କନକ ବ୍ୟୁରୋ:  ଆଫଗାନିସ୍ତାନର ତାଲିବାନ ଶାସକ ନୂଆନୂଆ କଠୋର ନିୟମ ଲାଗୁ କରୁଛନ୍ତି । ପରିବାରରେ ନିଜ ସନ୍ତାନ ଓ ସ୍ତ୍ରୀଙ୍କୁ ଆକଟ କରିବା ଏବଂ ଏଥିପାଇଁ ସ୍ତ୍ରୀଙ୍କୁ  ନିର୍ଯାତନା ଦେବାକୁ  ଯଥାର୍ଥ ବୋଲି କୁହାଯାଇଛି । ସେହିପରି ଆଧୁନିକ ଶୈଳୀରେ ପୁରୁଷଙ୍କ କେଶ ଓ ଦାଢ଼ି କାଟୁଥିବା ବାରିକ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତାଲିବାନୀ ଶାସକ ଦଣ୍ଡିତ କରୁଛନ୍ତି ।
ଆଫଗାନିସ୍ତାନର ତାଲିବାନ ଶାସକ ନୂଆନୂଆ କଠୋର ନିୟମ ଲାଗୁ କରୁଛନ୍ତି। ପରିବାରରେ ନିଜ ସନ୍ତାନ ଓ ସ୍ତ୍ରୀଙ୍କୁ ଆକଟ କରିବା ଏବଂ ଏଥିପାଇଁ ସ୍ତ୍ରୀଙ୍କୁ  ନିର୍ଯାତନା ଦେବାକୁ  ଯଥାର୍ଥ ବୋଲି କୁହାଯାଇଛି । ସେହିପରି ଆଧୁନିକ ଶୈଳୀରେ ପୁରୁଷଙ୍କ କେଶ ଓ ଦାଢ଼ି କାଟୁଥିବା ବାରିକ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତାଲିବାନୀ ଶାସକ ଦଣ୍ଡିତ କରୁଛନ୍ତି ।
 
ତାଲିବାନୀ ଆଇନକୁ ନେଇ ଚର୍ଚ୍ଚା
ପତ୍ନୀ ନିର୍ଯାତନାରେ ସମସ୍ୟା ନାହିଁ  
ମହିଳାଙ୍କ ପ୍ରତି ନିର୍ଯାତନା ବିରୋଧୀ ବିଲ୍‌କୁ ବଦଳାଇ ତାଲିବାନୀ ଶାସକ ନୂଆ ନିୟମ ଆଣିଛନ୍ତି। ନୂଆ ନିୟମ ଅନୁସାରେ  ନିଜ ସନ୍ତାନ ଓ ସ୍ତ୍ରୀଙ୍କୁ ଆକଟ କରିବା  ସ୍ୱାମୀଙ୍କ ଅଧିକାର । ଏଥିପାଇଁ ସ୍ତ୍ରୀଙ୍କକୁ ନିର୍ଯାତନା ଦେବାରେ କୌଣସି ଅସୁବିଧା ନାହିଁ। କିନ୍ତୁ ସ୍ତ୍ରୀଙ୍କର କୌଣସି ହାଡ଼ ଭାଙ୍ଗିଲେ ସ୍ୱାମୀ ୧୫ ଦିନ ଜେଲ୍ ଯିବେ । ସେହିପରି ସ୍ୱାମୀଙ୍କ ବିନା ଅନୁମତିରେ ସ୍ତ୍ରୀ ନିଜର କୌଣସି ସମ୍ପର୍କୀୟଙ୍କୁ ଭେଟିପାରିବ ନାହିଁ। ଏପରି କଲେ ସ୍ତ୍ରୀଙ୍କୁ ୩ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ । ଏଥିସହ ନାଗରିକଙ୍କ ଶିକ୍ଷାଗତ ଯୋଗ୍ୟତା ଓ ଦକ୍ଷତା ଅନୁସାରେ ଦଣ୍ଡ ଧାର୍ଯ୍ୟ କରାଯାଇଛି। 

Advertisment

ମନଇଚ୍ଛା କାଟିବେନି କେଶ ଓ ଦାଢ଼ି
ସମ୍ପୃକ୍ତ ବ୍ୟକ୍ତି ଓ ବାରିକଙ୍କୁ ଜେଲ୍ ଦଣ୍ଡ   
ସେହିପରି ଆଧୁନିକ ଶୈଳୀରେ କେଶ କି ଦାଢ଼ି କାଟିଲେ ବାରିକଙ୍କୁ ଜେଲ୍ ଦଣ୍ଡାଦେଶ ହେବ ବୋଲି ତାଲିବାନୀ ଶାସକ ନୂଆ ଆଇନ ଆଣିଛନ୍ତି । ଏପରି କେଶ ଓ ଦାଢ଼ି କାଟୁଥିବା ବାରିକ ଓ କେତେକ ସ୍ଥଳରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜେଲ୍ ଯିବାକୁ ପଡୁଛି। ନିୟମ ପାଳନକୁ  ନିଶ୍ଚିତ କରିବା ପାଇଁ ଅଧିକାରୀମାନେ ସହରଗୁଡ଼ିକର ରାସ୍ତାରେ ପାଟ୍ରୋଲିଂ କରୁଛନ୍ତି ।  ଇଂଲିଶ୍ ଶୈଳୀର ଆଧୁନିକ କେଶ କାଟିଥିବାରୁ ଜଣେ ବାରିକଙ୍କୁ  ତିନି ଦିନ ଜେଲ୍ ଯିବାକୁ ପଡ଼ିଛି ।  କେତେକ ମାମଲାରେ ଉଭୟ ବାରିକ ଓ ଗ୍ରାହକଙ୍କୁ ଗିରଫ କରାଯାଉଛି । ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ, ତିନି ଜଣ ବାରିକଙ୍କୁ ନିୟମ ଭାଙ୍ଗିବା  ଅଭିଯୋଗରେ ତିନିରୁ ପାଞ୍ଚ ମାସ ଜେଲ୍ ଦଣ୍ଡାଦେଶ ହୋଇଥିଲା । ଆଫଗାନିସ୍ତାନରେ ତାଲିବାନୀ ଶାସକଙ୍କ ଏହି ନିୟମକୁ ନେଇ ବିଶ୍ବବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।