ଏକାଠି ଲଢିବେ  ବିଜେପି- ଏଆଇଏଡିଏମକେ, ଘୋଷଣା କଲେ ଅମିତ୍‌ ଶାହା

Advertisment

୨୦୨୬ ନିର୍ବାଚନ ପାଇଁ ମେଣ୍ଟ । ଏକାଠି ଲଢିବେ ବିଜେପି- ଏଆଇଏଡିଏମକେ ।

୨୦୨୬ ନିର୍ବାଚନ ପାଇଁ ମେଣ୍ଟ । ଏକାଠି ଲଢିବେ ବିଜେପି- ଏଆଇଏଡିଏମକେ ।

ନିର୍ବାଚନ ପାଇଁ ମେଣ୍ଟ

ନିର୍ବାଚନ ପାଇଁ ମେଣ୍ଟ Photograph: (kanakNews)

କନକ ବ୍ୟୁରୋ :  ୨୦୨୬  ନିର୍ବାଚନ ପାଇଁ ମେଣ୍ଟ ।  ଏକାଠି ଲଢିବେ  ବିଜେପି- ଏଆଇଏଡିଏମକେ ।  ମେଣ୍ଟ ନେଇ  ଅମିତ୍‌ ଶାହାଙ୍କ ଘୋଷଣା । ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ  ବିଜେପି ଏବଂ ଏଆଇଏଡିଏମକେ ମଧ୍ୟରେ ମେଣ୍ଟ  ହୋଇଛି । ତେବେ ମେଣ୍ଟ ହେବା ପୂର୍ବରୁ  ଅମିତ୍ ଶାହା ଏବଂ ପାଲାନିସ୍ବାମୀଙ୍କ ଏକ ବୈଠକ ହୋଇଥିଲା ।  ଏହି ବୈଠକ ପରେ ମେଣ୍ଟ ପାଇଁ ରାସ୍ତା ଫିଟିଥିଲା ।

ଏନେଇ ଶାହା କହିଛନ୍ତି  ଆଜି ଏଆଇଏଡିଏମକେ ଏବଂ ବିଜେପିର ନେତା  ମିଶି ଏହା ନିଷ୍ପତ୍ତି  ନେଲେ ଯେ,  ଆଗକୁ ଆସୁଥିବା ତାମିଲନାଡୁ ନିର୍ବାଚନ ଏଆଇଏଡିଏମକେ  ଏବଂ ବିଜେପି  ମିଶି ନିର୍ବାଚନ ଲଢିବେ । ଏହି ନିର୍ବାଚନ ରାଷ୍ଟ୍ରୀୟ ସ୍ତରରେ ପିଏମ ମୋଦୀଙ୍କ ନେତୃତ୍ବରେ ଏବଂ ରାଜ୍ୟସ୍ତରରେ  ଏଆଇଏଡିଏମକେର  ନେତା  ପାଲାନିସ୍ବାମୀଙ୍କ ନେତୃତ୍ବରେ ଲଢା ଯିବ  ବୋଲି ଶାହା କହିଛନ୍ତି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe