ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ : କିଛି ଲୋକ ବିନା କାରଣରେ କାନ୍ଦନ୍ତି

Advertisment

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ପାଣ୍ଠି ଆବଣ୍ଟନ ହେଉନଥିବା ନେଇ କରିଥିବା ଅଭିଯୋଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖଣ୍ଡନ କରିଛନ୍ତି ।

Updated On

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ପାଣ୍ଠି ଆବଣ୍ଟନ ହେଉନଥିବା ନେଇ କରିଥିବା ଅଭିଯୋଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖଣ୍ଡନ କରିଛନ୍ତି ।

ଅଦ୍ୟତନ ହୋଇଛି
mk stalin

Photograph: (KanakNews)

କନକବ୍ୟୁରୋ : ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ପାଣ୍ଠି ଆବଣ୍ଟନ ହେଉନଥିବା ନେଇ କରିଥିବା ଅଭିଯୋଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖଣ୍ଡନ କରିଛନ୍ତି । ରାମେଶ୍ୱରମରେ ଏକ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ ଷ୍ଟାଲିନଙ୍କ ନାଁ ନନେଇ ପରୋକ୍ଷରେ କହିଛନ୍ତି  ଯେ ଗତ ଦଶନ୍ଧି ମଧ୍ୟରେ କେନ୍ଦ୍ର ସରକାର ପୂର୍ବ ସରକାର ତୁଳନାରେ ରାଜ୍ୟର ବିକାଶ ପାଇଁ ତିନି ଗୁଣ ଅଧିକ ଅର୍ଥ ଆବଣ୍ଟନ କରିଛନ୍ତି ଯାହା ରାଜ୍ୟର ବିକାଶ ମଧ୍ୟ କରିଛି । ବିକଶିତ ଭାରତର ଯାତ୍ରାରେ ତାମିଲନାଡୁର ବହୁତ ବଡ଼ ଭୂମିକା ରହିଛି ।

 ଖାଲି ଭୂମିକା ନୁହେଁ  ଏଥିସହ ତାମିଲନାଡୁ ଯେତେ ଶକ୍ତିଶାଳୀ ହେବ ସେତେ ଭାରତ ଆଗକୁ ଯିବ । ଗତ ଦଶନ୍ଧି ମଧ୍ୟରେ କେନ୍ଦ୍ର ସରକାର ତାମିଲନାଡ଼ୁର ବିକାଶ ପାଇଁ ୨୦୧୪ ତୁଳନାରେ ତିନି ଗୁଣ ଅଧିକ ଅର୍ଥ ଆବଣ୍ଟନ କରିଛନ୍ତି ।  ଏହା ସତ୍ତ୍ୱେ କିଛି ଲୋକଙ୍କର ବିନା କାରଣରେ କାନ୍ଦିବାର ଅଭ୍ୟାସ ରହିଛି ଏବଂ  ସେମାନେ କାନ୍ଦିବାରେ ଲାଗିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି  । 

୨୦୧୪ ପୂର୍ବରୁ  ରେଳ ପ୍ରକଳ୍ପ ପାଇଁ ପ୍ରତିବର୍ଷ ମାତ୍ର ୯୦୦ କୋଟି ଟଙ୍କା ମିଳୁଥିଲା । ଚଳିତ ବର୍ଷ ତାମିଲନାଡ଼ୁର ରେଳ ବଜେଟ ୬୦୦୦ କୋଟି ଟଙ୍କାରୁ ଅଧିକ ଏବଂ ଭାରତ ସରକାର ମଧ୍ୟ ଏଠାରେ ୭୭ଟି ରେଳ ଷ୍ଟେସନର ଆଧୁନିକୀକରଣ କରୁଛନ୍ତି  ।  ଏଥିରେ ରାମେଶ୍ୱରମର ରେଳ ଷ୍ଟେସନ ମଧ୍ୟ ରହିଛି ।   ଏଥିସହ ସେ କହିଛନ୍ତି  ଆବଶ୍ୟକ ପାଣ୍ଠି ପ୍ରଦାନ ନକରି କେନ୍ଦ୍ର ସରକାର ତାମିଲନାଡୁ କୁ ଅବହେଳା ଓ ବିଶ୍ୱାସଘାତକତା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଅଭିଯୋଗ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ମନ୍ତବ୍ୟ ଦେଇଛନ୍ତି ।

କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ସେମାନଙ୍କର ଉଚିତ ସମ୍ବଳ ଦେଉନାହାନ୍ତି ବୋଲି ଅଭିଯୋଗ କରି ଷ୍ଟାଲିନ କହିଥିଲେ ଯେ ଜିଏସ୍‌ଟି ବ୍ୟବସ୍ଥା ମାଧ୍ୟମରେ ସମସ୍ତ ରାଜ୍ୟ ଟିକସ ହଡ଼ପ କରିବା ପରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକର ବକେୟା ଅର୍ଥ ବଣ୍ଟନ କରିବାକୁ ମନା କରୁଛନ୍ତି ।  ପ୍ରଧାନମନ୍ତ୍ରୀ ଆଜି କେନ୍ଦ୍ରୀୟ ଆବଣ୍ଟନକୁ ନେଇ ସ୍ଥିତି ସ୍ପଷ୍ଟ କରିଦେବା ପରେ ତାମିଲନାଡ଼ୁ ରାଜନୀତି ସରଗରମ ରହିଛି ।  ପ୍ରଧାନମନ୍ତ୍ରୀ  ରାଜ୍ୟର କୌଣସି ନେତାଙ୍କ ନାମ ନନେଇ କହିଥିଲେ  ଯେ ସେମାନେ ମୋ ପାଖକୁ ପଠାଉଥିବା ଚିଠିରେ ଦସ୍ତଖତ ମଧ୍ୟ ତାମିଲରେ କରୁନାହାନ୍ତି  । ଅତି କମ୍‌ରେ ସେମାନେ ନିଜର ଦସ୍ତଖତ ତାମିଲରେ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe