ବ୍ରଣ ପାଇଁ ତମନ୍ନା ଭାଟିଆ ସକାଳର ବାସି ଛେପ ଲଗାଇଥାନ୍ତି: ଏହା କେତେ ଉପକାରୀ ଜାଣନ୍ତୁ ଡାକ୍ତରଙ୍କ ମତ

Advertisment

ବ୍ରଣ ଭଲ ହେବା ପାଇଁ ତମନ୍ନା ଭାଟିଆଙ୍କ ବାସୀ ଛେପ ପ୍ରୟୋଗ । ଭାଇରାଲ ହେଉଛି ଭିଡିଓ ।

ବ୍ରଣ ଭଲ ହେବା ପାଇଁ ତମନ୍ନା ଭାଟିଆଙ୍କ ବାସୀ ଛେପ ପ୍ରୟୋଗ । ଭାଇରାଲ ହେଉଛି ଭିଡିଓ ।

ବ୍ରଣ ପାଇଁ ସକାଳର ଛେପ କେତେ ଉପକାରୀ

ବ୍ରଣ ପାଇଁ ସକାଳର ଛେପ କେତେ ଉପକାରୀ Photograph: (Google)

କନକ ବ୍ୟୁରୋ: ପ୍ରସିଦ୍ଧ ଅଭିନେତ୍ରୀ ତମନ୍ନା ଭାଟିଆ ତାଙ୍କ ସୌନ୍ଦର୍ଯ୍ୟ ରହସ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସେ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ବ୍ରଣ ଭଳି ଚର୍ମ ସମସ୍ୟା ଦୂର କରିବା ପାଇଁ ସକାଳର ପ୍ରଥମ ଛେପ ବ୍ୟବହାର କରିଥାନ୍ତି ।  ତାଙ୍କ ମତରେ ଏହା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ, ଏହା ବ୍ରଣକୁ ଶୁଖାଇବାରେ ସାହାଯ୍ୟ କରେ । ଆଉ ଭଲ ମଧ୍ୟ କରିଦେଢ଼ଇଥାଏ । ତେବେ ଏହି ଘରୋଇ ଉପଚାର କେତେଦୂର ବୈଜ୍ଞାନିକ ଓ ଏହାକୁ ନେଇ ଡାକ୍ତରମାନଙ୍କର ମତ କ’ଣ, ଆସନ୍ତୁ ଜାଣିବା ।

ତମନ୍ନାଙ୍କ ଦାବି କ’ଣ?
ତମନ୍ନା ଏକ ସାକ୍ଷାତକାରରେ କହିଥିଲେ ଯେ ସକାଳର ଛେପ ବ୍ରଣକୁ ଶୁଖାଇବାର କ୍ଷମତା ରହିଛି ।  ତମନ୍ନାଙ୍କ ଏହି କଥାଟି  ଖୁବ୍‌ ଭାଇରାଲ ହେବାରେ ଲାଗିଛି ।   ସେ କହିଥିଲେ ଯେ ଏହି ଉପଚାର ଟିକେ ଅଜବ ଲାଗିପାରେ, କିନ୍ତୁ ଏହା ପ୍ରକୃତରେ କାମ କରେ । ତେବେ ସେ ଏହା ମଧ୍ୟ ପରାମର୍ଶ ଦେଇଛନ୍ତି ଯେ ଯଦି ଚର୍ମ ସମସ୍ୟା ଲାଗି ରହେ, ତେବେ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍ ।  

ବାସି ଛେପର ବୈଜ୍ଞାନିକ ଗୁଣ
ଲାଳରେ କେତେକ ଉପାଦାନ ରହିଛି ଯାହା ଚର୍ମ ପାଇଁ ଲାଭଦାୟକ ହୋଇପାରେ ।

ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ: ଲାଳରେ ଲାଇସୋଜାଇମ୍ ଭଳି ଏନଜାଇମ୍, ଇମ୍ୟୁନୋଗ୍ଲୋବୁଲିନ୍  ଏବଂ ହିଷ୍ଟାଟିନ୍ସ  ଭଳି ପେପ୍ଟାଇଡ୍ ଥାଏ, ଯାହାର ଆଣ୍ଟି-ବ୍ୟାକ୍ଟେରିଆଲ ଏବଂ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି ।  ଏହା ବ୍ରଣ ସୃଷ୍ଟିକାରୀ ବ୍ୟାକ୍ଟେରିଆ ସହ ଲଢ଼ିବାରେ ସାହାଯ୍ୟ କରିପାରେ । 
ଆଲକାଲାଇନ୍ pH: ସକାଳର ଲାଳର pH କ୍ଷାରୀୟ  ହୋଇଥାଏ, ଯାହା ସଂକ୍ରମଣ ଯୋଗୁଁ ଅମ୍ଳୀୟ ହୋଇଯାଇଥିବା ଚର୍ମର pH ସ୍ତରକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିପାରେ ବୋଲି କିଛି ବିଶେଷଜ୍ଞ ମତ ଦିଅନ୍ତି।  
କ୍ଷତ ଶୁଖାଇବାର କ୍ଷମତା: କିଛି ଅଧ୍ୟୟନ ଅନୁଯାୟୀ, ଲାଳରେ ଥିବା ହିଷ୍ଟାଟିନ୍ସ ଭଳି ପେପ୍ଟାଇଡ୍ କ୍ଷତକୁ ଶୀଘ୍ର ଶୁଖାଇବାରେ ସହାୟକ ହୋଇଥାଏ।  

ଡାକ୍ତରଙ୍କ ମତ
ଯଦିଓ ଲାଳରେ କିଛି ଲାଭଦାୟକ ଉପାଦାନ ରହିଛି, ତଥାପି ଅଧିକାଂଶ ଚର୍ମରୋଗ ବିଶେଷଜ୍ଞ ଏହାକୁ ବ୍ରଣ ପାଇଁ ବ୍ୟବହାର କରିବାକୁ ପରାମର୍ଶ ଦିଅନ୍ତି ନାହିଁ ।
ବ୍ୟାକ୍ଟେରିଆର ଆଶଙ୍କା:  ଡାକ୍ତରମାନଙ୍କ ମତରେ, ପାଟିରେ ଅନେକ ପ୍ରକାରର ବ୍ୟାକ୍ଟେରିଆ ଥାଆନ୍ତି।   ଯଦି କାହାର ଦାନ୍ତ ଅପରିଷ୍କାର ଥାଏ, ତେବେ ଲାଳକୁ ମୁହଁରେ ଲଗାଇବା ଦ୍ୱାରା ଚର୍ମରେ ନୂଆ ସଂକ୍ରମଣ ହେବାର ଆଶଙ୍କା ରହିଥାଏ । ଯାହା ବ୍ରଣ ସମସ୍ୟାକୁ ଆହୁରି ବଢ଼ାଇପାରେ । 
ତେବେ  ବ୍ରଣ ଚିକିତ୍ସାରେ ଲାଳର ବ୍ୟବହାରକୁ ନେଇ କୌଣସି ବଡ଼ ବୈଜ୍ଞାନିକ ପ୍ରମାଣ ନାହିଁ । ଏଥିରେ ଥିବା ଆଣ୍ଟି-ବ୍ୟାକ୍ଟେରିଆଲ ଉପାଦାନର ମାତ୍ରା ବଜାରରେ ମିଳୁଥିବା ବ୍ରଣ ନିବାରକ କ୍ରିମ୍ ତୁଳନାରେ ବହୁତ କମ୍ ।   
ଚର୍ମରେ ଜ୍ୱଳନ:  ଲାଳର pH ସ୍ତର ବେଳେବେଳେ ଅମ୍ଳୀୟ ମଧ୍ୟ ହୋଇପାରେ, ଯାହା ଚର୍ମକୁ ଶୁଷ୍କ କରିବା ସହ ଜ୍ୱଳନ ସୃଷ୍ଟି କରିପାରେ ।  

ତମନ୍ନା ଭାଟିଆଙ୍କ ଦ୍ୱାରା ବ୍ୟବହୃତ ସକାଳର  ବାସି ଛେପ ଏକ ପୁରୁଣା ଘରୋଇ ଉପଚାର ହୋଇପାରେ  ।  କିଛି ଲୋକଙ୍କ ପାଇଁ ଏହା କାମ କରିଥାଇପାରେ । କିନ୍ତୁ ଏହାର କୌଣସି ଦୃଢ଼ ବୈଜ୍ଞାନିକ ପ୍ରମାଣ ନଥିବାରୁ ଏବଂ ଏହା ଦ୍ୱାରା ସଂକ୍ରମଣର ଆଶଙ୍କା ଥିବାରୁ, ଏହାକୁ ବ୍ୟବହାର କରିବା ପୂର୍ବରୁ ସତର୍କତା ଅବଲମ୍ବନ କରିବା ଜରୁରୀ । କୌଣସି ଚର୍ମ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ସବୁଠାରୁ ଭଲ ବିକଳ୍ପ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe