କନକ ବ୍ୟୁରୋ: ପାଞ୍ଜିରେ ଭବିଷ୍ୟବାଣୀ । ନଭେମ୍ବର ମାସରେ ପୁଣି ପ୍ରାକୃତିକ ବିପର୍ଯ୍ୟୟ ଭୟ । ଓଡିଶାକୁ ଭୂମିକମ୍ପ ଭୟ ଥିବାନେଇ ପାଞ୍ଜିରେ ହୋଇଛି ଭବିଷ୍ୟବାଣୀ । ଖଡ଼ୀରତ୍ନ ପାଞ୍ଜି ଅନୁସାରେ ନଭେମ୍ବର ମାସରେ ରାଜ୍ୟକୁ ଲଘୁଚାପ ବୃଷ୍ଟି ସମେତ ଭୂମିକମ୍ପ ହେବାର ଉଲ୍ଲେଖ ରହିଛି । ପାଞ୍ଜିରେ ଲେଖାଅଛି ଯେ, ନଭେମ୍ବର ତା ୧୭ରୁ ତା୨୨ ମଧ୍ୟରେ ନଭେମ୍ବର ତା ୨୫ରୁ ତା୨୯ ମଧ୍ୟରେ ଡିସେମ୍ବର ତା୩ରୁ ୭ମଧ୍ୟରେ ଏବଂ ଡିସେମ୍ବର ତା୧୦ରୁ ତା୧୫ ମଧ୍ୟରେ ଲଘୁବଳୟ ଲଘୁଚାପ ବୃଷ୍ଟିପାତ ତୁଷାରପାତ ଭୂସ୍ଖଳନ ତଥା ଭୂମିକମ୍ପ ଦ୍ୱାରା ବହୁ ଧନଜୀବନ କ୍ଷୟକ୍ଷତିର ସୂଚନାମିଳେ। ଏହି ମାସରେ ପାଞ୍ଚ ଶନିବାର ଏବଂ ପାଞ୍ଚ ରବିବାର ଭୋଗ ହେଉଅଛି । ଯାହାଦ୍ୱାରା ଓଡ଼ିଶା, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ପ୍ରଭୃତି ରାଜ୍ୟମାନଙ୍କରେ ଭୂମିକମ୍ପ ,ଭୂସ୍ଖଳନ.ଅଗ୍ନିଦାହ ତଥା ଦୁର୍ଘଟଣାରେ ବହୁ କ୍ଷୟକ୍ଷତି ସହ ଦୈନନ୍ଦିନ ସାମଗ୍ରୀ ମୂଲ୍ୟବୃଦ୍ଧି ଘଟିବାର ସମ୍ଭାବନା ଥିବା ପାଞ୍ଜିରେ ଉଲ୍ଲେଖ ରହିଛି।
ବଡ଼ କଥା ହେଉଛି ଗତ ସପ୍ତାହରେ ଓଡିଶାକୁ ଆସିଥିବା ବାତ୍ୟାକୁ ନେଇ ଭବିଷ୍ୟବାଣୀ କରିଥିଲା ପାଞ୍ଜି । ଖଡ଼ୀରତ୍ନ ପାଞ୍ଜିରେ ଓଡିଶାକୁ ବାତ୍ୟା ଆସିବା ନେଇ ଉଲ୍ଲେଖ କରାଯାଇଥିଲା । ସେ ତଥ୍ୟ ବି ଆମେ ଆପଣଙ୍କୁ ଦେଖାଇଛୁ । ପାଞ୍ଜିର ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୋଇଥିଲା । ଆଉ ଉପକୂଳ ଓଡ଼ିଶାରେ ମାଡ଼ ହୋଇଥିଲା ଭୀଷଣ ବାତ୍ୟା ଦାନା । ଏବେ ଓଡ଼ିଶାକୁ ଭୂମିକମ୍ପ ଭୟ ଥିବାନେଇ ସେହି ଖଡୀରତ୍ନ ପାଞ୍ଜିରେ ଉଲ୍ଲେଖ ରହିଛି । ତେବେ ଏହା କେତେ ସତ ସାବ୍ୟସ୍ତ ହେବ ତାହା ସମୟସାକ୍ଷେପ ।