କନକ ବ୍ୟୁରୋ: ବଲିଉଡ ଅଭିନେତା ଆମୀର ଖାନଙ୍କ ନୂଆ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ନିଜ ବାନ୍ଧବୀ ଗୌରୀ ସ୍ପ୍ରାଟଙ୍କ ସହ ପ୍ରେମ ସମ୍ପର୍କ ନେଇ ଖୁଲାସା ନିଜେ କରିଛନ୍ତି ଆମୀର । ଆଉ ଖୁବ୍ ଶୀଘ୍ର ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ତେବେ ଆମୀରଙ୍କ ସହ କୌଣସି ମହିଳାଙ୍କୁ ପ୍ରଥମ ଥର ପାଇଁ ଯୋଡାଯାଇନାହିଁ । ଏହାପୂର୍ବରୁ ତାଙ୍କ ଫିଲ୍ମ ’ଦଙ୍ଗଲ’ର କୋଷ୍ଟାର୍ ଫାତିମା ସନା ସୈଖଙ୍କ ସହ ତାଙ୍କ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ପ୍ରେମ ସମ୍ପର୍କକୁ ନେଇ ଅନେକ ଥର ଚର୍ଚ୍ଚାରେ ରହିଆସିଛନ୍ତି ବଲିଉଡ ଅଭିନେତା ଆମୀର ଖାନ ଏବଂ ଅଭିନେତ୍ରୀ ଫାତିମା ସାନା ଶେଖ୍ । ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଅନେକ ଦିନରୁ ସୋସିଆଲ ମିଡିଆରେ ଆଲୋଚନା ମଧ୍ୟ ହେଉଥିଲା । ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମଧ୍ୟ ମିଳିଛି । ଉଭୟେ ଏକାଠି ପିକଲ୍ ବଲ୍ ଖେଳୁଥିବା ନଜର ଆସିଛନ୍ତି । ଏହି ୨ ଷ୍ଟାରଙ୍କ ଭିଡିଓ ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ଆମୀର ଏନେଇ କୌଣସି ସୂଚନା ଦେଇନଥିଲେ । ତେଣୁ ଏବେ ଏହା କେବଳ ଏକ ଗୁଜବ ବୋଲି ପ୍ରମାଣିତ ହୋଇଛି ।
ଗୌରୀ ସ୍ପ୍ରାଟ ବେଙ୍ଗାଲୁରୁର ବାସିନ୍ଦା । ସେ ଜଣେ ନାମୀ ବ୍ୟବସାୟୀ ପରିବାରରୁ ଆସିଛନ୍ତି । ସେ ଲଣ୍ଡନରୁ ଫ୍ୟାସନ ଡିଜାଇନରେ ସ୍ବତନ୍ତ୍ର କୋର୍ସ କରିଛନ୍ତି । ତାଙ୍କର ନିଜର ମଧ୍ୟ ବିଜନେସ୍ ରହିଛି । ଗୌରୀ ମଧ୍ୟ ବିବାହିତା । ତାଙ୍କର ୬ ବର୍ଷର ପୁଅ ଥିବା ଜଣାପଡିଛି । ୧୮ ମାସ ପୂର୍ବରୁ ତାଙ୍କର ଅମୀରଙ୍କ ସହ ଦେଖାହୋଇଥିଲା । ଏହି ଭେଟ ଆଜି ପ୍ରେମରେ ପରିଣତ ହୋଇଥିବା ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ଅମୀର ଦୁଇ ଥର ବିବାହ କରିସାରିଛନ୍ତି ।
ଏହା ପୂର୍ବରୁ ଅମୀର ଦୁଇ ଥର ବିବାହ କରିସାରିଛନ୍ତି। ରୀନା ଦତ୍ତା ତାଙ୍କର ପ୍ରଥମ ସ୍ତ୍ରୀ ଓ ଫିଲ୍ମ ନିର୍ଦ୍ଦେଶିକା କିରନ ରାଓ ତାଙ୍କର ଦ୍ବିତୀୟ ପତ୍ନୀ। ଅମୀରଙ୍କର ୩ ଜଣ ସନ୍ତାନ ମଧ୍ୟ ଅଛନ୍ତି।