ପାକିସ୍ତାନ ପୋଷ୍ଟ ଉପରେ ତାଲିବାନର ଆକ୍ରମଣ । କନକ ନ୍ୟୁଜକୁ ତାଲିବାନ ମୁଖପାତ୍ରଙ୍କ ପ୍ରତିକ୍ରିୟା । ଆଗକୁ ତୀବ୍ର ଆକ୍ରମଣ ନେଇ ଚେତାବନୀ

Advertisment

ସାହିନ କହିଛନ୍ତି, ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିବା ନିରୀହ ଶିଶୁ ଓ ମହିଳାଙ୍କ ହତ୍ୟାର ଆମେ ଦୃଢ଼ ଜବାବ ଦେଇଥିଲୁ। ଆମେ ଲଢ଼େଇକୁ ଆହୁରି ତୀବ୍ର କରିବାକୁ ଚାହୁଁନାହୁଁ କିନ୍ତୁ ଯଦି ପାକିସ୍ତାନ ପୁନର୍ବାର ଆକ୍ରମଣ ଜାରି ରଖେ ତେବେ ନିଶ୍ଚିତ ଭାବେ ଆମେ ଆକ୍ରମଣକୁ ଆହୁରି ତୀବ୍ର କରିବୁ । ସେମାନେ ଚୁପ୍ ରହିବା ଏବଂ ପୂର୍ବରୁ ଗମ୍ଭୀର ପରିସ୍ଥିତିକୁ ଉତ୍ତେଜନା ନଦେବା ଅଧିକ ବୁଦ୍ଧିମାନ।

ସାହିନ କହିଛନ୍ତି, ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିବା ନିରୀହ ଶିଶୁ ଓ ମହିଳାଙ୍କ ହତ୍ୟାର ଆମେ ଦୃଢ଼ ଜବାବ ଦେଇଥିଲୁ। ଆମେ ଲଢ଼େଇକୁ ଆହୁରି ତୀବ୍ର କରିବାକୁ ଚାହୁଁନାହୁଁ କିନ୍ତୁ ଯଦି ପାକିସ୍ତାନ ପୁନର୍ବାର ଆକ୍ରମଣ ଜାରି ରଖେ ତେବେ ନିଶ୍ଚିତ ଭାବେ ଆମେ ଆକ୍ରମଣକୁ ଆହୁରି ତୀବ୍ର କରିବୁ । ସେମାନେ ଚୁପ୍ ରହିବା ଏବଂ ପୂର୍ବରୁ ଗମ୍ଭୀର ପରିସ୍ଥିତିକୁ ଉତ୍ତେଜନା ନଦେବା ଅଧିକ ବୁଦ୍ଧିମାନ।

fvxcare

ar4 Photograph: (fdfdas)

କନକ ବ୍ୟୁରୋ :  ପାକିସ୍ତାନ ପୋଷ୍ଟ ଉପରେ ତାଲିବାନ ସେନାର ଆକ୍ରମଣ ପରେ କନକ ନ୍ୟୁଜକୁ ଏହି ଆକ୍ରମଣର କାରଣ ଓ ପାକିସ୍ତାନ ଉପରେ ମତ ରଖିଥିଲେ ପାକିସ୍ତାନରେ ରହିଥିବା ଆଫଗାନର ପୂର୍ବତନ ଉପ-ରାଷ୍ଟ୍ରଦୂତ ତଥା ତାଲିବାନର ମୁଖପାତ୍ର ସୁହେଲ ସାହିନ । ସାହିନ କହିଛନ୍ତି, ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିବା ନିରୀହ ଶିଶୁ ଓ ମହିଳାଙ୍କ ହତ୍ୟାର ଆମେ ଦୃଢ଼ ଜବାବ ଦେଇଥିଲୁ। ଆମେ ଲଢ଼େଇକୁ ଆହୁରି ତୀବ୍ର କରିବାକୁ ଚାହୁଁନାହୁଁ କିନ୍ତୁ ଯଦି ପାକିସ୍ତାନ ପୁନର୍ବାର ଆକ୍ରମଣ ଜାରି ରଖେ ତେବେ ନିଶ୍ଚିତ ଭାବେ ଆମେ ଆକ୍ରମଣକୁ ଆହୁରି ତୀବ୍ର କରିବୁ । ସେମାନେ ଚୁପ୍ ରହିବା ଏବଂ ପୂର୍ବରୁ ଗମ୍ଭୀର ପରିସ୍ଥିତିକୁ ଉତ୍ତେଜନା ନଦେବା ଅଧିକ ବୁଦ୍ଧିମାନ। ଏହା ଦୁଃଖର ବିଷୟ ଯେ, ଏକ ପଡ଼ୋଶୀ ଇସଲାମିକ ଦେଶ ଆତଙ୍କବାଦୀ ନାମରେ ଆମର ନିରୀହ ନାଗରିକଙ୍କୁ ହତ୍ୟା କରିଛି। କିନ୍ତୁ ସେମାନେ ଯାହା ଦାବି କରିଛନ୍ତି ତାହା ସତ ନୁହେଁ ବୋଲି ବାରମ୍ବାର ପ୍ରମାଣିତ କରିଛି। ଅସ୍ତ୍ରଶସ୍ତ୍ରରେ ଆମେ ହୁଏତ ସେମାନଙ୍କ ତୁଳନାରେ ସମକକ୍ଷ ନାହୁଁ। କିନ୍ତୁ ଆମର ସ୍ଥିରତା ଏବଂ ପ୍ରତିରୋଧରେ ଅତୁଳନୀୟ । ଏଭଳି ଦୁଃଖଦ ଓ ଭୟାନକ ଘଟଣା ଦ୍ୱିପାକ୍ଷିକ ସମ୍ପର୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ପାକିସ୍ତାନ ସରକାର ବର୍ତ୍ତମାନ କେଉଁ ଉପାୟ ବାଛିବେ ତାହା ସେମାନଙ୍କ ନେତୃତ୍ୱ ଉପରେ ନିର୍ଭର କରେ ।

ଆଗକୁ ଆହୁରି ତୀବ୍ର ହେବ ଆକ୍ରମଣ
ତାଲିବାନ ମୁଖପାତ୍ର ସୁହେଲ ସାହିନଙ୍କ ଚେତାବନୀ
ପାକିସ୍ତାନ ଉପରେ ଆଗକୁ ଅଧିକ ତୀବ୍ର ହେବ ଆକ୍ରମଣ
ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଥିବା ଶିଶୁ ଓ ମହିଳାଙ୍କ ହତ୍ୟାର ଦୃଢ ଜବାବ
ପାକିସ୍ତାନ ପୁନର୍ବାର ଆକ୍ରମଣ କଲେ ଆମେ ବି ତୀବ୍ର କରିବୁ 
ଆତଙ୍କବାଦୀ ନାଁରେ ଆମର ନିରୀହ ନାଗରିକଙ୍କୁ ହତ୍ୟା କରିଛି ପାକିସ୍ତାନ
ଏଭଳି ଭୟାନକ ଘଟଣା ଦ୍ୱିପାକ୍ଷିକ ସମ୍ପର୍କ ଉପରେ ନକାରାତ୍ମକ ପ୍ରଭାବ ପକାଏ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe