କନକ ବ୍ୟୁରୋ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ବଡ଼ ଅପଡେଟ । ଜଣେ ବିଧାୟକ ହିଁ ମୁଖ୍ୟମନ୍ତ୍ରୀ ହେବେ। ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତରୁ ଫେରିବା ପରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଏନେଇ ବିଜେପି ସୁତ୍ରରୁ ସୂଚନା ମିଳିଥିବା ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛି। ମୁଖ୍ୟମନ୍ତ୍ରୀ ଜଣେ ବିଧାୟକ ହେବେ ବୋଲି ନିଷ୍ପତ୍ତି ହେବା ପରେ ଅନେକ ହେଭିୱେଟ ଏହି ଦୌଡରୁ ବାଦ ପଡିଛନ୍ତି ।
ପୂର୍ବ କେନ୍ଦ୍ରମନ୍ତ୍ରୀ ସ୍କୃତି ଇରାନି, ସାଂସଦ ବାଂଶୁରୀ ସ୍ବରାଜ ରେସରୁ ଓହରିଯାଇଥିବା ଚର୍ଚ୍ଚା ହେଉଛି । ଯଦି କୌଣସି ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉଛି ତେବେ ବିଜେପିକୁ ଦୁଇଟି ଉପନିର୍ବାଚନର ସାମ୍ନା କରିବାକୁ ପଡିପାରେ । ଯେହେତୁ ସଂସଦରେ ବିଜେପି ଏକକ ସଂଖ୍ୟାଗରିଷ୍ଠତା ହାସଲ କରିନାହିଁ ତେଣୁ ଅକାରଣରେ ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁନାହିଁ । ମୁଖ୍ୟମନ୍ତ୍ରୀ ପଦ ପାଇଁ ଏବେ ଦୁଇ ଜଣ ଦାବିଦାର ଥିବା କୁହାଯାଉଛି । ନୂଆଦିଲ୍ଲୀ ଆସନରୁ ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇଥିବା ପର୍ବେଶ ବର୍ମା ସବୁଠୁ ଅଧିକ ଦାବିଦାର ଅଛନ୍ତି। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ସାହେବ ସିଂ ବର୍ମାଙ୍କ ପୁଅ । ପର୍ବେଶ ବର୍ମା ପଶ୍ଚିମ ଦିଲ୍ଲୀ ଆସନରୁ ଦୁଇ ଥର ସାଂସଦ ଭାବେ ବିଜୟୀ ହୋଇଥିଲେ। ଜାଟ ସମ୍ପ୍ରଦାୟ ସହ ପର୍ବେଶଙ୍କ ଭଲ ସମ୍ପର୍କ ମଧ୍ୟ ଅଛି । ସେପଟେ ମୁଖ୍ୟମନ୍ତ୍ରୀ ପଦପାଇଁ ଦାବିଦାର ଅଛନ୍ତି ବିଜେପି ନେତା ବିଜେନ୍ଦ୍ର ଗୁପ୍ତା । ଦିଲ୍ଲୀର ରୋହିନି ଆସନରୁ ଲଗାତାର ତିନି ଥର ବିଧାୟକ ଭାବେ ଜିତିଛନ୍ତି ବିଜେନ୍ଦ୍ର ଗୁପ୍ତା । ତେବେ ବିଜେପି ସର୍ବଦା ଲୋ-ପ୍ରୋଫାଇଲ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରୁଥିବାର ନଜର ରହିଛି । ସ୍ବଚ୍ଛ ଏବଂ ନିର୍ମଳ ଭାବମୂର୍ତ୍ତି ଥିବା ନେତାଙ୍କୁ ବିଜେପି ଚୟନ କରୁଛି । ଏହାଦ୍ବାରା ମୁଖ୍ୟମନ୍ତ୍ରୀଙ୍କ ଉପରେ ନିୟନ୍ତ୍ରଣ ରଖଯାଇପାରିବ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେସ୍:
ପ୍ରଭେଶ ବନାମ ବିଜେନ୍ଦ୍ର
ଜଣେ ବିଧାୟକ ହିଁ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ
ମୋଦୀ ଆମେରିକା ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଶପଥ
ଏନେଇ ବିଜେପି ସୁତ୍ରରୁ ସୂଚନା ମିଳିଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା
ମୁଖ୍ୟମନ୍ତ୍ରୀ ଜଣେ ବିଧାୟକ ହେବେ ବୋଲି ନିଷ୍ପତ୍ତି ହୋଇଛି
ଫଳରେ ଅନେକ ହେଭିୱେଟ ଏହି ଦୌଡରୁ ବାଦ ପଡିଛନ୍ତି
ପୂର୍ବ କେନ୍ଦ୍ରମନ୍ତ୍ରୀ ସ୍ମୁତି ଇରାନି, ସାଂସଦ ବାଂଶୁରୀ ସ୍ବରାଜ ରେସରୁ ବାଦ ପଡିଛନ୍ତି
ଯଦି କୌଣସି ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉଛି ତେବେ ବିଜେପିକୁ ମହଙ୍ଗା ପଡିବ
ସାଂସଦ ମୁଖ୍ୟମନ୍ତ୍ରୀ ହେଲେ ଦୁଇଟି ଉପନିର୍ବାଚନର ସାମ୍ନା କରିବ ଦଳ
ସଂସଦରେ ବିଜେପିର ସଂଖ୍ୟା କମ ଥିବାରୁ ଉପନିର୍ବାଚନ ଚାହୁଁନି ବିଜେପି
ବିଧାୟକ ମୁଖ୍ୟମନ୍ତ୍ରୀ ହେବା ନେଇ ନିଷ୍ପତ୍ତି ପରେ ଦୁଇ ଜଣ ଦାବିଦାର ଅଛନ୍ତି
କେଜ୍ରିୱାଲଙ୍କୁ ହରାଇଥିବା ପର୍ବେଶ ବର୍ମା ସବୁଠୁ ଅଧିକ ଦାବିଦାର ଅଛନ୍ତି
ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ସାହେବ ସିଂ ବର୍ମାଙ୍କ ପୁଅ
ପର୍ବେଶ ବର୍ମା ପଶ୍ଚିମ ଦିଲ୍ଲୀ ଆସନରୁ ଦୁଇ ଥର ସାଂସଦ ଥିଲେ
ଜାଟ ସମ୍ପ୍ରଦାୟ ସହ ପର୍ବେଶଙ୍କ ଭଲ ସମ୍ପର୍କ ମଧ୍ୟ ଅଛି
ମୁଖ୍ୟମନ୍ତ୍ରୀ ପଦପାଇଁ ଅନ୍ୟତମ ଦାବିଦାର ବିଜେପି ନେତା ବିଜେନ୍ଦ୍ର ଗୁପ୍ତା
ଦିଲ୍ଲୀର ରୋହିନି ଆସନରୁ ଲଗାତାର ତିନି ଥର ବିଧାୟକ ହୋଇଛନ୍ତି ବିଜେନ୍ଦ୍ର
କିନ୍ତୁ ବିଜେପି ସର୍ବଦା ଲୋ-ପ୍ରୋଫାଇଲ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରୁଥିବାର ନଜର ରହିଛି
ଓଡ଼ିଶା ପରେ ଦିଲ୍ଲୀରେ ଏଭଳି କିଛି ଚାଲ ଖେଳିବାର ସମ୍ଭାବନା ରହିଛି
ସ୍ବଚ୍ଛ ଏବଂ ନିର୍ମଳ ଭାବମୂର୍ତି ଥିବା ନେତାଙ୍କୁ ବିଜେପି ଚୟନ କରୁଛି
କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ ଏମିତି କିଛି ସଙ୍କେତ ଦେଇଛନ୍ତି
ପୁରୀ କହିଛନ୍ତି ମୁଖ୍ୟମନ୍ତ୍ରୀ ଚୟନ ନେଇ କୌଣସି କଳ୍ପନାଜଳ୍ପନା ଉପରେ ଧ୍ୟାନ ଦିଅନ୍ତୁ ନାହିଁ।
‘ପ୍ରାୟ ତିନି ଦଶନ୍ଧି ଧରି ଦଳ ଦିଲ୍ଲୀରେ କ୍ଷମତାରେ ନାହିଁ’
‘ଆଗାମୀ ପାଞ୍ଚ ବର୍ଷ ପାଇଁ ଆମକୁ ଏକ ଚେହେରା ଉପସ୍ଥାପନ କରିବାକୁ ପଡିବ’
ଦଳର ଶୀର୍ଷ ନେତୃତ୍ୱ ଏ ନେଇ ନିଷ୍ପତ୍ତି ନେବେ କହିଛନ୍ତି କେନ୍ଦ୍ରମନ୍ତ୍ରୀ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/02/09/PLL7IOZnBN9nqKFdCUIN.jpg)