କନକ ବ୍ୟୁରୋ: ପୋଲିଓ ଟୀକାକରଣକୁ ରୋକିଲା ତାଲିବାନ । ଆଫଗାନିସ୍ତାନର ତାଲିବାନ ଶାସନ ପୁଣିଥରେ ନିଜର କଠୋରତା ଦେଖାଇଛି। ଆଫଗାନିସ୍ତାନରେ ପୋଲିଓ ଟୀକାକରଣ ଅଭିଯାନକୁ ତାଲିବାନ ଅଟକାଇ ଦେଇଛି। ଯାହା ହି ମାସରୁ ଆରମ୍ଭ ହୋଇଥାନ୍ତା । ଏନେଇ ମିଳିତ ଜାତିସଂଘ ସୋମବାର ସୂଚନା ଦେଇଛି।
ଆଫଗାନିସ୍ତାନ ହେଉଛି ଏଭଳି ଦେଶ ଯେଉଁଠାରେ ପିଲାମାନଙ୍କ କ୍ଷେତ୍ରରେ ପୋଲିଓ ରୋଗ ବ୍ୟାପକ ଭାବେ ବ୍ୟାପୁଛି । ସେପ୍ଟେମ୍ବରରେ ଆଫଗାନିସ୍ତାନରେ ଏହି ଟୀକାକରଣ ଅଭିଯାନ ଆରମ୍ଭ ହେବାର ଥିଲା କିନ୍ତୁ ଅଭିଯାନ ଆରମ୍ଭ ହେବାର ଠିକ୍ ପୂର୍ବରୁ ତାଲିବାନ ଶାସନ ଏହାକୁ ବନ୍ଦ କରିବାକୁ ଜାତିସଂଘ ଏଜେନ୍ସିଗୁଡ଼ିକୁ ସୂଚନା ଦେଇଥିଲା। ତେବେ ଏହି ଅଭିଯାନ କାହିଁକି ବନ୍ଦ କରାଯିବ ସେନେଇ ତାଲିବାନ ଶାସନ କୌଣସି କାରଣ ଦେଇନାହିଁ । କେବଳ ଏତିକି ନୁହେଁ ତାଲିବାନ ସରକାର କହିଛି ଏହା ମିଛ ଖବର । ତେବେ ଡଐଙ ଚଳିତ ବର୍ଷ ଆଫଗାନିସ୍ତାନରେ ପୋଲିଓ ରୋଗର ୧୮ଟି ମାମଲା ଚିହ୍ନଟ କରାଯାଇଥିବା ନେଇ ସ୍ପଷ୍ଟ ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)