କନକ ବ୍ୟୁରୋ: ବିଶ୍ବ ୨୦୨୫ରେ ପ୍ରବେଶ କରିବା ସହ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ପୁଣି ଥରେ ନୂଆବର୍ଷର ଭବିଷ୍ୟତ ଜାଣିବା ପାଇଁ ଫରାସୀ ଭବିଷ୍ୟବକ୍ତା ନଷ୍ଟ୍ରାଦମସଙ୍କ ଆଡ଼କୁ ମୁହାଁଇଛନ୍ତି ।
ମିସେଲ ଡି ନଷ୍ଟ୍ରେଡେମ ନାମରେ ଜନ୍ମିତ ନଷ୍ଟ୍ରାଦମସ ୧୫୦୦ ଦଶକର ଜଣେ ଫ୍ରାନ୍ସ ଜ୍ୟୋତିଷୀ ଓ ଚିକିତ୍ସକ ଥିଲେ। ସେ ଆଡଲ୍ଫ ହିଟଲର କ୍ଷମତାକୁ ଆସିବା, ସେପ୍ଟେମ୍ବର ୧୧ ଆକ୍ରମଣ ଓ କୋଭିଡ୍-୧୯ ମହାମାରୀ ଭଳି ଆଧୁନିକ ଯୁଗର କିଛି ଯୁଗାନ୍ତକାରୀ ଘଟଣାର ପୂର୍ବାନୁମାନ କରିଥିଲେ। ସେ ୧୫୫୫ ମସିହାରେ ପ୍ରକାଶିତ ତାଙ୍କ ପୁସ୍ତକ ଲେସ୍ ପ୍ରଫେଟିକ୍ସ ପାଇଁ ଅଧିକ ଜଣାଶୁଣା। ଯେଉଁଥିରେ ୯୪୨ଟି ଚଉପଦୀ ରହିଛି ଯାହାକୁ ବିଶ୍ୱସ୍ତରୀୟ ଘଟଣା ପାଇଁ ବ୍ୟାପକ ଭାବରେ ବ୍ୟାଖ୍ୟା କରାଯାଏ। ତାଙ୍କ ଲେଖାକୁ ବିଶ୍ଳେଷଣ କରୁଥିବା ଗବେଷକମାନେ ସଙ୍କେତ ଦେଇଛନ୍ତି ଯେ ୨୦୨୫ରେ ଗ୍ରହାଣୁ ଧକ୍କାଠାରୁ ଆରମ୍ଭ କରି ବ୍ରିଟେନରେ ଅନ୍ୟ ଏକ ପ୍ଲେଗ୍ ଭଳି ମହାମାରୀ ବ୍ୟାପିବା ପର୍ୟ୍ୟନ୍ତ କିଛି ଘଟଣା ସାମ୍ନାକୁ ଆସିପାରେ। ଏହା ସହ ୟୁରୋପ ପାଇଁ ୨୦୨୫ ଅଧିକ ବିପର୍ୟ୍ୟୟ ଓ ଦୁର୍ଦ୍ଦିନ ଆଣିବ ଏବଂ ପଶ୍ଚିମ ଶକ୍ତିମାନଙ୍କର ପ୍ରଭାବ ହ୍ରାସ ପାଇବ ବୋଲି ନଷ୍ଟ୍ରାଦମସଙ୍କ ଭବିଷ୍ୟବାଣୀରେ ସଙ୍କେତ ମିଳିଛି।
କେମିତି ରହିବ ବର୍ଷ ୨୦୨୫
ନଷ୍ଟ୍ରାଦମସଙ୍କ ଭବିଷ୍ୟବାଣୀ
- ୨୦୨୫ରେ ଦୀର୍ଘ ଦିନ ଧରି ଚାଲିଥିବା ରୁଷ-ୟୁକ୍ରେନ୍ ଯୁଦ୍ଧର ସମ୍ଭାବ୍ୟ ଅନ୍ତ ହୋଇପାରେ
- ଦୀର୍ଘ ଯୁଦ୍ଧରେ ସୈନ୍ୟମାନେ ଥକିଯିବେ, ଯୁଦ୍ଧ କରୁଥିବା ଦେଶଗୁଡ଼ିକ ସୈନିକଙ୍କ ପାଇଁ ଅର୍ଥ ପାଇବେନି
- ସୁନା କିମ୍ବା ରୂପା ପରିବର୍ତ୍ତେ ଚମଡ଼ା, ଗାଲିକ୍ ପିତ୍ତଳ ଓ ଅର୍ଦ୍ଧଚନ୍ଦ୍ର ଚିହ୍ନକୁ ମୁଦ୍ରା କରିବାକୁ ଆଗେଇ ଆସିବେ
- ଗାଲିକ୍ ପିତ୍ତଳ ଓ ଅର୍ଦ୍ଧଚନ୍ଦ୍ରର ଚିହ୍ନ ଲେଖା ଥିବାରୁ ଫ୍ରାନ୍ସ ଓ ତୁର୍କୀ ସଂଘର୍ଷରେ ସାମିଲ ହୋଇପାରନ୍ତି
- ନୂଆବର୍ଷ ଇଂଲଣ୍ଡ ଉପରେ ଅଧିକ ପ୍ରଭାବ ପକାଇବ
- ଏହା ‘ନିଷ୍ଠୁର ଯୁଦ୍ଧ’ ଦ୍ୱାରା ପ୍ରଭାବିତ ହେବ
- ଦେଶ ‘ପ୍ରାଚୀନ ପ୍ଲେଗ’ ମହାମାରୀର ସମ୍ମୁଖୀନ ହେବ
- ୨୦୨୫ରେ ପୃଥିବୀ ସହିତ ଏକ ବିଶାଳ ଗ୍ରହାଣୁ ଧକ୍କା ହୋଇପାରେ
- ଏହା ବିପଜ୍ଜନକ ଭାବେ ପୃଥିବୀର ଅତି ନିକଟତର ହୋଇପାରେ
- ଯଦି ଏହା ପୃଥିବୀ ସହ ଧକ୍କା ହୁଏ ତେବେ ଅନେକ ଜୀବନ ନଷ୍ଟ ହୋଇପାରେ
- ବ୍ରାଜିଲ୍କୁ ନେଇ ନଷ୍ଟ୍ରାଦମସଙ୍କ ଭବିଷ୍ୟବାଣୀ
- ଦକ୍ଷିଣ ଆମେରିକୀୟ ଦେଶ ବ୍ରାଜିଲରେ ପ୍ରାକୃତିକ ବିପର୍ୟ୍ୟୟ ଦେଖାଦେଇପାରେ
- ବନ୍ୟା ଓ ଆଗ୍ନେୟଗିରି ଉଦ୍ଗୀରଣ ହୋଇପାରେ
- ବ୍ରାଜିଲ୍କୁ ବିଶ୍ୱର ବଗିଚା ବୋଲି କୁହନ୍ତି ନଷ୍ଟ୍ରାଦମସ
--