଶର ବଡ ବଡ ସଂସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପଦରେ ରହି କାର୍ଯ୍ୟ କରୁଛନ୍ତି । ତେଣୁ ଯଦି କେହି ରାଜ୍ୟର ବୋର୍ଡ ସିଲାବସକୁ କଟାକ୍ଷ କରନ୍ତି ଏହାକୁ ଗ୍ରହଣ କରାଯାଇପାରିବନାହିଁ ।
 

ତେବେ ତାମିଲନାଡୁ ସରକାର ଓ ରାଜ୍ୟପାଳ ଆରଏନ ରବିଙ୍କ ମଧ୍ୟରେ ଗତ ଦିନରୁ ବିବାଦ ଚାଲିଛି । ଏଠାରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ଜଣେ ବିଧାୟକଙ୍କୁ ନିଜ କ୍ୟାବିନେଟରେ ସାମିଲ କରିବାକୁ ଚାହୁଁଥିଲେ । ଏହି ପ୍ରସ୍ତାବକୁ ରାଜ୍ୟପାଳଙ୍କ ପାଖକୁ ଅନୁମୋଦନ ପାଇଁ ପଠାଯାଇଥିଲେ ବି ସେ ଏହାକୁ ଅନୁମତି ଦେଉନାହାଁନ୍ତି । ଏନେଇ ଷ୍ଟାଲିନ୍ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ଷ୍ଟାଲିନ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ବଢିଚାଲିଛି, ଯାହା ଜାତୀୟ ଖବରରେ ଚର୍ଚ୍ଚାରେ ରହିଆସୁଛି ।