ତାଲିବାନର ନୂଆ ନିୟମ,  ଆଫଗାନିସ୍ତାନ ବିଶ୍ବବିଦ୍ୟାଳୟରେ ମହିଳାଙ୍କ ଦ୍ବାରା ଲିଖିତ ପୁସ୍ତକ ପଢ଼ାଯିବନି

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରୁ ୬୭୯ ପୁସ୍ତକ ଉପରେ ପ୍ରତିବନ୍ଧକ

ତାଲିବାନର ନୂଆ ନିୟମ

ତାଲିବାନର ନୂଆ ନିୟମ Photograph: (Google)

କନକ ବ୍ୟୁରୋ : ଆଫଗାନିସ୍ତାନରେ ନୁଆ ନିୟମ ।  ଆଫଗାନିସ୍ତାନର ବିଶ୍ବବିଦ୍ୟାଳୟରେ ମହିଳାଙ୍କ ଦ୍ବାରା ଳେଖାଯାଇଥିବା ସମସ୍ତ ପୁସ୍ତକ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରୁ ୬୭୯ ପୁସ୍ତକ ଉପରେ  ପ୍ରତିବନ୍ଧକ ଲଗାଯାଇଛି। ଯେଉଁଥିରେ ପ୍ରାୟ ୧୪୦ଟି ମହିଳାଙ୍କ ଦ୍ୱାରା ଲିଖିତ ପୁସ୍ତକ ଅଛି । ଏହି ପୁସ୍ତକଗୁଡ଼ିକ ବିଜ୍ଞାନ ଏବଂ ମାନବିକତା ଭଳି କ୍ଷେତ୍ର ସହିତ ଜଡିତ।  ତାଲିବାନ ମାନବାଧିକାର, ଲିଙ୍ଗ ଅଧ୍ୟୟନ, ସାମ୍ବାଦିକତା ଏବଂ ରାଜନୀତି ବିଜ୍ଞାନ ସମେତ ୧୮ଟି ବିଷୟକୁ ମଧ୍ୟ ନିଷେଧ କରିଛି ।  କାରଣ ସେଗୁଡ଼ିକ ଶରିଆ ଆଇନ ସହିତ ଅସଙ୍ଗତ ବୋଲି ବିବେଚିତ କରାଯାଉଛି । 

ଆଫଗାନିସ୍ତାନର ଉଚ୍ଚଶିକ୍ଷା ମନ୍ତ୍ରଣାଳୟ ଏହି ପରିବର୍ତ୍ତନଗୁଡ଼ିକୁ ଲାଗୁ କରିବା ପାଇଁ  ଏକ ୫୦ ପୃଷ୍ଠାର ତାଲିକା ପ୍ରକାଶ କରିଛି । ତଥାପି, ମାନବାଧିକାର ସଂଗଠନ ଭଳି ଅନ୍ତର୍ଜାତୀୟ ସଂଗଠନଗୁଡ଼ିକ ଏହି ପଦକ୍ଷେପକୁ ଦୃଢ଼ ନିନ୍ଦା କରିଛନ୍ତି ।  ତାଲିବାନର ଏହି ନିଷ୍ପତ୍ତି ଆଫଗାନିସ୍ତାନରେ ମହିଳାମାନଙ୍କର ଭବିଷ୍ୟତ ଉପରେ ଗଭୀର ପ୍ରଭାବ ପକାଇବ। ଏହା ସେମାନଙ୍କୁ ଶିକ୍ଷା କ୍ଷେତ୍ରରେ ଆହୁରି ପଛକୁ ଠେଲିଦେବ ଏବଂ ସମାଜରେ ତାଙ୍କର ଭୂମିକାକୁ ସଙ୍କୁଚିତ କରିବ। ଅନ୍ତର୍ଜାତୀୟ ସ୍ତରରେ ଏହି ନିଷ୍ପତ୍ତିକୁ ନିନ୍ଦା କରାଯାଉଛି, କିନ୍ତୁ ତାଲିବାନ ନିଜ ନିଷ୍ପତ୍ତିରେ ଅଟଳ ରହିଛି । ଏହିଭଳି ନିର୍ଦ୍ଦେଶନାମା ଆଫଗାନିସ୍ତାନର ଭବିଷ୍ୟତ ପିଢ଼ି ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe