କନକ ବ୍ୟୁରୋ: କରୁର ରାଲି ଭିଡ଼ରେ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି । ମାଡ୍ରାସ ହାଇକୋର୍ଟ ଆଜି ବିଜୟଙ୍କ ଟିଭିକେ ସିବିଆଇ ତଦନ୍ତ ଆବେଦନ ଉପରେ ଶୁଣାଣି କରିବେ । ୬୫ ବର୍ଷୀୟା ସୁଗୁନାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ସଂଖ୍ୟା ୪୧କୁ ବୃଦ୍ଧି ହୋଇଛି । ମୃତକଙ୍କ ମଧ୍ୟରେ ୧୮ ଜଣ ମହିଳା, ୧୩ ଜଣ ପୁରୁଷ, ୫ ଜଣ ବାଳିକା ଓ ୫ ଜଣ ବାଳକ ଅଛନ୍ତି । ଟିଭିକେ ମାଡ୍ରାସ ହାଇକୋର୍ଟରେ ଦୁର୍ଘଟଣାର ସିବିଆଇ କିମ୍ବା ସ୍ୱତନ୍ତ୍ର ତଦନ୍ତ ଟିମ ଏସ୍‌ଆଇଟି ତଦନ୍ତ ପାଇଁ ଆବେଦନ କରିଛି, ଯାହାର ଶୁଣାଣି ଆଜି ଅପରାହ୍ନ ୨ଟା୧୫ରେ ମଦୁରାଇ ବେଞ୍ଚରେ ହେବ । ଟିଭିକେ ଏହି ଘଟଣା ପଛରେ ଷଡ୍‌ଯନ୍ତ୍ର ଥିବା ଅଭିଯୋଗ କରିଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ, ଏମକେ ଷ୍ଟାଲିନ୍, ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଏବଂ ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରିବା ପାଇଁ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଅରୁଣା ଜଗଦୀଶନଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିସନ ଗଠନ କରିବାକୁ ଘୋଷଣା କରିଛନ୍ତି ।

Advertisment