କନକ ବ୍ୟୁରୋ : ବିଗତ ସରକାର ଅମଳରେ ନିର୍ମାଣ ହୋଇଥିବା ଶିବ ମୂର୍ତ୍ତି ଏବେ ବିପଦରେ । ମହାଦେବଙ୍କ ଉପରେ ଚଢି ଫୋଟ ଉଠଉଛନ୍ତି ଯୁବପିଢି । ରିଲ୍ସି ପାଇଁ ଯୁବପିଢ଼ି ନିଜ ଜୀବନକୁ ବାଜିରେ ଲଗାଉଥିବା ଭିଡ଼ିଓ ଭାଇରାଲ । ଯାଜପୁରରେ ନିର୍ମାଣ ହୋଇଛି ସର୍ବୋଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି । ବିଗତ ସରକାର ଅମଳରେ ନିର୍ମାଣ ହୋଇଥିବା ମୂର୍ତ୍ତି ଆଜି ପର୍ଯ୍ୟନ୍ତ ଉଦ୍ଘାଟନ ହୋଇନାହିଁ । ସେହି ମୂର୍ତ୍ତି ଉପରକୁ ଲୋକେ ଚଢ଼ି ଫଟୋ ଉଠାଉଥିବା ଦେଖିବାକୁ ମିଳିଛି । ଫଳରେ ଏହି ମୂର୍ତ୍ତିପ୍ରତି ବିପଦ ଦେଖାଦେଇଛି ।
ଏହା ସହିତ କୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ଦେଖାଦେଇଛି । ବୁଦ୍ଧିଜୀବୀ ମହଲରେ ଏହାକୁ ନାପସନ୍ଦ କରାଯାଇଛି । ଏପରିକି ଧାର୍ମିକ ଭାବନାକୁ ଆଘାତ ଦେଇଛି ଯୁବପିଢିଙ୍କ ଦୁଃସାହାସିକ କାର୍ଯ୍ୟ । ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି ବୁଦ୍ଧିଜୀବୀ । ସେପଟେ ଏ ନେଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/10/reels-2025-10-10-16-45-15.jpg)