କନକ ବ୍ୟୁରୋ : ୨୦୨୬ ନିର୍ବାଚନ ପାଇଁ ମେଣ୍ଟ । ଏକାଠି ଲଢିବେ ବିଜେପି- ଏଆଇଏଡିଏମକେ । ମେଣ୍ଟ ନେଇ ଅମିତ୍ ଶାହାଙ୍କ ଘୋଷଣା । ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଏବଂ ଏଆଇଏଡିଏମକେ ମଧ୍ୟରେ ମେଣ୍ଟ ହୋଇଛି । ତେବେ ମେଣ୍ଟ ହେବା ପୂର୍ବରୁ ଅମିତ୍ ଶାହା ଏବଂ ପାଲାନିସ୍ବାମୀଙ୍କ ଏକ ବୈଠକ ହୋଇଥିଲା । ଏହି ବୈଠକ ପରେ ମେଣ୍ଟ ପାଇଁ ରାସ୍ତା ଫିଟିଥିଲା ।
ଏନେଇ ଶାହା କହିଛନ୍ତି ଆଜି ଏଆଇଏଡିଏମକେ ଏବଂ ବିଜେପିର ନେତା ମିଶି ଏହା ନିଷ୍ପତ୍ତି ନେଲେ ଯେ, ଆଗକୁ ଆସୁଥିବା ତାମିଲନାଡୁ ନିର୍ବାଚନ ଏଆଇଏଡିଏମକେ ଏବଂ ବିଜେପି ମିଶି ନିର୍ବାଚନ ଲଢିବେ । ଏହି ନିର୍ବାଚନ ରାଷ୍ଟ୍ରୀୟ ସ୍ତରରେ ପିଏମ ମୋଦୀଙ୍କ ନେତୃତ୍ବରେ ଏବଂ ରାଜ୍ୟସ୍ତରରେ ଏଆଇଏଡିଏମକେର ନେତା ପାଲାନିସ୍ବାମୀଙ୍କ ନେତୃତ୍ବରେ ଲଢା ଯିବ ବୋଲି ଶାହା କହିଛନ୍ତି ।