କନକ ବ୍ୟୁରୋ: କରୁର ରାଲି ଭିଡ଼ରେ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି । ମାଡ୍ରାସ ହାଇକୋର୍ଟ ଆଜି ବିଜୟଙ୍କ ଟିଭିକେ ସିବିଆଇ ତଦନ୍ତ ଆବେଦନ ଉପରେ ଶୁଣାଣି କରିବେ । ୬୫ ବର୍ଷୀୟା ସୁଗୁନାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ସଂଖ୍ୟା ୪୧କୁ ବୃଦ୍ଧି ହୋଇଛି । ମୃତକଙ୍କ ମଧ୍ୟରେ ୧୮ ଜଣ ମହିଳା, ୧୩ ଜଣ ପୁରୁଷ, ୫ ଜଣ ବାଳିକା ଓ ୫ ଜଣ ବାଳକ ଅଛନ୍ତି । ଟିଭିକେ ମାଡ୍ରାସ ହାଇକୋର୍ଟରେ ଦୁର୍ଘଟଣାର ସିବିଆଇ କିମ୍ବା ସ୍ୱତନ୍ତ୍ର ତଦନ୍ତ ଟିମ ଏସ୍ଆଇଟି ତଦନ୍ତ ପାଇଁ ଆବେଦନ କରିଛି, ଯାହାର ଶୁଣାଣି ଆଜି ଅପରାହ୍ନ ୨ଟା୧୫ରେ ମଦୁରାଇ ବେଞ୍ଚରେ ହେବ । ଟିଭିକେ ଏହି ଘଟଣା ପଛରେ ଷଡ୍ଯନ୍ତ୍ର ଥିବା ଅଭିଯୋଗ କରିଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ, ଏମକେ ଷ୍ଟାଲିନ୍, ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଏବଂ ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରିବା ପାଇଁ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଅରୁଣା ଜଗଦୀଶନଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିସନ ଗଠନ କରିବାକୁ ଘୋଷଣା କରିଛନ୍ତି ।
ତାମିଲନାଡୁ କରୁର ଦଳାଚକଟା ଘଟଣା: ୪୧ ମୃତ୍ୟୁ ପାଇଁ ଦାୟୀ କିଏ ବୋଲି ଉଠିଲା ପ୍ରଶ୍ନ
ଟିଭିକେ ଏହି ଘଟଣା ପଛରେ ଷଡ୍ଯନ୍ତ୍ର ଥିବା ଅଭିଯୋଗ କରିଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ।
/kanak/media/media_files/2025/09/29/26-2025-09-29-15-06-26.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)